ମୁଲନପୁର,୧୭/୦୪: ଚଳିତ ଆଇପିଏଲ୍‌ ସମୟରେ  ଗ୍ରାଉଣ୍ଡ ଅମ୍ପାୟାର ବ୍ୟାଟ୍‌ର ଆକାର ମାପ କରୁଥିବା ଦେଖିବାକୁ  ମିଳିଛି । ବ୍ୟାଟ୍‌ର ଆକାର ଓ ମୋଟେଇକୁ ନେଇ ସ୍ୱତନ୍ତ୍ର  ନିୟମ ରହିଛି । ତେଣୁ ଅମ୍ପାୟାରମାନେ ସବୁ ଖେଳାଳିଙ୍କ  ବ୍ୟାଟ୍‌ ମାପ କରୁଛନ୍ତି ।ବୁଧବାର ଅରୁଣ ଜେଟଲି ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ରେ ଚତୁର୍ଥ ଅମ୍ପାୟାର ବ୍ୟାଟ୍‌ ଯାଞ୍ଚ କରିଥିଲେ। ଯେଉଁ ଥିରେ ରାଜସ୍ଥାନ ରୟାଲ୍ସର ବ୍ୟାଟ୍ସମ୍ୟାନ୍ ରିୟାନ ପରାଗଙ୍କ ବ୍ୟାଟ୍ ଅମ୍ପାୟରଙ୍କ  ବ୍ୟାଟ୍ ମାପ  ପରୀକ୍ଷାରେ ବିଫଳ ହୋଇଥିଲା ଫଳରେ ତାଙ୍କୁ ତାଙ୍କ ବ୍ୟାଟ୍ ପରିବର୍ତ୍ତନ କରିବାକୁ ପଡିଥିଲାସେହିଭଳି ସୁପର୍ ଓଭର ପୂର୍ବରୁ ଉଭୟ ଦଳ ସମସ୍ତ ବ୍ୟାଟରଙ୍କ ବ୍ୟାର ମୋଟେଇ ଯାଞ୍ଚ କରିଥିଲେ ଅମ୍ପାୟାର। ମଙ୍ଗଳବାର ପଞ୍ଜାବ କିଙ୍ଗ୍‌ସ ଓ କୋଲକାତା  ନାଇଟ୍‌ ରାଇଡର୍ସ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ ସମୟରେ ସୁନୀଲ  ନାରିନ ଓ ଆନରିଚ ନର୍ଜଙ୍କ ବ୍ୟାଟ୍‌କୁ ବ୍ୟାନ୍‌ କରାଯାଇଥିଲା । ଉଭୟଙ୍କ ବ୍ୟାଟ୍‌ ନିର୍ଦ୍ଧାରିତ ମୋଟେଇ ଠାରୁ ଅଧିକ ରହିଥିଲା । ସେହିଭଳି ଆଇପିଏଲ୍ ପୂର୍ବରୁ ଏକାଧିକ ମ୍ୟାଚ୍‌ରେ ବ୍ୟାଟ ଯାଞ୍ଚ ହୋଇଥିଲା। ଯେଉଁଥିରେ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପ୍‌ଟେନ୍ ହାର୍ଦ୍ଦିକ ପାଣ୍ଡିଆ‌, ହେଟ୍ ମେୟର,  ରସେଲ ବ୍ୟାଟ ଚେକ୍‌ କରାଯାଇଥିଲା।




ସୂଚନାଯୋଗ୍ୟ, ଚଳିତ ସିଜନରେ ବିସିସିଆଇ ବ୍ୟାଟ୍‌ର ଆକାର  ମାପ ଉପରେ ଗୁରୁତ୍ୱ ଦେଉଛି । ପ୍ରାୟତଃ ପ୍ରତ୍ୟେକ ମ୍ୟାଚ୍‌ ସମୟରେ ଗ୍ରାଉଣ୍ଡ୍‌ରେ ରହୁଥିବା ଚତୁର୍ଥ ଅମ୍ପାୟାର ବ୍ୟାଟ୍‌ ଯାଞ୍ଚ କରୁଛନ୍ତି । ଆବଶ୍ୟକ ପଡ଼ିଲେ ପଡ଼ିଆ ଅମ୍ପାୟାର ମଧ୍ୟ ବ୍ୟାଟ୍‌  ମାପ କରୁଛନ୍ତି । ଟି-ଟ୍ୱେଣ୍ଟି ଫର୍ମାଟ୍‌ କ୍ରିକେଟ୍‌ରେ ବିସ୍ଫୋରକ  ବ୍ୟାଟିଂ ହେଉଥିବାରୁ ବ୍ୟାଟରମାନେ ଅତ୍ୟଧିକ ମୋଟା ବ୍ୟାଟ୍‌ରେ ଖେଳି ସହଜରେ ବଡ଼ ସଟ୍‌ ମାରିପାରିବେ। ତେଣୁ ବ୍ୟାଟର ମୋଟେଇ ଉପରେ ଅଂକୁଶ ଲଗାଇବା ଜରୁରି ହୋଇ ପଡ଼ିଛି ।