ମାଲକାନଗିରି,୧୫/୧୨: ସପ୍ତାହେ ପରେ ଇଣ୍ଟନେଟ୍ ସେବା ସଚଳ । ସୋମବାର ଦିନ ୧୨ଟାରେ ମାଲକାନଗିରି ଜିଲ୍ଲାରେ ଇଣ୍ଟରନେଟ୍ ସେବା ସ୍ୱାଭାବିକ ହୋଇଛି । ଇଣ୍ଟରନେଟ୍ ଆସିବା ପରେ ଜିଲ୍ଲାବାସୀ ଆଶ୍ବସ୍ତି ଲାଭ କରିଛନ୍ତି ।  ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକ୍ ଏମଭି-୨୬ ଗାଁ ଓ ରାଖେଲଗୁଡା ମଧ୍ୟରେ ହିଂସାତ୍ମକ ଘଟଣା ଘଟିଥିଲା । ଏବେ ଶାନ୍ତ ପଡ଼ିବା ସହ ଗାଁ ଧୀରେ ଧୀରେ ସ୍ବାଭାବିକ ଅବସ୍ଥାକୁ ଫେରୁଛି । ଏହାକୁ ଲକ୍ଷ୍ୟ କରି ଜିଲ୍ଲା ପ୍ରଶାସନ ପକ୍ଷରୁ ଇଣ୍ଟରନେଟ୍ ସେବାକୁ ସଚଳ କରାଯାଇଛି ।

ଆଜି ୧୨ଟାରୁ ଜିଲ୍ଲାରେ ଇଣ୍ଟରନେଟ ସେବା ଆରମ୍ଭ ହୋଇ ଥିବା ନେଇ ଅତିରିକ୍ତ ଜିଲ୍ଲାପାଳ    ବେଦବର ପ୍ରଧାନ ସୂଚନା ଦେଇଛନ୍ତି। ଜିଲ୍ଲାରେ ଇଣ୍ଟରନେଟ୍ ସେବା ଦୀର୍ଘ ଦିନ ଧରି ବନ୍ଦ ରହିବା ଦ୍ୱାରା ଅନଲାଇନ ଅର୍ଥ କାରବାର, ସରକାରୀ, ବେସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ଛାତ୍ରଛାତ୍ରୀଙ୍କ ଶିକ୍ଷା କ୍ଷେତ୍ରରେ ବହୁତ ଅସୁବିଧା ହେଉଥିଲା । ଇଣ୍ଟରନେଟ୍ ଆସିବା ପରେ ଜିଲ୍ଲାବାସୀଙ୍କ ମନରେ ଖୁସିର ଲାହାରୀ ଖେଳିଯାଇଛି ।