ପ୍ରମୂଖ ଖବର
  • ଭୁବନେଶ୍ଵର : ଖୁବଶୀଘ୍ର ୧୬୩୫ଟି ନୂଆ ରାଜସ୍ଵ ଗାଁର ସୀମା ପରିବର୍ତ୍ତନ, ରାଜସ୍ବ ବିଭାଗ ପକ୍ଷରୁ SOP ଜାରି
  • ||
  • ପ୍ରିନ୍ସିପାଲ ସାଇଣ୍ଟିଫିକ୍ ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍‌, ଏକକାଳୀନ ୭ଟି ସ୍ଥାନରେ ଚଢାଉ
  • ||
  • ରୋପୋ ରେଟ୍ ଅପରିବର୍ତ୍ତିତ ରଖିଲା RBI, ୫.୫ ପ୍ରତିଶତରେ ସ୍ଥିର ସୁଧ ହାର
  • ||
  • ଖାଦ୍ୟ ପାର୍ସଲ ଦେବାକୁ କହି ମହିଳାଙ୍କୁ ଡାକିଲେ, ଆସିବାରୁ ହତ୍ୟା ଧମକ ଡେଲିଭରି ବୟ
  • ||
  • ଓଟିଇଟି ପ୍ରଶ୍ନ ଲିକ୍‌ କେଳେଙ୍କାରୀ: ମହିଳା ଡାଟା ଏଣ୍ଟ୍ରି ଅପରେଟର୍‌ଙ୍କୁ ମାରାଥନ୍ ଜେରା, ଏବେ କ୍ରାଇମ୍‌ବ୍ରାଞ୍ଚ୍‌ ସ୍କାନର୍‌ରେ ସଭାପତି
  • ||
  • ତେଲକୋଇ : ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ
  • ||
  • ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା, ଆଜି ମୁଖ୍ୟ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ, ଝାଡ଼ସୁଗୁଡ଼ା ଏଡିଜେଏ କୋର୍ଟରେ ହେବ ଶୁଣାଣି
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା; ଉପସଭାପତି ନିହାର ମହାନ୍ତି ସସ୍‌ପେଣ୍ଡ୍, ଏବେ କ୍ରାଇମ୍‌ବ୍ରାଞ୍ଚ ସ୍କାନ୍‌ରେ ସଭାପତି
  • ||
  • ବୁଧବାର ଏବଂ ଗୁରୁବାର ପ୍ରବଳ ବର୍ଷା ସମ୍ଭାବନା, ଓଡ଼ିଶାର ଅଧାରୁ ଅଧିକ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି
  • ||

ବିଧାନସଭା ନିର୍ବାଚନ ପୂର୍ବରୁ ବିହାର ରାଜନୀତିରେ ରୋଚକ ମୋଡ଼; ପାଞ୍ଚ ଦଳକୁ ନେଇ ମେଣ୍ଟ ଘୋଷଣା କଲେ ତେଜ ପ୍ରତାପ ଯାଦବ

Published By : Bijay Swain | August 5, 2025 10:37 PM

ପଟନା: ବିହାରରେ ରାଜନୀତିରେ ଘଡିକେ ଘୋଡା ଛୁଟୁଛି। ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ରୁ ବହିଷ୍କୃତ ହେବା ପରେ ଲାଲୁ ପ୍ରସାଦ ଯାଦବଙ୍କ ଜ୍ୟେଷ୍ଠ ପୁତ୍ର ତେଜ ପ୍ରତାପ ଯାଦବ ବିହାର ବିଧାନସଭା ନିର୍ବାଚନରେ ଭାଗ ନେବା ପାଇଁ ପାଞ୍ଚଟି କ୍ଷୁଦ୍ର ରାଜନୈତିକ ଦଳ ସହ ଏକ ମେଣ୍ଟ ଗଠନ କରିଛନ୍ତି। ମଙ୍ଗଳବାର ପଟନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ତେଜ ପ୍ରତାପ ଏହି ଘୋଷଣା କରିଛନ୍ତି। ଏହି ମେଣ୍ଟରେ ସାମିଲ ହୋଇଥିବା ପାଞ୍ଚଟି ଦଳ ମଧ୍ୟରେ ବିକାଶ ବଞ୍ଚିତ ଇନସାନ ପାର୍ଟି (ଭିଭିଆଇପି), ଭୋଜପୁରୀୟା ଜନ ମୋର୍ଚ୍ଚା (ବିଜେଏମ), ପ୍ରଗତିଶୀଳ ଜନତା ପାର୍ଟି (ପିଜେପି), ଓ୍ଵାଜିବ ଅଧିକାର ପାର୍ଟି (ଡବ୍ଲୁଏପି) ଏବଂ ସଂଯୁକ୍ତ କିସାନ ବିକାଶ ପାର୍ଟି (ଏସକେଭିପି) ରହିଛନ୍ତି।

ଏନେଇ ତେଜ ପ୍ରତାପ କହିଛନ୍ତି ଯେ, ସେ ବୈଶାଳୀ ଜିଲ୍ଲାର ମହୁଆ ବିଧାନସଭା ଆସନରୁ ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ। ଏହା ପୂର୍ବରୁ ସେ ୨୦୧୫ରେ ମହୁଆରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। କିନ୍ତୁ ୨୦୨୦ ମସିହା ନିର୍ବାଚନରେ ଆରଜେଡି ତାଙ୍କୁ ହାସନପୁର ଆସନକୁ ସ୍ଥାନାନ୍ତର କରିଥିଲା। ସେ ଦାବି କରିଛନ୍ତି ଯେ ମହୁଆର ଜନତା ତାଙ୍କୁ ପୁଣିଥରେ ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି ଏବଂ ସେ ସେଠାରେ ବିକାଶ କାର୍ଯ୍ୟ ପାଇଁ ଜନସମର୍ଥନ ପାଇଛନ୍ତି।

ଏହି ମେଣ୍ଟର ମୁଖ୍ୟ ଲକ୍ଷ୍ୟ ସାମାଜିକ ନ୍ୟାୟ, ସାମାଜିକ ଅଧିକାର ଏବଂ ବିହାରରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଆଣିବା ବୋଲି ତେଜ ପ୍ରତାପ ଉଲ୍ଲେଖ କରିଛନ୍ତି। ସେ ଲୋହିଆ, କର୍ପୁରୀ ଠାକୁର ଏବଂ ଜୟପ୍ରକାଶ ନାରାୟଣଙ୍କ ସ୍ଵପ୍ନକୁ ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସେ ଆରଜେଡିକୁ ମେଣ୍ଟରେ ସାମିଲ ହେବାକୁ ଆହ୍ଵାନ ଦେଇଛନ୍ତି, କିନ୍ତୁ ବିଜେପି ଓ ଜେଡିୟୁ ସହ ମେଣ୍ଟ କରିବାକୁ ସ୍ପଷ୍ଟ ମନା କରିଦେଇଛନ୍ତି।

ତେଜ ପ୍ରତାପଙ୍କ ଏହି ପଦକ୍ଷେପ ବିହାର ରାଜନୀତିରେ ଏକ ନୂଆ ମୋଡ଼ ଆଣିପାରେ ବୋଲି ଅନୁମାନ କରାଯାଉଛି। ବିଶେଷକରି ଆରଜେଡିର ପାରମ୍ପରିକ ଭୋଟ ବ୍ୟାଙ୍କ ଉପରେ ଏହା ପ୍ରଭାବ ପକାଇପାରେ। ସେ ନିଜର ‘ଟିମ୍ ତେଜ ପ୍ରତାପ ଯାଦବ’ ପ୍ଲାଟଫର୍ମ ମାଧ୍ୟମରେ ସୋସିଆଲ ମିଡିଆରେ ସକ୍ରିୟ ରହି ଜନସାଧାରଣଙ୍କ ସହ ସଂଯୋଗ ସ୍ଥାପନ କରୁଛନ୍ତି। ଆଗାମୀ ଅକ୍ଟୋବର କିମ୍ବା ନଭେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନରେ ଏହି ମେଣ୍ଟ କେଉଁ ପ୍ରକାର ପ୍ରଭାବ ପକାଇବ, ତାହା ଦେଖିବା ବାକି ରହିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.