ପ୍ରମୂଖ ଖବର
  • ଯାତ୍ରା କଳିରେ ପଡିଲା ଯବନିକା, ୫ ବର୍ଷ ରହିବି ବର୍ଷେ ପରେ ମଞ୍ଚରେ ଚଢିବି କହିଲେ ପୀୟୂଷ
  • ||
  • ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା; ୬ ଥର ଘୁଞ୍ଚିଲା ପରେ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ୍‌-୪ ମିଶନ୍
  • ||
  • ଗଞ୍ଜାମ: ୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟି
  • ||
  • ବୁଧବାର BMC କର୍ପୋରେସନ ବୈଠକ: ଏକାଧିକ ପ୍ରସ୍ତାବରେ ବାଜିବ ମୋହର, ଉଠିବ ଜଳବନ୍ଦୀ ଓ ଡେଙ୍ଗୁ ପ୍ରସଙ୍ଗ
  • ||
  • ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
  • ||
  • ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଦଶମୂଳ ମୋଦକ ଚୋରି, ମାରା ମହୌଷଧି ଶ୍ରୀଜିଉଙ୍କୁ ଲାଗି ହେଲା କିପରି ?
  • ||
  • ଗୋପାଳପୁର ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • କେନ୍ଦୁଝର: ଟ୍ରକ୍ ପଛରେ ପିଟିହେଲା କନ୍ୟାଯାତ୍ରୀ ବସ୍, ଜଣେ ମୃତ ୧୩ ଗୁରୁତର
  • ||
  • ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା, ୧୨ ଦିନ ପରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା
  • ||
  • ଘୂର୍ଣ୍ଣିବଳୟ ପ୍ରଭାବରେ ଲଗାଣ ବର୍ଷା: ସପ୍ତାହେ ଯାଏ ପ୍ରବଳ ଛେଚିବ,୨୫ରେ ୩ଟି,୨୬ରେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଅନ୍ତର୍ଜାତୀୟ ଓପନ ମାଷ୍ଟର୍ସ ଆଥଲେଟିକ ଚାମ୍ପିୟାନସିପ; ପ୍ରଥମ ପଦାର୍ପଣରେ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଲେ ଦାରା ସିଂହ

Published By : Bijay Swain | June 4, 2025 5:04 PM

କେନ୍ଦୁଝର, ୦୪|୦୬: ଗତମାସ ୨୪ ଏବଂ ୨୫ ତାରିଖ ଦୁଇ ଦିନ ଧରି ଶ୍ରୀଲଙ୍କାର ସୁଗଥl ଦାସ ଷ୍ଟାଡିୟମ କଲମ୍ବୋ ଠାରେ ଭେଟେରାନ କ୍ରୀଡ଼ାବିତ ମାନଙ୍କ ନିମନ୍ତେ ଏକାଦଶ ଅlନ୍ତର୍ଜାତୀୟ ଓପନ ଆଥଲେଟିକ ଚାମ୍ପିଆନସିପ ଅନୁଷ୍ଠିତ ହୋଇଯାଇଛି l ୫୫ ବର୍ଷରୁ ଉର୍ଦ୍ଧ୍ୱ ଏହି ଅଥଲେଟିକ ଚାମ୍ପିଆନସିପରେ ଭାରତରୁ ୫୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ l

ଭାରତୀୟ ଦଳରେ କେନ୍ଦୁଝର ଉପାନ୍ତ ଅଞ୍ଚଳ ବୋଲାଣିସ୍ଥିତ ଷ୍ଟିଲ ଅଥରିଟି ଅଫ ଇଣ୍ଡିଆରେ ମାଇନିଂ ଫୋରମ୍ୟାନ ଭାବେ କାର୍ଯ୍ୟରତ ଦାରା ସିଂହ ୩୪.୪୦ ମିଟର ଦୂରତ୍ୱକୁ ଜାଭେଲିନ ଫିଙ୍ଗି ଏହି ପ୍ରତିଯୋଗିତାରେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ବିଜୟୀ ହୋଇ ସମଗ୍ର କେନ୍ଦୁଝର ଜିଲ୍ଲାର ନାମ ଅନ୍ତର୍ଜାତୀୟ କ୍ରୀଡା ମାନଚିତ୍ରରେ ସ୍ଥାନିତ କରି  ଜିଲ୍ଲାକୁ ସମଗ୍ର ରାଜ୍ୟ ତଥା ଦେଶରେ ଗୌରବାନିୟୁତ କରିବା ସହ ଜିଲ୍ଲାର ଟେକ ରଖିବାରେ ସଫଳ ହୋଇଛନ୍ତି l ପ୍ରତିଯୋଗିତାଟି ବର୍ଷାରେ ବାଧାପ୍ରାପ୍ତ ହେବାରୁ ଶ୍ରୀ ସିଂହ ତାଙ୍କର ଅନ୍ୟ ଦୁଇ ଇଭେଣ୍ଟ ଲଙ୍ଗ ଜମ୍ପ ଏବଂ ଶଟପୁଟ ଥ୍ରୋରେ ଆଶାନୁରୂପ ଫଳ ପାଇ ପାରିନଥିଲେ l

ତାଙ୍କର ଏହି ବିରାଟ ସଫଳତାରେ କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥାର ଯୁଗ୍ମ ସମ୍ପାଦକ ସଂଗ୍ରାମ କେଶରୀ ପଟ୍ଟନାୟକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି l ନିଜର ଯୁବାବସ୍ଥାରେ ଜଣେ ଆଦର୍ଶ କ୍ରିକେଟର ଭାବେ ଖ୍ୟାତି ଅର୍ଜନ କରିଥିବା ଦାରା ସିଂହ ଆଜି ଜୀବନର ଅପରାହ୍ନରେ ତାଙ୍କର ଏହି ବିରାଟ ସଫଳତାରେ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ତାଙ୍କ ନିକଟକୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.