ପ୍ରମୂଖ ଖବର
  • ଆସନ୍ତା ୨୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଂଗ୍ରେସର ଓଡ଼ିଶା ବନ୍ଦ ଡାକରା, ଶାନ୍ତି ଶୃଙ୍ଖଳାରେ ବନ୍ଦକୁ ସମର୍ଥନ କରିବାକୁ ଭକ୍ତଙ୍କ ଅପିଲ୍
  • ||
  • ମୟୂରଭଞ୍ଜ : ଅନ୍ଧ ବିଶ୍ୱାସ ଓ ତନ୍ତ୍ର ପୂଜା ପାଇଁ ଘରେ ରଖିଥିଲେ ବାଘ ଛାଲ, ୭ ଅଭିଯୁକ୍ତ ଗିରଫ
  • ||
  • ଗୁରୁବାର ମହାପ୍ରଭୁଙ୍କର ବନକଲାଗି ନୀତି, ସନ୍ଧ୍ୟା ସାଢେ ୬ଟାରୁ ରାତି ୧୧ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଜଳେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ବାଲେଶ୍ୱର ଜିଲ୍ଲା ବନ୍ଦ ଡାକରା, ଦିନ ୨ଟା ପର୍ଯ୍ୟନ୍ତ ଚକଅଖ ବନ୍ଦ
  • ||
  • ନୂଆପଡ଼ା: ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||
  • ମୟୂରଭଞ୍ଜ: ରକ୍ତ ସମ୍ପର୍କରେ ରକ୍ତ ଛିଟା; ବୃଦ୍ଧ ବାପା ଓ ମାଆଙ୍କୁ ହତ୍ୟାକଲା ମଦ୍ୟପ ପୁଅ
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଘରେ ପଶିଲା କାର୍; ଜଣେ ମୃତ, ୪ଆହତ
  • ||
  • ଓଡ଼ିଶା ବନ୍ଦ ପାଇଁ ଟିଏଲ୍‌ଟି ନିଯୁକ୍ତି ପରୀକ୍ଷା ସ୍ଥଗିତ, ୧୮ରେ ହେବ ପରୀକ୍ଷା
  • ||
  • ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା, ୧୯ ଯାଏ ଢାଳିବ
  • ||
  • ଆମେରିକାର ଟାରିଫ୍‌ ଛାଟରେ ଚିନ୍ତାରେ ଏସୀୟ ଦେଶ : ପୋଷାକ ରପ୍ତାନିରେ ଲାଭ ଉଠାଇପାରିବ ଭାରତ
  • ||
  • ନୂଆପଡ଼ା : ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||

IPL 2025; ୪ ଦିନ ପରେ କ୍ରିକେଟ୍ ଫିବରରେ କମ୍ପିବେ ଫ୍ୟାନ୍ସ, ଜାଣନ୍ତୁ କିଏ ସବୁଠୁ ଧନୀ କ୍ୟାପ୍ଟେନ୍

Published By : Ankita S | March 17, 2025 11:03 AM

ନୂଆଦିଲ୍ଲୀ,୧୭/୦୩: ଆଉ ହାତ ଗଣତି ଦିନ । ଆରମ୍ଭ ହେବ ଆଇପିଏଲ ସିଜିନ୍ ୧୮ ।  ମାତ୍ର ୪ ଦିନ ବାକି ।  ଜମିବ ଫଟାଫଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ । କ୍ରିକେଟ ଫିବରରେ କମ୍ପିବେ ଫ୍ୟାନ୍ସ । ୧୦ ଟିମ୍ ମଧ୍ୟରେ ଟାଇଟ୍ ହେବ ଫାଇଟ୍ । ୯ ଦେଶୀ ଜଣେ ବିଦେଶୀ କ୍ୟାପ୍ଟେନ ରେଡ୍ଡୀ । ସେନା ବି ତୟାର । ତେବେ ଜାଣିଛନ୍ତି କି ଆଇପିଏଲର ଚଳିତ ସଂସ୍କରରଣ ସବୁଠୁ ଧନୀ କ୍ୟାପ୍ଟେନ କିଏ ? ତାଙ୍କର କେତେ ସମ୍ପତ୍ତି ଅଛି । ପ୍ରପର୍ଟି ଜାଣିଲେ ଉଡିଯିବ ହୋସ୍ । ଜାଣିବାକୁ ପଢନ୍ତୁ ଏହି ରିପୋର୍ଟ ।

ଆଇପିଏଲରେ ୧୦ଟି ଟିମ୍ ରହିଛନ୍ତି । ୯ଟି ଦଳର ଦେଶୀ ଅଧିନାୟକ ରହିଥିବା ବେଳେ ଗୋଟିଏ ଦଳର ଜଣେ ବିଦେଶୀ କ୍ୟାପ୍ଟେନ ଅଛନ୍ତି । ଅକ୍ଷର ପଟେଲ୍ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଅଛନ୍ତି । ତାଙ୍କ ପାଖରେ ମୋଟ୍ ୪୯ କୋଟି ଟଙ୍କାର ସମ୍ପତ୍ତି ଅଛି । ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପ୍ଟେନ ହାର୍ଦ୍ଦିକ ପାଣ୍ଡ୍ୟା ୯୪ କୋଟି ଟଙ୍କାର ମାଲିକ । ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମସନଙ୍କ ପାଖରେ ୮୭ କୋଟି ଟଙ୍କାର ସମ୍ପତ୍ତି ରହିଛି । ପଞ୍ଜାବ କିଙ୍ଗସ୍ କ୍ୟାପ୍ଟେନ ଶ୍ରେୟସ ଆୟରଙ୍କ ପାଖରେ ମୋଟ୍ ୫୮ କୋଟି ଟଙ୍କାର ସମ୍ପତ୍ତି ରହିଛି । ଲକ୍ଷ୍ନୌ ସୁପରଜାଏଣ୍ଟସର କ୍ୟାପ୍ଟେନ ଋଷବ ପନ୍ତ ୧୦୦କୋଟି ଟଙ୍କାର ମାଲିକ ।

ସେହିପରି ଚେନ୍ନାଇ ସୁପରକିଙ୍ଗସ ଅଧିନାୟକ ଋତୁରାଜ ଗାଏକ୍ବାଡଙ୍କ ପାଖରେ ୩୬ କୋଟି ଟଙ୍କାର ସମ୍ପତ୍ତି ରହିଛି । କୋଲକାତା ନାଇଟ ରାଇଡର୍ସ କ୍ୟାପ୍ଟେନ ଅଜିଙ୍କ୍ୟ ରାହାଣେଙ୍କ ପାଖରେ ୮୦ କୋଟି ଟଙ୍କାର ସମ୍ପତ୍ତି ଅଛି । ଆରସିବି କ୍ୟାପ୍ଟେନ ରଜତ ପାଟିଦାରଙ୍କ ପାଖରେ ପ୍ରାୟ ୧.୬୨ କୋଟି ଟଙ୍କାର ସମ୍ପତ୍ତି ରହିଛି । ଗୁଜୁରାଟ ଜାଏଣ୍ଟସ କ୍ୟାପ୍ଟେନ ଶୁବମନ୍ ଗିଲଙ୍କ ପାଖରେ ୩୪ କୋଟି ଟଙ୍କାର ସମ୍ପତ୍ତି ଅଛି । ସନରାଇଜର୍ସ କ୍ୟାପ୍ଟେନ ପାଟ୍ କମିନ୍ସ ପାଖରେ ମୋଟ ୩୫୦ କୋଟି ଟଙ୍କାର ସମ୍ପତ୍ତି ରହିଛି । ଚଳିତ ଆଇପିଏଲର ସବୁଠୁ ଧନୀ କ୍ୟାପ୍ଟେନ୍ ହେଉଛନ୍ତି ପାଟ୍ କମିନ୍ସ ।

ଅଧିକ ପଢନ୍ତୁ...ଏପ୍ରିଲ ପ୍ରଥମ ସପ୍ତାହରେ ଗ୍ରାଉଣ୍ଡ୍‌କୁ ଫେରିବେ ବୁମରା ! ଖୁବ୍‌ଶୀଘ୍ର ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଯୋଗ ଦେବେ

ମାର୍ଚ୍ଚ ୨୨ରୁ ଆରମ୍ଭ ହେବ ଫଟାଫଟ କ୍ରିକେଟ ଇଣ୍ଡିଆନ୍ ପ୍ରିମିୟର ଲିଗ୍ । ୧୦ ଦଳ ମଧ୍ୟରେ ମୋଟ ୭୦ଟି ଲିଗ୍ ମ୍ୟାଚ ଖେଳାଯିବ । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ । ମେ ୨୫ ତାରିଖରେ ଫାଇନାଲ ଫାଇଟ୍ ହେବ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.