ପ୍ରମୂଖ ଖବର
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଇଣ୍ଡୋନେସିଆରେ ମଝି ସମୁଦ୍ରରେ ହୁତୁ ହତୁ ହୋଇ ଜଳିଗଲା ଜାହାଜ, ଜୀବନ ବିକଳରେ ପାଣିକୁ ଡେଇଁପଡ଼ିଲେ ଯାତ୍ରୀ
  • ||
  • ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ପୁରୀ ରେଳ ଷ୍ଟେସନରେ ରଥଯାତ୍ରା ପ୍ରସ୍ତୁତି ଯାଞ୍ଚ କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

Published By : Suraj Kumar | June 25, 2025 10:05 PM

ଭୁବନେଶ୍ବର,୨୫।୬ : ପବିତ୍ର ପୁରୀ ସହରରେ ପ୍ରଭୁ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଯାତ୍ରୀଙ୍କ ପାଇଁ  ପୂର୍ବତଟ ରେଳପଥ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫଙ୍କୱାଲ ବୁଧବାର ପୁରୀ ରେଳ ଷ୍ଟେସନରେ ଯାତ୍ରୀଙ୍କ ପାଇଁ କରାଯାଇଥିବା ବ୍ୟାପକ ବ୍ୟବସ୍ଥା ସମୀକ୍ଷା କରିଛନ୍ତି ।  ଯାତ୍ରୀଙ୍କ ଆରାମ, ଭିଡ଼ ପରିଚାଳନା, ଭିତ୍ତିଭୂମି ପ୍ରସ୍ତୁତି ଏବଂ ତୀର୍ଥଯାତ୍ରୀଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ପ୍ରଯୁକ୍ତିର ସମନ୍ୱୟ ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଥିଲା |  

ଯାତ୍ରୀଙ୍କ  ଚାହିଦା ପୂରଣ କରିବା ପାଇଁ ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ ଏବଂ ମହାରାଷ୍ଟ୍ର ସମେତ ବିଭିନ୍ନ ରାଜ୍ୟରୁ ୩୬୫ ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ପରିଚାଳିତ ହେଉଛି ।  ପୂର୍ବତଟ ରେଳପଥ ପୁରୀରେ ସମର୍ପିତ ତୀର୍ଥଯାତ୍ରୀ ପ୍ରତୀକ୍ଷା କ୍ଷେତ୍ର ଏବଂ ମେଳା ସେଡ୍ ପ୍ରତିଷ୍ଠା କରିଛି।  ଯାହା ପର୍ଯ୍ୟାପ୍ତ ତୀର୍ଥଯାତ୍ରୀଙ୍କ ବିଶ୍ରାମ ନେବାପାଇଁ ଉପଲବ୍ଧ କରାଯାଇଅଛି। ସ୍କାଉଟ୍ସ ଏବଂ ଗାଇଡ୍ସ, ସ୍ଵେଛାସେବୀ ମାନଙ୍କ ସହିତ ରେଳବାଇ ସୁରକ୍ଷା ବଳଏବଂ ସରକାରୀ ରେଳବାଇ ପୁଲିସ, ଡୁଆଲ୍-ଲେୟାର ଟିକେଟ୍ ଯାଞ୍ଚ ଏବଂ ରଣନୈତିକ ବ୍ୟାରିକେଡିଂ ମାଧ୍ୟମରେ ଭିଡ଼ ନିୟନ୍ତ୍ରଣ କରାଯିବ।   

ଯାତ୍ରୀଙ୍କ ପାଇଁ ଟିକେଟି ଭିତ୍ତିଭୂମିକୁ ଅଧିକ କରାଯାଇଛି। ପୁରୀ ଷ୍ଟେସନରେ ୩୪ ଟି ବୁକିଂ କାଉଣ୍ଟର କରାଯାଇଛି। ଭୁବନେଶ୍ୱର, ଖୋର୍ଧା ରୋଡ୍, କଟକ, ବ୍ରହ୍ମପୁର, ଭଦ୍ରକ ଭଳି ଜଙ୍କସନରେ ୩୫ ଟି ଅତିରିକ୍ତ କାଉଣ୍ଟର  କରାଯାଇଛି।   ସେହିପରି   ମୋବାଇଲ୍ ୟୁଟିଏସ କାଉଣ୍ଟର ସୁବିଧା ପ୍ରଦାନକାରୀଙ୍କ ସହିତ ATVM ଏବଂ ଡିଜିଟାଲ୍ ଟିକେଟିଂ ବ୍ୟବସ୍ଥା ରହିଛି।

ପୂର୍ବତଟ ରେଳପଥ ମଧ୍ୟ ରେଳବାଇ ପରିସରରେ ତୀର୍ଥଯାତ୍ରୀମାନଙ୍କୁ ମାଗଣାରେ ସ୍ୱାସ୍ଥ୍ୟକର ଭୋଜନ ସେବା ଏବଂ ପାନୀୟ ଜଳ ଇତ୍ୟାଦି ଯୋଗାଇବା ପାଇଁ ବିଭିନ୍ନ ଏନଜିଓ ଗୁଡ଼ିକୁ ସହଯୋଗ କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.