ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଶ୍ରୀମନ୍ଦିରରେ ଓମ୍‌ଫେଡ୍‌ ଘିଅ ବ୍ୟବହାର କରିବାକୁ ନିର୍ଦ୍ଦେଶ, ୨ ଗୁଣା ବଢିଲା ଅନ୍ନ, ବ୍ୟଞ୍ଜନ ଓ ଶୁଖିଲି ମହାପ୍ରସାଦ ଦାମ୍‌

Published By : Rasmita Pradhan | October 11, 2024 10:59 AM

ପୁରୀ, ୧୧/୧୦ : ଓମ୍‌ଫେଡ୍‌ ଘିଅ ବ୍ୟବହାର କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁଆର ମହାସୁଆର ନିଯୋଗକୁ ଚିଠି କରାଯିବା ପରେ ଏବେ ଶ୍ରୀମନ୍ଦିର ଅବଢ଼ା ଦାମ ଦୁଇଗୁଣା ହୋଇଯାଇଛି । ଘିଅ ଅନ୍ନ, କାନିକା ଓ ଘିଅରେ ପ୍ରସ୍ତୁତ ବିଭିନ୍ନ ବ୍ୟଞ୍ଜନ ସମେତ ଶୁଖିଲି ମହାପ୍ରସାଦ ଦାମ୍‌ ବଢ଼ିଯାଇଛି । ବାଇହାଣ୍ଡି ଘିଅ ଅନ୍ନ ଦାମ୍‌ ପ୍ରାୟ ୨ ହଜାର ସ୍ଥାନରେ ଏବେ ପ୍ରାୟ ୩୫୦୦ ହୋଇଥିବା ବେଳେ କାନିକା ୩ ହଜାର ସ୍ଥାନରେ ୪ ହଜାର ହୋଇଛି । ସେହିପରି ଖଜା ୫ ଓ ୧୦ ଟଙ୍କା ସ୍ଥାନରେ ପ୍ରାୟ ୨୦ ଓ ୪୦ ଟଙ୍କା ହୋଇଛି । ପିଠା, ମଗଜ ଲଡ଼ୁ ପ୍ରଭୃତି ଘିଅ ଛଣା ମହାପ୍ରସାଦ ଦର ମଧ୍ୟ ବଢ଼ିଯାଇଛି । 

ଶ୍ରୀମନ୍ଦିର ଆନନ୍ଦ ବଜାରରେ ଏଭଳି ହୁହୁ ଦର ବଢ଼ିଯିବା ଶୁଣି ଶ୍ରଦ୍ଧାଳୁ ତାଜୁବ୍‌ । ଆନନ୍ଦ ବଜାରରେ ମହାପ୍ରସାଦ ବିକ୍ରି କରୁଥିବା ସୁଆର ଓ ସେମାନଙ୍କ ସହଯୋଗୀମାନେ ଏଥିପାଇଁ ଓମ୍‌ଫେଡ୍‌ ବ୍ୟବହୃତ ଘିଅକୁ ଦାୟୀ କରୁଛନ୍ତି । ଆଗରୁ ଡାଲଡାରେ ସବୁ ପ୍ରସ୍ତୁତ ହେଉଥିବା ବେଳେ ଏବେ ଓମ୍‌ଫେଡ୍‌ ବ୍ୟବହାର ହେଉଥିବାରୁ ଦାମ୍‌ ଦୁଇଗୁଣା ହୋଇଗଲା ବୋଲି ଶ୍ରଦ୍ଧାଳୁଙ୍କୁ ବୁଝାଇ ବିକ୍ରି କରୁଛନ୍ତି । ଶ୍ରୀମନ୍ଦିର ପ୍ରଶାସନ କିମ୍ବା ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଶ୍ରୀମନ୍ଦିରରେ ଶୋଷଣ ମୁକ୍ତ ବ୍ୟବସ୍ଥା କରିବା ନିମନ୍ତେ ମହାପ୍ରସାଦ ଦର ତାଲିକା ଲଗାଗଲା ନାହିଁ। ତେଣୁ ଆନନ୍ଦ ବଜାରରେ ଯାହା ପାଟିରୁ ବାହାରୁଛି ଶ୍ରଦ୍ଧାଳୁ ବାଧ୍ୟ ଦେବାକୁ ବାଧ୍ୟ ହେଉଛି, ନଚେତ୍‌ ମୁହଁ ଶୁଖାଇ ଘରକୁ ଯାଉଛି । 

ଏ ନେଇ ଶ୍ରୀମନ୍ଦିର ବଡ଼ୁ ସୁଆର ନିଯୋଗ ସଭାପତି ବିଶ୍ୱନାଥ ସାମନ୍ତରା କହିଛନ୍ତି, ଯେଉଁଠି ସାଧାରଣ ଘିଅ କେଜି ୨୦୦ ଟଙ୍କାରେ ମିଳୁଥିଲା ସେଠାରେ ଓମ୍‌ଫେଡ୍‌ ଘିଅ କେଜି ପିଛା ୬୨୦ ଟଙ୍କା ପଡ଼ୁଛି । ତେଣୁ ଏଥିରେ ମହାପ୍ରସାଦ ପ୍ରସ୍ତୁତ କଲେ ଦର ବଢ଼ିବ । ଶ୍ରୀମନ୍ଦିରକୁ ପ୍ରତିଦିନ ଶହ ଶହ ଟିଣ ଓମ୍‌ଫେଡ୍‌ ଘିଅ ଆସୁଥିବାରୁ ଏହାର ମାନ ପରୀକ୍ଷା କରିବା ଆବଶ୍ୟକ । ପ୍ରଶାସନ ଏକ ଗୋଶାଳା ସହ ସହଭାଗିତା କରି କିପରି ଦେଶୀ ଗାଈ ଘିଅ ମିଳିବ ସେଥିନିମନ୍ତେ ଦୃଷ୍ଟି ଦେବା ଉଚିତ୍‌ ବୋଲି ଶ୍ରୀ ସାମନ୍ତରା ମତ ଦେଇଛନ୍ତି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.