- ବିଦେଶୀ ପ୍ରତିନିଧିମାନଙ୍କୁ ସ୍ୱାଗତ କଲେ ନିର୍ବାଚନ ଆୟୋଗ
- ଇଣ୍ଡିଆ ଡିସାଇଡ୍ସଡକ୍ୟୁସିରିଜ ଝଲକ ପ୍ରଦର୍ଶିତ
ନୂଆଦିଲ୍ଲୀ:୨୧।୧ :ପିଛିଲା କିଛି ଦଶକ ମଧ୍ୟରେ ନିର୍ବାଚନ ପରିଚାଳନା ପ୍ରଣାଳୀରେ ଗଭୀର ପରିବର୍ତ୍ତନ ଘଟିଛି। ବିଶ୍ୱର ସବୁଠୁ ବଡ଼ ଲୋକତନ୍ତ୍ର ଭାରତରେ ୨୮ଟି ରାଜ୍ୟ ଓ ୮ଟି କେନ୍ଦ୍ରଶାସିତ ପ୍ରଦେଶରେ ପ୍ରାୟ ୧.୫ ବିଲିୟନ୍ ଜନସଂଖ୍ୟା ସହ ଅପୂର୍ବ ପରିମାଣରେ ନିର୍ବାଚନ ଆୟୋଜନ କରାଯାଉଛି।ଆନ୍ତର୍ଜାତିକ ଗଣତନ୍ତ୍ର ଓ ନିର୍ବାଚନ ପରିଚାଳନା ସମ୍ମିଳନୀରେ ଯୋଗ ଦେଇମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରକହିଛନ୍ତି।
ଭାରତ ନିର୍ବାଚନ ଆୟୋଗ (ECI)ପକ୍ଷରୁ ଆନ୍ତର୍ଜାତିକ ଗଣତନ୍ତ୍ର ଓ ନିର୍ବାଚନ ପରିଚାଳନା ସମ୍ମିଳନୀ (IICDEM)–2026ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେବୁଧବାରଆରମ୍ଭ ହୋଇଛି।ଏଥିରେନିର୍ବାଚନ ଆୟୁକ୍ତ ଡ଼. ସୁଖବୀର ସିଂହ ସାନ୍ଧୁଯୋଗ ଦେଇକହିଥିଲେ ଯେ,ପ୍ରତ୍ୟେକ ନିର୍ବାଚନର କେନ୍ଦ୍ରବିନ୍ଦୁରେ ଜଣେ ନାଗରିକ ଅଛନ୍ତି।ଯିଏ ତାଙ୍କର ଭୋଟ୍ର ସମ୍ମାନ ରହିବ ବୋଲି ଆଶା କରନ୍ତି। ଏହି ଭରସାକୁ ସୁରକ୍ଷିତ ରଖିବା ନିର୍ବାଚନ ପରିଚାଳନା ସଂସ୍ଥାମାନଙ୍କ ସାମୂହିକ ଦାୟିତ୍ୱ ବୋଲି ସେ କହିଥିଲେ।
ସେହିପରିଡ଼. ବିବେକ ଜୋଶୀ କହିଥିଲେ ଯେ, IICDEM–2026ମାଧ୍ୟମରେ ନିର୍ବାଚନ ପରିଚାଳନା ସଂସ୍ଥା,ଗବେଷକ,ଛାତ୍ରଛାତ୍ରୀ ଓ ବ୍ୟବହାରିକ ବିଶେଷଜ୍ଞମାନେ ଏକାଠି ହୋଇ ନିର୍ବାଚନକୁ ବିଭିନ୍ନ ଦୃଷ୍ଟିକୋଣରୁ ବୁଝିବାର ସୁଯୋଗ ପାଇଛନ୍ତି। ଆଇ ଆଇ ସି ଡି ଇ ଏମ(IICDEM–2026 )ର ଥିମ୍ ସମ୍ପର୍କରେ ଆଇ ଆଇ ଆଇ ଡି ଇ ଏମ (IIIDEM )ର ମହାନିର୍ଦ୍ଦେଶକ ରାକେଶ ବର୍ମା କହିଥିଲେ ଯେ,ଭାରତର ଅଧ୍ୟକ୍ଷତାରେ ଗଣତନ୍ତ୍ର—ସମାବେଶୀ,ଶାନ୍ତିପୂର୍ଣ୍ଣ,ସହନଶୀଳ ଓ ସ୍ଥାୟୀ ବିଶ୍ୱ—ଏକବିଂଶ ଶତାବ୍ଦୀରେ ଗଣତନ୍ତ୍ରର ଆବଶ୍ୟକତାକୁ ସ୍ପଷ୍ଟ କରେ।
ଏହି ଅବସରରେ ୱାର୍ନର୍ ବ୍ରଦର୍ସ୍ ଡିସକଭରୀ ସହଯୋଗରେ ନିର୍ମିତ ଡକ୍ୟୁସିରିଜ“ଇଣ୍ଡିଆ ଡିସାଇଡ୍ସ”ର କିଛି ଝଲକ ପ୍ରଦର୍ଶିତ କରାଯାଇଥିଲା। ଡକ୍ୟୁସିରିଜ ଭାରତୀୟ ସାଧାରଣ ନିର୍ବାଚନର ଜଟିଳ ପ୍ରକ୍ରିୟାକୁ ଆକର୍ଷଣୀୟ ଭିଜୁଆଲ୍ ମାଧ୍ୟମରେ ଉପସ୍ଥାପନ କରିଥିବା କଥା ୱାର୍ନର୍ ବ୍ରଦର୍ସ୍ ଡିସକଭରୀର ପରିଚାଳନା ନିର୍ଦେଶକ ଅର୍ଜୁନ୍ ନୋହ୍ୱାର କହିଥିଲେ।
ଭାରତ ନିର୍ବାଚନ ଆୟୋଗ (ECI)ପକ୍ଷରୁ୩ଦିନ ଧରି ଏହିଆନ୍ତର୍ଜାତିକ ଗଣତନ୍ତ୍ର ଓ ନିର୍ବାଚନ ପରିଚାଳନା ସମ୍ମିଳନୀଆୟୋଜିତ ହୋଇଛି। ଏଥିରେମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର,ନିର୍ବାଚନ ଆୟୁକ୍ତ ଡ଼. ସୁଖବୀର ସିଂହ ସାନ୍ଧୁ ଓ ଡ଼. ବିବେକ ଜୋଶୀ ବିଭିନ୍ନ ଦେଶର ପ୍ରାୟ ୬୦ ଜଣ ଆନ୍ତର୍ଜାତିକ ପ୍ରତିନିଧିଙ୍କୁ ସ୍ୱାଗତ କରିଥିଲେ। ସମ୍ମିଳନୀର ଉଦ୍ଘାଟନ ସଭାରେ ପ୍ରାୟ ୧,୦୦୦ ଜଣ ଅତିଥି ଉପସ୍ଥିତ ଥିଲେ। ଏଥିରେ ୪୨ଟି ନିର୍ବାଚନ ପରିଚାଳନା ସଂସ୍ଥା (EMB),୨୭ଟି ଦେଶର ରାଜଦୂତ ଓ ଉଚ୍ଚାୟୁକ୍ତ,୭୦ରୁ ଅଧିକ ଜାତୀୟ ସଂସ୍ଥାର ବିଶେଷଜ୍ଞ,ସହିତ ଭାରତର ବିଭିନ୍ନ ରାଜ୍ୟର ୩୬ ଜଣ ମୁଖ୍ୟ ନିର୍ବାଚନ ଅଧିକାରୀ (CEO)ଯୋଗ ଦେଇଥିଲେ।