ପ୍ରମୂଖ ଖବର
  • କଟକ ରେଳ ଷ୍ଟେସନରେ ଅଘଟଣ : ଭୁଶୁଡିଲା ନିର୍ମାଣାଧୀନ ସେଡ୍
  • ||
  • ଶ୍ରୀମନ୍ଦିରରେ ପୁଣି ପଶିଲା ହିଡେନ୍ କ୍ୟାମେରା, ଭିଡିଓ କରିବା ବେଳେ ଧରା ପଡ଼ିଲେ ଯୁବକ
  • ||
  • ଭୁବନେଶ୍ୱର : ଷଣ୍ଢକୁ ଧକ୍କା ଦେଲା ବାଇକ୍‌, ଦୁର୍ଘଟଣାରେ ଚାଲିଗଲା ଅନ୍ତର୍ଜାତୀୟ ବଡି ବିଲ୍ଡରଙ୍କ ଜୀବନ
  • ||
  • IPLରୁ କ୍ରିକେଟର୍‌ ରବିଚନ୍ଦ୍ରନ୍ ଅଶ୍ବିନ୍‌ଙ୍କ ଅବସର ଘୋଷଣା
  • ||
  • ଲଗାଣ ବର୍ଷାରେ ବେହାଲ ମାଲକାନଗିରି, ଜନଜୀବନ ଅସ୍ତବ୍ୟସ୍ତ
  • ||
  • ଅଗ୍ରପୂଜ୍ୟ ଗଜାନନଙ୍କ ଆବାହନ : ଚଳଚଞ୍ଚଳ ପୁରପଲ୍ଲୀ, ରାଜଧାନୀରେ ୩୪୦ରେ ମଣ୍ଡପରେ ବିନାୟକଙ୍କ ପୂଜା
  • ||
  • ଫୁଲୁଛି ସୁବର୍ଣ୍ଣରେଖା ନଦୀ; ବଢୁଛି ଦୁର୍ଦ୍ଦଶା, ସ୍ଥିତି ସମୀକ୍ଷା କଲେ ରାଜ୍ୟପାଳ
  • ||
  • ଆଜି ଆକାଉଣ୍ଟକୁ ଆସିବ ସିଏମ୍‌ କିଷାନ ଟଙ୍କା, ଉପକୃତ ହେବେ ୫୧ ଲକ୍ଷରୁ ଅଧିକ ଚାଷୀ
  • ||
  • ବୈଷ୍ଣୋଦେବୀରେ ଭୂସ୍ଖଳନ; ୩୧ ଛୁଇଁଲା ମୃତ୍ୟୁସଂଖ୍ୟା, ଉଦ୍ଧାର ଅଭିଯାନ ଜାରି
  • ||
  • ଭାରତ ଉପରେ ଆଜିଠୁ ଫୁଟିବ ୫୦% ଟ୍ରମ୍ପଙ୍କ ଟାରିଫ୍ ବୋମା, ସଂଙ୍କଟରେ ୫ଲକ୍ଷ କୋଟିର ରତ୍ପାନୀ
  • ||

International Tea Day: ଦିନ ଆରମ୍ଭ ହୁଏ ସଞ୍ଜ ବି ସରେ ତାରି ପାଖରେ, କର୍ମକ୍ଲାନ୍ତ ଜୀବନରେ ସେ ତାଜାପଣ ଆଣେ...

Published By : Ankita S | May 21, 2025 9:05 AM

ଭୁବନେଶ୍ୱର,୨୧/୦୫: ଚା’ । ଯାହାର ଆଦର ରାସ୍ତାକଡ଼ଠୁ ପଞ୍ଚତାରକା ହୋଟେଲ ପର୍ଯ୍ୟନ୍ତ । ଧନୀ ହୁଅନ୍ତୁ କି ସାଧାରଣବର୍ଗ, ସଭିଙ୍କ ପାନୀୟ ତାଲିକାରେ ଏହାର ପ୍ରବେଶ । ଯଦି ମନ ଭଲ ନାହିଁ, ମୁଣ୍ଡ ବିନ୍ଧୁଛି କିମ୍ବା କିଛି ଖୁସି ଖବର ମିଳୁଛି ତେବେ ଆଗ ପାଟିରୁ ବାହାରୁଛି ‘ଚାଲ ଟିକେ ଚା ପିଇଦବା’ । ବିଶେଷକରି ବର୍ତ୍ତମାନ ଯୁବପିଢିଙ୍କ ପସନ୍ଦ ହେଉଛି ଚା’ । ସେଥିପାଇଁ ରାଜଧାନୀର ବିଭିନ୍ନ ସ୍ଥାନରେ ଅନେକ ଚା’ ଷ୍ଟଲ ଖୋଲିଛି । ଖାଲି ସେତିକି ନୁହେଁ ଯୁବପିଢିଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ଫ୍ଲେଭର ଓ ସ୍ୱାଦର ଚା’ ପ୍ରସ୍ତୁତ କରାଯାଉଛି । ଚାହିଦାକୁ ଲକ୍ଷ୍ୟକରି ଅନେକ ନିଜର ସ୍ୱତନ୍ତ୍ର ଚା’ ବ୍ୟବସାୟ କରି ବେଶ୍‌ ଭଲ ଟଙ୍କା ରୋଜଗାର କରୁଛନ୍ତି । ଆଜି ଅନ୍ତର୍ଜାତୀୟ ଚା’ ଦିବସ । ପ୍ରତିବର୍ଷ ମେ ୨୧ ତାରିଖକୁ ଚା’ ଦିବସ ଭାବରେ ପାଳନ କରାଯାଏ ।

ମୁଖ୍ୟତଃ ଚା’ କହିଲେ ଆମେ ୨ ପ୍ରକାର ଚା’କୁ ବୁଝିଥାଉ । ଗୋଟେ କ୍ଷୀର ମିଶା ହୋଇଥିବା ବେଳେ ଅନ୍ୟଟି ହେଉଛି ନାଲି ଚା’ । ହେଲେ ସିଆରପି ଛକ ନିକଟରେ ଥିବା ରାମ ଭାଇ ଟି ସେଣ୍ଟରରେ ମିଳିଯାଉଛି ୧୭୦ରୁ ଅଧିକ ପ୍ରକାର ଚା’ । ଯାହାର ନାମ ମଧ୍ୟ ବେଶ୍‌ ମଜାଦାର । ସେହିଗୁଡ଼ିକ ହେଉଛି ଲେମନ ଆଇସ୍‌ ଟି, ଫାଲୁଦା ଟି, ମଖନ ଚା’, ବ୍ଲାକ୍‌ ଚା’, ରୋଜ୍‌ ଚା’, ବ୍ଲୁଟି ଟି’, କେଶର ଚା’, ଇରାନ୍‌ ଟି’, ଦମ୍‌ ଟି’, ଗୁଡ୍‌କି ଟି’, ଜାଗିରି ଟି’ ଭଳି ଚା’ ତାଙ୍କ ଦୋକାନରେ ମିଳିଯାଉଛି । ଏହିସବୁ ଚା’ର ମୂଲ୍ୟ ୧୦ ଟଙ୍କାରୁ ଆରମ୍ଭ ହୋଇ ୨୦୦ ଟଙ୍କା ପର୍ଯ୍ୟନ୍ତ ରହୁଛି । ଯୁବପିଢ଼ି ଠାରୁ ଆରମ୍ଭ କରି ବୟସ୍କ ଲୋକଙ୍କ ପର୍ଯ୍ୟନ୍ତ ସବୁବର୍ଗଙ୍କ ଗହଳି ରାମ ଭାଇଙ୍କ ଚା’ ଦୋକାନରେ ଦେଖାଯାଏ । ବିଶେଷକରି ସନ୍ଧ୍ୟା ବେଳେ ଲୋକଙ୍କର ଗହଳି ଅଧିକ ରହିଥାଏ । ପ୍ରାୟ ୨୬ ବର୍ଷ ହେବ ଲୋକମାନଙ୍କୁ ବିଭିନ୍ନ ପ୍ରକାର ଚା’ ଚଖାଉଥିବା ରାମ ପ୍ରଧାନ କୁହନ୍ତି, ମୁଁ ପ୍ରଥମେ ସାଧାରଣ ଭାବେ ଚା’ ବିସ୍କୁଟ ବିକ୍ରି କରୁଥିଲି । ପରବର୍ତ୍ତୀ ସମୟରେ କିଛି ନୂଆ କରିବାକୁ ଇଛା ହେଲା । ସେଥିପାଇଁ ନିଜ ଦୋକାନରେ ଏତେପ୍ରକାର ଚା’ ରଖିଛି । ଏଥିପାଇଁ କୋଲକାତା ଏବଂ ହାଇଦ୍ରାବାଦ୍‌ରୁ ମୁଁ ପ୍ରଶିକ୍ଷଣ ନେଇଛି । 

ରାଜଧାନୀର ବିଭିନ୍ନ ଛକରେ ଥିବା ଚା’ ଦୋକାନରେ ଲୋକମାନେ ଚା ପିଇବା ସହିତ ଖଟି କରିଥାନ୍ତି । ସେହିଭଳି ଖଟି ଓ ଚା’ ପାଇଁ ବେଶ୍‌ ପରିଚିତ ଦୋକାନ ହେଉଛି ଜୟଦେବ ଭବନ ନିକଟରେ ଥିବା ମହାବୀର ଓମ୍‌ଫେଡ୍‌ ଚା’ । ଯେଉଁଠାରେ ନେତା ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା ପର୍ଯ୍ୟନ୍ତ ସମସ୍ତେ ଏକାଠି ହୋଇଥାନ୍ତି । ଖଟି କରୁ କରୁ କିଏ ୪ କପ୍‌ ଚା ପିଇଦିଏ ତ କିଏ ୫ କପ୍‌ । ବିଶେଷକରି ଏଠାରେ ମିଳୁଥିବା ଗୁଡ଼ ଚା ଲୋକମାନଙ୍କୁ ବେଶ୍‌ ପସନ୍ଦ । ଯାହାର ମୂଲ୍ୟ ୧୫ ଟଙ୍କା । ଏହି ଦୋକାନରେ କ୍ଷୀର ଚା, ଲେମନ୍‌ ଚା, ଅଦରକ ଚା’, ନାଲି ଚା’, ଗୁଡ଼ ଚା, ଆମରନ୍‌ ଟି, ଗ୍ରୀନ୍‌ ଟି ଭଳି ପ୍ରାୟ ୮ ରୁ ୧୦ ପ୍ରକାର ଚା ମିଳିଯାଉଛି । ଏହି ଦୋକାନରେ କାଗଜ କପ୍‌ ଆଦୌ ବ୍ୟବହାର କରାଯାଏ ନାହିଁ । କେବଳ ମାଟି କିମ୍ବା କାଚ କପ୍‌ରେ ଗ୍ରାହକମାନଙ୍କୁ ଚା’ ଦିଆଯାଇଥାଏ । ସକାଳ ସାଢ଼େ ୫ରୁ ରାତି ୧୦ଟା ଯାଏଁ ଦୋକାନ ଖୋଲାଥାଏ । ମହାବୀର ଚା’ ଦୋକନର ଦୋକନୀ ସ୍ୱରାଜ ମହାନ୍ତି କୁହନ୍ତି, ସକାଳୁ ବହୁତ ଭିଡ଼ ହୋଇଥାଏ । ଆମର ଅନେକ ଗ୍ରାହକ ପ୍ରତିଦିନ ବହୁଦୂରରୁ ନାଲି ଚା’ ଓ ଗୁଡ଼ ଚା’ ପିଇବାକୁ ଆସିଥାନ୍ତି । ବିଶେଷକରି ଆମ ନାଲି ଚା’ ରେ ଆମେ ୭ ପ୍ରକାର ମସଲା ପକାଇଥାଉ । ଚା’ ରେ ଆମେ ହାତ ତିଆରି ମସଲା ବ୍ୟବହାର କରିଥାଉ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.