ଭୁବନେଶ୍ବର, ୨୮।୪ : ଆଉ ମିଳିବନି ସରକାରୀ କର୍ମଚାରୀଙ୍କୁ ସୁଧମୁକ୍ତ ଇଭି ଭେଇକିଲ ଆଡଭାନ୍ସ । ରାଜ୍ୟ ସରକାର ଜାରି କଲେ ସୂଚନା। ଇଭି ଗାଡି କିଣିବା ପାଇଁ ମିଳୁଥିବା ବିନା ସୁଧରେ ଆଡଭାନ୍ସ ଟଙ୍କା ସରକାର ବନ୍ଦ କରିଛନ୍ତି। ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଏପ୍ରିଲ ୧ ତାରିଖରୁ ଏହା ଲାଗୁ କରାଯାଇଛି।
ସୂଚନାଯୋଗ୍ୟ, ଓଡ଼ିଶା ବୈଦ୍ୟୁତିକ ଯାନ ନୀତି-୨୦୨୧ ଅନୁସାରେ ପରିବହନ ବିଭାଗ ଦ୍ୱାରା ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ସୁଧମୁକ୍ତ ଇଭି ଭେଇକିଲ ଅଗ୍ରିମ ମଞ୍ଜୁର କରିବା ସମ୍ପର୍କରେ ସରକାର ବିଭିନ୍ନ ସମୟରେ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି।
ଏହି ପଲିସିଟି ପ୍ରଥମେ ୩୧.୧୨.୨୦୨୫ ପର୍ଯ୍ୟନ୍ତ ବୈଧ ଥିଲା । ପରବର୍ତ୍ତୀ ସମୟରେ ଏହାକୁ ୩୧.୩ ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ପରେ ବିଭାଗ ୪.୨ ୨୦୨୬ ତାରିଖରେ ଚିଠି ମାଧ୍ୟମରେ ସୁଧମୁକ୍ତ ଇଭି ଅଗ୍ରୀମ ପାଇବା ପାଇଁ ଚୂଡ଼ାନ୍ତ ସମୟସୀମା ଧାର୍ଯ୍ୟ କରିଥିଲା।