ଭୁବନେଶ୍ୱର, ୧/୧୦ : ଆରଟିଆଇ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପକ୍ଷରୁ ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟକୁ ୨୦୨୪ ନିମନ୍ତେ ଇଣ୍ଟରନ୍ୟାସ୍‌ନାଲ ହାୟର ଏଜୁକେସନ୍ ଏକ୍ସିଲେନ୍ସ ପୁରସ୍କାର ପ୍ରଦାନ କରାଯାଇଛି ।   ସେପ୍ଟେମ୍ବର ୨୮ ତାରିଖରେ ଇଣ୍ଟରନ୍ୟାସ୍‌ନାଲ ରାଇଟ ଟୁ ଇନ୍‌ଫର୍ମେସନ୍ ଦିବସ ଅବସରରେ ନୂଆଦିଲ୍ଲୀଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି ପୁରସ୍କାର ଗ୍ରହଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସିକିମ୍‌ର ପୂର୍ବତନ ରାଜ୍ୟପାଳ ଡ. ବି.ପି. ସିଂହ, ପୂର୍ବତନ ଇନ୍‌ଫରମେସନ୍ କମିସନର ସୁରେଶ ଚନ୍ଦ୍ର, କନ୍‌ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ୟୁନିଭର୍ସିଟିଜର ସଭାପତି ଡ. ପ୍ରିୟ ରଞ୍ଜନ ତ୍ରିବେଦୀ ଓ ଆରଟିଆଇ ବିଶେଷଜ୍ଞ ଡ. ନୀରଜ ଯୋଗଦେଇଥିଲେ । ଆରଟିଆଇ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ମନୀଷ ଶେଖର ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇଥିଲେ । ଏଥିରେ ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଓଏସ୍‌ଡି ପ୍ରୀତମ ନାୟକ ମଧ୍ୟ ଉପସ୍ଥିତ ଥିଲେ ।