ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଦୀଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ଆସିଲା ତଦନ୍ତ ରିପୋର୍ଟ, 'ଲିମ୍ଵ କାଠରେ ତିଆରି ହୋଇଛନ୍ତି ମହାପ୍ରଭୁ'

Published By : Rasmita Pradhan | May 5, 2025 3:05 PM

ଭୁବନେଶ୍ଵର, ୦୫/୦୫ : ଦୀଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ଆସିଲା ତଦନ୍ତ ରିପୋର୍ଟ। ଶ୍ରୀମନ୍ଦିରରୁ ଦୀଘା ଯାଇନି ଦାରୁ। ଲିମ୍ଵ କାଠରେ ତିଆରି ହୋଇଛନ୍ତି ମହାପ୍ରଭୁ। ବଳକା ଦାରୁରୁ ମୂର୍ତ୍ତି ତିଆରି ହେବା କଥା ସମ୍ପୂର୍ଣ୍ଣ ମିଛ। ଧାମ ଶବ୍ଦର ନାମ କେବଳ ଚାରି ଧାମରେ ଲାଗିବ। ଦୀଘା ବେଳାଭୂମିର ନାମରୁ ମହାଦୋଧି କାଟିବା ପାଇଁ ପଶ୍ଚିମବଙ୍ଗ ସରକାରଙ୍କୁ ଯିବ ଲେଟର। ଏନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ। 

ଆଇନ ମନ୍ତ୍ରୀ କହିଛନ୍ତି ଯେ, ଦାରୁ ଘର ଭିତରେ କାଠ ରୁହେ। ୧୯୯୫-୯୬ରେ ସେତେବେଳର ସରକାରଙ୍କ ଭୁଲ୍ ନିଷ୍ପତ୍ତି ପାଇଁ ଦଇତାପତି ନିଯୋଗ ଘରେ କିଛି କାଠ ଥିଲା। ସମସ୍ତ କାଠ ଦାରୁ ଘରକୁ ଆଣିବା ପାଇଁ ଏକ ୫ ଜଣିଆ କମିଟି ଗଠନ ହୋଇଛି। ସେବକମାନେ ଗଣମାଧ୍ୟମକୁ ଆସି ପୂଜାବିଦ୍ଧି ବିଷୟରେ କହୁଛନ୍ତି। କେତେ ଦୂର ଗଣମାଧ୍ୟମକୁ କହିପାରିବେ ସେନେଇ ମାର୍ଗଦର୍ଶିକା ଆସିବ। ଦଇତାପତି ନିଯୋଗ ସଭାପତିଙ୍କ ବିରୁଦ୍ଧରେ ଯେଉଁ ଅଭିଯୋଗ ଆସିଥିଲା ତାଙ୍କୁ ସମନ ଦିଆଯାଇଥିଲା। ସେ ଉତ୍ତର ରଖିଛନ୍ତି। ଭୁବନେଶ୍ଵରର ଜଣେ ସୁଦର୍ଶନ ମହାରଣାଙ୍କ ପାଖରୁ ଲିମ୍ଵ କାଠରେ ମହାପ୍ରଭୁଙ୍କୁ ତିଆରି କରି ନେଇଥିଲେ। ଏନେଇ ମହାରଣା ବି ସ୍ଵୀକାର କରିଛନ୍ତି। ଶ୍ରୀମନ୍ଦିର ଆକ୍ଟ ଅନୁଯାୟୀ, ପୁଣି ୭ ଦିନ ଭିତରେ ଜଣାଇବା ପାଇଁ କୁହାଯାଇଛି। ସେଥିରେ ସନ୍ତୁଷ୍ଟ ନହେଲେ ଶ୍ରୀମନ୍ଦିର ପ୍ରଶାସନ ଦଣ୍ଡିତ କରିବ। ସମସ୍ତ ଜଗନ୍ନାଥପ୍ରେମୀଙ୍କୁ ବାଧିଛି। ଜଗନ୍ନାଥଙ୍କ କୌଣସି ଜିନିଷ ନେଇ କେହି ବଞ୍ଚିବେ ନାହିଁ। 

ଆଇନ ମନ୍ତ୍ରୀ ପୁଣି କହିଛନ୍ତି ଯେ, ମହାରଣା ସେବକ, ବିଭିନ୍ନ ନିଯୋଗ, ଦଇତାପତି ନିଯୋଗ ଓ ଯେଉଁମାନେ ଦୀଘା ଯାଇଥିଲେ । ସେମାନଙ୍କୁ ନେଇ ମାରାଥନ ବୈଠକ ହୋଇଥିଲା। ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ମହାପ୍ରଭୁଙ୍କର କଣ ଦୈନନ୍ଦିନ କାର୍ଯ୍ୟ ରହିବ ଏନେଇ ରାଜ୍ୟର ସବୁ ଜଗନ୍ନାଥ ମନ୍ଦିରକୁ ଶ୍ରୀମନ୍ଦିର ପକ୍ଷରୁ ଖୁବଶୀଘ୍ର ମାର୍ଗଦର୍ଶିକା ଜାରିହେବ। ଦୀଘାରେ ଜଗନ୍ନାଥ ଧାମ ଉଲ୍ଲେଖ କରାଯାଇଥିଲା। ଏହାକୁ ସମସ୍ତେ ଏହାକୁ ବିରୋଧ କରିଛନ୍ତି। ଧାମ ଶବ୍ଦର ନାମ କେବଳ ଚାରି ଧାମରେ ଲାଗିବ। ପଶ୍ଚିମବଙ୍ଗ ସରକାରଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ଲେଟର ଯିବ ଏବଂ ଦୀଘା ଠାରେ ମହାଦୋଧି ନାମକୁ କାଟିବା ପାଇଁ ଜଣାଇବୁ। ଯଦି ନମାନିଲେ ଆଇନଗତ ଆଶ୍ରୟ ନେବୁ। ସେବାୟତମାନେ କେଉଁଠିକୁ ଯିବେ ନଯିବେ ମାର୍ଗଦର୍ଶିକା ଜାରି ହେବ।

ଏହି ଖବରଟିକୁ ପଢନ୍ତୁ-'ସବୁଠି ସବୁ ମନ୍ଦିର ହେଉଛି, ଦୀଘାରେ ହେଲେ କାହିଁକି ବାଧୁଛି ?' ତାତିଗଲେ ଦିଦି...


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.