ନୂଆଦିଳ୍ଲୀ,୭।୨: ୨୦୩୦ ରେ ଅନ୍ତର୍ଜାତୀୟ ଅନ୍ତରୀକ୍ଷ ଷ୍ଟେସନ୍(ଆଇଏସ୍ଏସ୍)ନିଜର ଅନ୍ତିମ ଯାତ୍ରା ପୁରା କରି ପୃଥିବୀକୁ ପୁଣି ଫେରିବ। ଏହା ନା କେବଳ ତିନି ଦଶକର ଶାନ୍ତିପୂର୍ଣ୍ଣ ଅନ୍ତର୍ଜାତୀୟ ସହଯୋଗର ଅନ୍ତ ହେବ,ବଂର ସେହି ଯୁଗର ମଧ୍ୟ ଶେଷ ହେବ। ନଭେମ୍ବର ୨୦୦୦ ରେ ଫୁଟବଲ ମୈଦାନର ଆକାରର ଏହି ବୈଜ୍ଞାନିକ ପ୍ରୟୋଗଶାଳାରେ ସବୁବେଳେ କେହି ନା କେହି ମହାକାଶଚାରୀ ରୁହନ୍ତି। ଏହି ଷ୍ଟେସନ୍ ୮ କିଲୋମିଟର ପ୍ରତି ସେକେଣ୍ଡ ବେଗରେ ପୃଥିବୀର ପରିକ୍ରମା କରୁଛି। ଆଗାମୀ ସପ୍ତାହ ମହାକାଶ କେନ୍ଦ୍ର ଅଭିମୁଖେ ଗସ୍ତ କରିବାକୁ ଥିବା ନୂଆ ଚାଳକ ଦଳର ପ୍ରସ୍ତୁତି ଭିତରେ ଏହି ମିଶନ୍‌କୁ ସଫଳ କରୁଥିବା ବିଶେଷଜ୍ଞ ଏହାର ଆଗାମୀ ଅନ୍ତକୁ ନେଇ ଭାବୁକ ଏବଂ ଉଦାସୀନ ରହିଛନ୍ତି।

ନାସାର ସାଇନ୍ସ ଆଣ୍ଡ ମିଶନ୍ ସିଷ୍ଟମ ଅଫିସର ପୂର୍ବତନ ଜନ୍ ହେନରିକ୍ ଏହାକୁ ଭାଷା ଓ ସଂସ୍କୃତି ବ୍ୟତୀତ ମାନବୀୟ ସହଯୋଗର ଏକ ଭବ୍ୟ ମନ୍ଦିର (କାଥେଡ୍ରାଲ) ବୋଲି କହିଛନ୍ତି। ସେ କହିଛନ୍ତି,୨୫ରୁ ଅଧିକ ବର୍ଷ ହେବ ୩୬୫ ଦିନ ଓ ୨୪ ଘଣ୍ଟା ସ୍ପେସ୍ ଷ୍ଟେସନ୍‌ରେ କେହି ନା କେହି ମହାକାଶଚରୀ ରହିଥାନ୍ତି। ଏହା ଏହି କଥାର ପ୍ରମାଣ ଯେ, ଆମେ ପରସ୍ପର ସହ ଜଡିତ ହୋଇ ରହିଛୁ। ଆମେ ଲଢିବା ବଦଳରେ ସମସ୍ୟାର ସମାଧାନ କରିବା ଜାଣୁ। ଆଇଏସ୍ଏସର ପ୍ରସ୍ତାବ ରୁଷ ଓ ଆମେରିକା ଭିତରେ ସହଯୋଗ ପାଇଁ ଏକ ନୂଆ ଭାବନାର ପ୍ରତୀକ ଥିଲା। ୟୁକ୍ରେନ୍ ଯୁଦ୍ଧ କାରଣରୁ ରୁଷ ଓ ପାଶ୍ଚାତ୍ୟ ଦେଶ ଭିତରେ ସମ୍ପର୍କ ଭାଙ୍ଗି ସାରିଛି, କିନ୍ତୁ ମହାକାଶ ଷ୍ଟେସନରେ ଏହି ସହଯୋଗ ଆଜି ବି ରହିଛି। ସମୟ ସହିତ ଆଇଏସ୍ଏସ୍ ପୁରୁଣା ହେବାରେ ଲାଗିଛି। ଏହାର ଉପକରଣ ପୁରୁଣା ହୋଇସାରିଛି। ଗତ ବର୍ଷ ନାସା ଘୋଷଣା କରିଥିଲା ସେ ଏଲନ୍ ମସ୍କଙ୍କ କମ୍ପାନୀ ସ୍ପେସ୍ ଏକ୍ସ ଏକ ଏଭଳି ବାହାନ ତିଆରି କରିବାକୁ ଚେଷ୍ଟା କରିଛି,ଯାହାକି ୨୦୩୦ ସ୍ପେସ୍  ଷ୍ଟେସନକୁ ପୁଣିଥରେ ପୃଥିବୀରେ ଥିବା ବାୟୁମଣ୍ଡଳକୁ ପଠାଇ ଦେବ।

ସଠିକ୍ ରି ଏଣ୍ଟ୍ରି :ଏହା ଏକ ବଡ଼ ରକେଟ୍ ଇଞ୍ଜିନ ଆଇଏସ୍ଏସ୍‌ର ଗତିକୁ ଧିମା କରିଦେବ, ଯାହା ଫଳରେ ଏହା ପ୍ରଶାନ୍ତ ମହାସାଗର ଏଭଳି ଏକ କ୍ଷେତ୍ରରେ ପଡିବ ଯେଉଁଠି କୌଣସି ମଣିଷ ରହନ୍ତି ନାହିଁ।

ପଏଣ୍ଟ ନେମୋ:ଏହା ସମୁଦ୍ରର ବଡ଼ ଅଂଶ, ଯାହାକି ଭୂମି ଓ ମଣିଷଠାରୁ ଦୂରରେ ରହିଛି। ଏହା ପୂର୍ବରୁ ରୁଷର ‘ମୀର’ ଷ୍ଟେସନ୍ ସହିତ ବହୁ ଅନ୍ତରୀକ୍ଷ ଆବର୍ଜନା ଏଠାରେ ବିସର୍ଜିତ କରାଯାଇଛି।

ଘରୋଇ ଷ୍ଟେସନ୍ ଓ ଚୀନ୍‌ର ମାଲିକାନା :୨୦୩୦ ପରେ ପୃଥିବୀର କକ୍ଷରେ ଏକମାତ୍ର ସକ୍ରିୟ ଷ୍ଟେସନ୍ ଚୀନ ‘ତିୟାଗୋଙ୍ଗ’ ହେବ। ଭବିଷ୍ୟତର ଯୋଜନାକୁ ନେଇ ଆମେରିକା ଏବେ ବ୍ୟକ୍ତିଗତ କମ୍ପାନୀ ଦ୍ବାରା ସଞ୍ଚାଳିତ ଷ୍ଟେସନ୍ ଉପରେ ଧ୍ୟାନ କେନ୍ଦ୍ରିତ କରୁଛି।

ଭାରତର କେବେ ହେବ ଏଣ୍ଟ୍ରି ?

ଭାରତର ବ୍ୟକ୍ତିଗତ ମହାକାଶ ଷ୍ଟେସନ୍ ତିଆରି କରିବାର ସ୍ବପ୍ନ ଏବେ ଏକ ବଡ଼ ଯୋଜନାର ରୂପ ନେଇ ପାରେ। ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ(ଇସ୍ରୋ) ଏହି ଦିଗରେ ଦୃତ ଗତିରେ କାମ କରୁଛି। ଭାରତ ୨୦୩୫ ପର୍ଯ୍ୟନ୍ତ ନିଜର ମହାକାଶ ଷ୍ଟେସନ୍ ସ୍ଥାପିତ କରିବାର ଲକ୍ଷ୍ୟ ରଖିଛି। ଏହା ଭାରତକୁ ଦୁନିଆର ସେହି କିଛି ଦେଶ ଶ୍ରେଣୀରେ ରଖିବ,ଯାହା ପାଖରେ ନିଜର ବ୍ୟକ୍ତିଗତ ସ୍ପେସ୍ ଷ୍ଟେସନ୍ ରହିଛି। ଇସ୍ରୋର ଲକ୍ଷ୍ୟ ହେଉଛି ୨୦୨୮ ପର୍ଯ୍ୟନ୍ତ ଷ୍ଟେସନ୍ର ପ୍ରଥମ ମଡ୍ୟୁଲ(BAS-1) ଲଞ୍ଚ କରି ଦିଆଯିବ। ଏହା ଏକ ପ୍ରୟୋଗାତ୍ମକ ମଡ୍ୟୁଲ ହେବ। ଯାହାର ଉପଯୋଗ ଟେକ୍ନିକାଲ ପରୀକ୍ଷଣ ପାଇଁ କରାଯିବ। ଆରମ୍ଭରୁ ଏହା ଆଇଏସଏସ୍ରୁ ଛୋଟ ହେବ (ପ୍ରାୟ ୨୦-୨୫ ଟନ୍)। ଏଥିରେ ୨ରୁ ୪ ମହାକାଶ ଯାତ୍ରୀ ଏକାଠି ରହିପାରିବେ। ୧୫-୨୦ ଦିନ ରିସର୍ଚ୍ଚ କରିପାରିବେ। ଏହାକୁ ପୃଥିବୀର ନିମ୍ନ କକ୍ଷଠାରୁ ପ୍ରାୟ ୪୦୦ କିଲୋମିଟର ଉଚ୍ଚତାରେ ସ୍ଥାପିତ କରାଯିବ।