ପ୍ରମୂଖ ଖବର
  • ତାଳଚେର ହାଣ୍ଡିଧୁଆ ସ୍କୁଲର ରୂପାନ୍ତରଣ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • ତାଳଚେରରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • କଟକ : ଟ୍ରକ୍ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ, ଚାଳକ ଥାନାରେ ଅଟକ
  • ||
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ତଦନ୍ତକାରୀ ପୋଲିସ ଅଧିକାରୀଙ୍କୁ ମିଳିବ ବାଇକ୍, ୬୭୯ ଥାନାକୁ ଦିଆଯିବ ସ୍କର୍ପିଓ

Published By : Rasmita Pradhan | January 18, 2025 2:25 PM

ଭୁବନେଶ୍ଵର, ୧୮/୦୧ : ତଦନ୍ତକାରୀ ପୋଲିସ ଅଧିକାରୀଙ୍କୁ ମିଳିବ ବାଇକ୍ ଏବଂ ତଦନ୍ତ ସମ୍ପର୍କିତ କିଟ୍। ୬୭୯ ଥାନାକୁ ଦିଆଯିବ ସ୍କର୍ପିଓ ଗାଡି। ପ୍ରଥମ ପର୍ଯ୍ୟାୟରେ ୨୫୦୦ ବାଇକ୍ ଦିଆଯିବ। ଫେବୃଆରୀ ୨୮ ସୁଦ୍ଧା ନୂଆ ଗାଡ଼ି ଥାନାରେ ପହଞ୍ଚିବ। ସେହିପରି ଇନଭେଷ୍ଟିଗେସନ କିଟ୍‌ରେ ରହିବ ଲାପଟପ୍, ସ୍ମାର୍ଟଫୋନ, ଏବଂ ପେନଡ୍ରାଇଭ୍। ଆଇଆଇସି, ଏସଆଇ ଏବଂ ଏଏସଆଇଙ୍କୁ ମିଳିବ ଏହି କିଟ୍। କେବଳ ସେତିକି ନୁହେଁ ବାଇକ୍ ମେଣ୍ଟେନାନ୍ସ ଏବଂ ପେଟ୍ରୋଲ ଖର୍ଚ୍ଚ ମଧ୍ୟ ଦିଆଯିବ। ଏଥର ରାଜ୍ୟ ବଜେଟ୍‌ରେ ଏଥିପାଇଁ ସ୍ଵତନ୍ତ୍ର ପ୍ୟାକେଜ୍ ରହିବ। ଏନେଇ ପୋଲିସ ଡିଜି ୱାଇ ବି ଖୁରାନଆ ସୂଚନା ଦେଇଛନ୍ତି। 

ଏହି ଖବରଟିକୁ ପଢନ୍ତୁ- ଐତିହ୍ୟ ଗ୍ରାମ ରଘୁରାଜପୁର ବୁଲିଲେ ସିଙ୍ଗାପୁର ରାଷ୍ଟ୍ରପତି

ପୋଲିସ ଡିଜି କହିଛନ୍ତି ଯେ, ଗତ ବର୍ଷ ୨ ଲକ୍ଷ ୧୧ ହଜାର ଅପରାଧିକ ମାମଲା ରୁଜୁ ହୋଇଥିଲା। ଅଧିକାଂଶ ମାମଲା ରାଜ୍ୟ ତଥା ରାଜ୍ୟ ବାହାରକୁ ଯାଇ ପୋଲିସ ତଦନ୍ତ କରିଥିଲା। ଅନେକ ସମୟରେ ଅର୍ଥ ଅଭାବ ଯୋଗୁଁ ତଦନ୍ତରେ ବାଧା ସୃଷ୍ଟି ହେଉଥିଲା। ତେଣୁ ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ସରକାରଙ୍କୁ ଏଥିପାଇଁ ପ୍ରସ୍ତାବ ଦିଆଯାଇଛି। ଏହା ସହିତ ଓଡ଼ିଶା ସୀମାରେ ଥିବା ୧୧ଟି ଲୋକ ନଥିବା ଦ୍ଵୀପରେ ଜାତୀୟ ପତାକା ଲଗାଇବ ପୋଲିସ।




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.