ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା : ମହିଳା ନିବେଶକଙ୍କ ପାଇଁ ପ୍ରତିଷ୍ଠା ହେବ ଇଣ୍ଡଷ୍ଟ୍ରିଆଲ ପାର୍କ, ଇପିକଲରେ ଖୋଲିବ ସ୍ଵତନ୍ତ୍ର ସେଲ୍

Published By : Rasmita Pradhan | January 29, 2025 1:00 PM

ଭୁବନେଶ୍ଵର, ୨୯/୦୧ : ଉତ୍କର୍ଷ ଓଡ଼ିଶା ସମ୍ମେଳନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା। ରାଜ୍ୟରେ ମହିଳା ନିବେଶକଙ୍କ ପାଇଁ ହେବ ଏକ୍ସକ୍ଲୁସିଭ୍ ଇଣ୍ଡଷ୍ଟ୍ରିଆଲ ପାର୍କ। ଇପିକଲରେ ମହିଳା ନିବେଶକଙ୍କ ପାଇଁ ଖୋଲିବ ସ୍ଵତନ୍ତ୍ର ସେଲ୍। ମହିଳା ନିବେଶକଙ୍କ ସହ ଆଲୋଚନା ବେଳେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। 

ସୂଚନାନୁଯାୟୀ, ଉତ୍କର୍ଷ ଓଡ଼ିଶା ସମ୍ମେଳନରେ ମହିଳା ଶିଳ୍ପ ଉଦ୍ୟୋଗୀମାନଙ୍କୁ ନେଇ ରାଉଣ୍ଡ ଟେବୁଲ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗ ଦେଇଥିଲେ। ରାଜ୍ୟ ତଥା ଦେଶର ସଫଳ ମହିଳା ବ୍ୟବସାୟୀଙ୍କ ସହ ଆଲୋଚନା କରିଥିଲେ। ସଫଳ ମହିଳା ଉଦ୍ୟୋଗୀ ମାନଙ୍କୁ ପ୍ରଶଂସା କରିଥିଲେ। ଏହି ବୈଠକରେ ରୁଚି ଫୁଡ୍ ଲାଇନ, ମିଲକ୍ ମନ୍ତ୍ର, ଲୁମିନସ ପାୱାର, ଜିଭାଦା ଭେଞ୍ଚରସ, ଇନଡଲଜ ପ୍ରାଇଭେଟ୍ ଲିମିଟେଡ ଭଳି ଓଡ଼ିଶା ଆଧାରିତ କମ୍ପାନୀର ମୁଖ୍ୟମାନେ ଯୋଗ ଦେଇଥିଲେ। 

ଏହି ଖବରଟିକୁ ପଢନ୍ତୁ-ଉତ୍କର୍ଷ ଓଡ଼ିଶା : ସାଢ଼େ ୪ ଲକ୍ଷ କୋଟିର ନିବେଶ ପ୍ରତିଶ୍ରୁତି, ୫୪ MOU ସ୍ଵାକ୍ଷର

ବୈଠକରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହିଳାମାନେ ପୁରୁଷମାନଙ୍କ ଠାରୁ ବି ଅଧିକ କରିପାରିବେ ବୋଲି ପୂର୍ବରୁ ଅନେକ ଥର ମହିଳାମାନେ ପ୍ରମାଣ କରିସାରିଛନ୍ତି। ଅନେକ ଲୋକ ସାଇକେଲ ଚଳାଇ ଜାଣିନାହାଁନ୍ତି, କିନ୍ତୁ ଆମ ମହିଳାମାନେ ଫାଇଟର ପ୍ଲେନ୍ ଚଳାଉଛନ୍ତି । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ମହିଳାମାନେ ଅତିରିକ୍ତ ୧୦ ପ୍ରତିଶତ ସବସିଡି ପାଉଛନ୍ତି । ମହିଳା ସଶକ୍ତିକରଣ ଉପରେ ସରକାର କାମ କରୁଛନ୍ତି । ମହିଳାମାନଙ୍କୁ ଉଦ୍ୟୋଗୀ କରିବା ପାଇଁ ରାଜ୍ୟ ସରକାର ରାସ୍ତା ପ୍ରଶସ୍ତ କରିଛନ୍ତି। ବଜେଟରେ ମଧ୍ୟ ୭୫ ହାଜର କୋଟିରୁ ଅଧିକ ଟଙ୍କା ମହିଳାମାନଙ୍କ କଲ୍ୟାଣ ପାଇଁ ମଞ୍ଜୁର କରାଯାଇଛି । ସୁଭଦ୍ରା ଯୋଜନା ମହିଳା ସଶକ୍ତିକରଣ ଦିଗରେ କାର୍ଯ୍ୟ କରୁଛି । ଯାହାଦ୍ବାରା ମହିଳାମାନେ ଛୋଟ ଛୋଟ ବ୍ୟବସାୟ କରୁଛନ୍ତି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.