ଭୁବନେଶ୍ବର ୩୦।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପାଇଁ ଭୁବନେଶ୍ବରରୁ ସିଙ୍ଗାପୁରକୁ ଅନ୍ତର୍ଜାତୀୟ ବିମାନସେବା ବନ୍ଦ କରାଯାଇଛି । ଏ ନେଇ ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇଛନ୍ତି । ତେବେ ଯୁଦ୍ଧ ପାଇଁ ପୂର୍ବରୁ ଦୁବାଇକୁ ବିମାନସେବା ବନ୍ଦ ହୋଇଥିଲା । ବର୍ତ୍ତମାନ ଭୁବନେଶ୍ବରରୁ କେବଳ ଗୋଟିଏ ଆନ୍ତର୍ଜାତୀୟ ବିମାନ ବ୍ୟାଙ୍କଙ୍କକୁ ଚାଲୁ ରହିଛି ।
ଏଥିସହ ଚଳିତ ବର୍ଷର ଗ୍ରୀଷ୍ମ ସିଡ୍ୟୁଲ ମଧ୍ୟ ଆସିଛି । ଏହି ସିଡ୍ୟୁଲରେ ଭୁବନେଶ୍ୱରରୁ ଯାଉଥିବା କିଛି ସହରକୁ ବିମାନ ସେବା ବନ୍ଦ ହୋଇଛି । ସମର ସିଜନ ଅଫ ସିଜନ ପାଇଁ ଡେସଟିନେସନ ବନ୍ଦ ହୋଇଛି । ଇନ୍ଦୋର ଡେରାଡୁନ, କୋଚିକୁ ବିମାନ ସେବା ବନ୍ଦ କରାଯାଇଥିବା ବିମାନବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଏହା ବ୍ୟତୀତ ବିମାନ ଚାଳିତ ଇନ୍ଧନକୁ ନେଇ ମଧ୍ୟ କୌଣସି ସମସ୍ୟା ଦେଖାଦେଇନଥିବା ସେ କହିଛନ୍ତି । କିଛି ବିମାନ ସେବା ଅଫ୍ ସିଜିନ ପାଇଁ ବନ୍ଦ ହୋଇଛି । ବିମାନ ଇନ୍ଧନକୁ ନେଇ କୌଣସି ସମସ୍ୟା ନଥିବା ସେ ସ୍ପଷ୍ଟ କରିଛନ୍ତି ।