ଇନ୍ଦୋର, ୮/୭ : ସିଙ୍ଗଡ଼ା ପାଇଁ ଅଟକିଲା ଟ୍ରେନ୍। ଗାଡି ଅଟକାଇ ସିଙ୍ଗଡ଼ା କିଣିଲେ ଲୋକୋ ପାଇଲଟ୍। ମଧ୍ୟପ୍ରଦେଶରେ ଇନ୍ଦୋର ଏବଂ ମହୁ ମଧ୍ୟରେ ଯାତାୟାତ କରୁଥିବା ଡେମୁ ଟ୍ରେନ୍ ର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି। ଲୋକୋ ପାଇଲଟଙ୍କ ଏଭଳି ହରକତ ଦେଖି ରେଲୱେ ପ୍ରଶାସନଙ୍କ ମୁଣ୍ଡ ଗୋଲ୍। 

ସୂଚନାନୁଯାୟୀ, ଇନ୍ଦୋର ରାଊ କ୍ଷେତ୍ର ସ୍ଥିତ ରଙ୍ଗବାସା ନିକଟରେ ଇନ୍ଦୋର-ମହୁ ଡେମୁ ଟ୍ରେନ୍ କିଛି ମିନିଟ୍ ପାଇଁ ଅଟକେ। ଏହି ସମୟରେ ଲୋକୋ ପାଇଲଟ୍ କିଛି ସମୟ ପାଇଁ ସିଙ୍ଗଡ଼ା କିଣିବାକୁ ଚାଲି ଯାଆନ୍ତି। ଯେଉଁଥିପାଇଁ ଟ୍ରେନ୍ ପ୍ରାୟ ୧୦ ମିନିଟ୍ ଯାଏଁ ଠିଆ ହେବାକୁ ପଡେ। ଏହାଦ୍ଵାରା ଯାତ୍ରୀମାନେ ଅଯଥା ଅପେକ୍ଷା କରନ୍ତି। ଥରେ ଲୋକୋ ପାଇଲଟ୍ ସିଙ୍ଗଡ଼ା କିଣିବାକୁ ଯିବା ବେଳେ ସ୍ଥାନୀୟ ଲୋକମାନେ ତାଙ୍କର ଭିଡିଓ କରି ଦେଇଥିଲେ। ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ୍ ଭାଇରାଲ୍ ହେଉଛି। ଏହି ଘଟଣା ପରେ ରେଲୱେର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୋସିଆଲ ମିଡିଆରେ ୟୁଜରମାନେ ଏହାକୁ ଟ୍ରୋଲ୍ କରୁଛନ୍ତି। ସଂପୃକ୍ତ ଲୋକୋ ପାଇଲଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। 

ଏହି ଘଟଣା ସାମ୍ନାକୁ ଆସିବା ପରେ ରେଲୱେ ଏହାକୁ ଗୁରୁତର ସହ ନେଇଛି। ରେଲୱେ ଜନ ସମ୍ପର୍କ ଅଧିକାରୀ ମୁକେଶ କୁମାର କହିଛନ୍ତି ଯେ, ଏହି ଭାଇରାଲ୍ ଭିଡିଓକୁ ଯାଞ୍ଚ କରିବା ପାଇଁ ପଠାଯାଇଛି। କେଉଁ କାରଣ ପାଇଁ ଟ୍ରେନ୍ ଅଟକାଯାଇଥିଲା ତାହାର ତଦନ୍ତ ହେବ। ଲୋକୋ ପାଇଲଟ୍ ଯଦି ବ୍ୟକ୍ତିଗତ କାରଣ ପାଇଁ ଟ୍ରେନ୍ ଅଟକାଇଥିବେ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ତେବେ ବିଳମ୍ଵ ପାଇଁ ସର୍ବଦା ବଦନାମ୍ ଭାରତୀୟ ରେଳ ଯେ ଏମିତି କାରଣ ପାଇଁ ବିଳମ୍ଵ କରୁଥିବ, ତାହା କଳ୍ପନା ବାହାରେ। 

ଆହୁରି ପଢନ୍ତୁ- ଶୋପିଆନରେ ଏନକାଉଣ୍ଟର; ଟଳିଲା ଲସ୍କର ଟପ୍ କମାଣ୍ଡର ଜାକିର ଗନି, ୪ ଦିନ ପରେ ଜଙ୍ଗଲରୁ ମିଳିଲା ମୃତଦେହ

Cristiano Ronaldo's Networth | ଷ୍ଟାର୍ ଷ୍ଟ୍ରାଇକର୍ କ୍ରିଷ୍ଟିଆନ ରୋନାଲ୍ଡୋଙ୍କ ନେଟୱର୍ଥ କେତେ ?​​​​​​​