ଭୁବନେଶ୍ବର,୨୧।୮ : ରାଜ୍ୟ ସରକାର ଆଇପିଏସ ସ୍ତରରେ ଅଦଳବଦଳ କରିଛନ୍ତି। ରାଜ୍ୟ ସରକାର ୧୭ ଜଣ ଆଇପିଏସ ଓ ଜଣେ ଓପିଏସ ଅଧିକାରୀଙ୍କୁ ବଦଳି କରିଛନ୍ତି। ଏ ନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ପୁଣି ପୁରୀ ଏସପି ବଦଳିଛନ୍ତି। ପୁରୀ ଏସପି ଭାବେ ପ୍ରତୀକ ସିଂହଙ୍କୁ ଦାୟିତ୍ବ ଦିଆଯାଇଛି। ସେ ପୂର୍ବରୁ କଟକ ଗ୍ରାମାଞ୍ଚଳ ଏସପି ଥିଲେ।
ଆଇପିଏସ ସନ୍ତୋଷ ବାଲାଙ୍କୁ ଷ୍ଟେଟ ଫରେନସିକ ସାଇନ୍ସ ଲାବୋରେଟୋରୀ ନିର୍ଦ୍ଦେଶକ ଦାୟିତ୍ବ ମିଳିଛି। ଏସ ପ୍ରବୀଣ କୁମାରଙ୍କୁ ପୁଲିସ ପ୍ରୋଭିଜିନିଂ ଆଇଜି, ସତୀଶ ଗଜଭିୟେଙ୍କୁ ସ୍ପେଶାଲ ଆର୍ମ ପୁଲିସ ଆଇଜି ଦାୟିତ୍ବ ଦିଆଯାଇଛି। ସଞ୍ଜୟ କୁମାରଙ୍କୁ କୌଶଳ ଅର୍ଥନୈତିକ ଅପରାଧ ଶାଖାର ଆଇଜି , ଅବିନାଶ କୁମାରଙ୍କୁ ଷ୍ଟେଟ କ୍ରାଇମ ରେର୍କଡ ବ୍ୟୁରୋ ନିର୍ଦ୍ଦେଶକ , ସତ୍ୟଜିତ ନାୟକଙ୍କୁ ସେଣ୍ଟ୍ରାଲ ରେଞ୍ଜ ଡିଆଇଜି ଭାବେ ନିଯୁକ୍ତି ମିଳିଛି। ଡିଆଇଜି ରାଙ୍କରେ ଥାଇ ପୁରୀ ଏସପି ଦାୟିତ୍ବରେ ଥିବା ପିନାକ ମିଶ୍ରଙ୍କୁ ପୂର୍ବାଞ୍ଚଳ ଡିଆଇଜି ଦାୟିତ୍ବ ମିଳିଛି।
ସେହିପରି ଏସପି ସ୍ତରରେ ଅଦଳବଦଳ କରାଯାଇଛି। ପରମାର ସ୍ମିତ ପୁରୁଷୋତ୍ତମଦାସଙ୍କୁ କ୍ରାଇମବ୍ରାଞ୍ଚ ଏସପି, ବିବେକାନନ୍ଦ ଶର୍ମାଙ୍କୁ ଖୋର୍ଦ୍ଧା ଏସପି, ପ୍ରତ୍ୟୁଷ ଦିବାକରଙ୍କୁ ବାଲେଶ୍ବର ଏସପି, ବିନୀତ ଅଗ୍ରଓ୍ବାଲଙ୍କୁ କଟକ ଗ୍ରାମାଞ୍ଚଳ ଏସପି ଭାବେ ନିଯୁକ୍ତି ମିଳିଛି। ସେହିପରି ରାଜ ପ୍ରସାଦଙ୍କୁ ସ୍ପେଶିଆଲ ବ୍ରାଞ୍ଚ ଏସପି, ଗୁନ୍ଦାଲା ରେଡ୍ଡୀ ରାଘବେନ୍ଦ୍ରଙ୍କୁ ଝାରସୁଗୁଡ଼ା ଏସପି, ଅଙ୍କିତ ବର୍ମାଙ୍କୁ ଜଗତସିଂହପୁର ଏସପି, ଅମ୍ରିତପାଳ ସିଂହଙ୍କୁ ନୂଆପଡା ଏସପି, ଅମ୍ରିତପାଳ କୌରଙ୍କୁ ସୁନ୍ଦରଗଡ ଏସପି , ଓପିଏସ ଭବାନୀ ଶଙ୍କର ଉଦଗତାଙ୍କୁ କଟକ ରେଳବାଇ ଏସପି ଭାବେ ଦାୟିତ୍ବ ଦିଆଯାଇଛି।