ନୂଆଦିଲ୍ଲୀ,୨୩/୦୫: ଶୁଭମନ୍ ଗିଲଙ୍କ ନେତୃତ୍ୱାଧୀନ ଗୁଜରାଟ ଟାଇଟନ୍ସ ଚଳିତ ଆଇପିଏଲ୍‌ରେ ଟେବୁଲ୍‌ ଟପରେ ରହିଛି । ଗୁରୁବାର ୬୪ତମ୍‌ ଲିଗ୍ ମ୍ୟାଚରେ ଲକ୍ଷ୍ନୌ ସୁପରଜାଏଣ୍ଟସଠୁ ୩୩ରନ୍‌ରେ ପରାସ୍ତ ହୋଇଛି । ଗୁଜରାଟ ଟେବୁଲ୍ ଟପରେ ରହିଛି । ୧୩ଟି ମ୍ୟାଚ ଖେଳି ୯ଟି ଜିତିଛି ।  ମାତ୍ର ଦଳ ଉପରେ ଏବେ ଟପ୍‌ ୨ରୁ ଆଉଟ୍ ହେବା ଆଶଙ୍କା ଦେଖା ଦେଇଛି । ଏବେ ଗୁଜରାଟ ଭାଗ୍ୟ ତାଙ୍କ ହାତରେ ନାହିଁ । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ପଞ୍ଜାବ କିଙ୍ଗସ୍‌ ଟିମ୍‌ ଯେ କୌଣସି ମୂହୁର୍ତ୍ତରେ ଗୁଜରାଟକୁ ଟପ୍‌ ୨ରୁ ଆଉଟ୍ କରିପାରନ୍ତି । ଆସନ୍ତୁ ଜାଣିବା କଣ କହୁଛି ସମୀକରଣ ।

ଆଇପିଏଲ ୨୦୨୫ ପଏଣ୍ଟ ଟେବୁଲରେ ଟପ୍‌ ୨ରେ ତିଷ୍ଠି ରହିବା ଦଳ ପାଇଁ ଲାଭଦାୟକ ହେବ । ଟିମ୍‌କୁ ଏହା ଫାଇଲାନରେ ପ୍ରବେଶ କରିବାକୁ ସହାୟକ ହେବ । ଏପରି ସ୍ଥିତିରେ ଗୁଜରାଟ, ବେଙ୍ଗାଲୁରୁ ଏବଂ ପଞ୍ଜାବର ଫୋକସ୍‌ ଲିଗ୍ ପର୍ଯ୍ୟାୟ ଶେଷ ସୁଦ୍ଧା ଟପ୍‌ ୨ରେ ରହିବା ଉପରେ ରହିଛି ।

ଝୁଲୁଛି ଗୁଜରାଟ ଭାଗ୍ୟ- ଲକ୍ଷ୍ନୌ ସୁପରଜାଏଣ୍ଟସ ବିପକ୍ଷରେ ଗୁଜରାଟର ପରାସ୍ତ ହେବା ପରେ ଦଳ ଭାଗ୍ୟ ଝୁଲୁଛି । ଦଳ ୧୩ଟି ମ୍ୟାଚରୁ ୯ଟି ଜିତି ୧୮ ପଏଣ୍ଟ ସହ ଟେବୁଲ ଟପରେ ରହିଛି । ଗୁଜରାଟ ଏବେ ୨୦ ପଏଣ୍ଟ ଯାଏ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି ।  ଏ ନେଇ ଦଳକୁ ତାର ଶେଷ ମ୍ୟାଚରେ ଚେନ୍ନାଇକୁ ହରାଇବାକୁ ହେବ । ଯଦି ସିଏସକେ ଉକ୍ତ ମ୍ୟାଚ ଜିତିଯାଏ ତେବେ ଗୁଜରାଟର ମୁ୍ସ୍କିଲ ବଢିପାରେ । ଟାଇଟନ୍ସକୁ ଟପ ୨ରେ ରହିବାକୁ ହେଲେ ଆରସିବି ଓ ପଞ୍ଜାବ ମୁକାବିଲାର ପରିଣାମ ଉପରେ ନିର୍ଭର କରିବାକୁ ହେବ ।

RCB-PBKS ହାସଲ କରିପାରନ୍ତି  ୨୧-୨୧ ପଏଣ୍ଟ- ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୧୭ ପଏଣ୍ଟ ସହ ଟେବୁଲ ଦ୍ବିତୀୟ ସ୍ଥାନରେ ରହିଛି । ସମାନ୍ ପଏଣ୍ଟ ସହ ମୁମ୍ବାଇ ତୃତୀୟ ସ୍ଥାନରେ ରହିଛି । ଦୁଇଟିମ୍‌ର ଲିଗ୍‌ ଷ୍ଟେଜରେ ୨-୨ଟି ମ୍ୟାଚ ବାକି ରହିଛି । ଆରସିବି ତାର ବଳକା ମ୍ୟାଚ ହାଇଦ୍ରାବାଦ ଓ ଲକ୍ଷ୍ନୌ ବିପକ୍ଷରେ ଖେଳିବ । ପଞ୍ଜାବ ଦିଲ୍ଲୀ ଓ ମୁମ୍ବାଇ ବିପକ୍ଷରେ ତାର ବାକି ମ୍ୟାଚ ଖେଳିବ । ଯଦି ଆରସିବି ଓ ପଞ୍ଜାବ ତାର ବଳକା ମ୍ୟାଚ ଜିତନ୍ତି ତେବେ ଦୁଇ ଦଳ ୨୧-୨୧ ପଏଣ୍ଟରେ ପହଞ୍ଚିଯିବେ । ଏମିତି ହେଲେ ଗୁଜରାଟ ଟପ୍‌ ୨ରୁ ଆଉଟ୍ ହୋଇଯିବ । ତାକୁ ମୁମ୍ବାଇ ବିପକ୍ଷରେ ଏଲିମିନେଟର ମ୍ୟାଚ ଖେଳିବାକୁ ପଡିବ ।