ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

IPL Legends: କିଏ ଖେଳିଛି ସର୍ବାଧିକ ମ୍ୟାଚ, ଧୋନୀ ନା କୋହଲି ?

Published By : Ankita S | March 21, 2025 12:19 PM

ନୂଆଦିଲ୍ଲୀ,୨୧/୦୩ : ଆସନ୍ତାକାଲିଠୁ (ଶନିବାର) ଆରମ୍ଭ ହେବ କ୍ରିକେଟ ମହାକୁମ୍ଭ ଇଣ୍ଡିଆନ ପ୍ରିମିୟର ଲିଗ୍ । ଆଇପିଏଲ ସିଜନ୍ ୧୮ ନେଇ ବଢୁଛି ଉତ୍କଣ୍ଠା । ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା ଆରମ୍ଭ ହେବ  ଫଟାଫଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲ । ଏଥିରେ ଟପ୍ ୩ ଲିଜେଣ୍ଡ ପ୍ଲେୟାର ଯିଏ କି ସର୍ବାଧିକ ମ୍ୟାଚ ଖେଳିଛନ୍ତି । ସେମାନେ ହେଲେ ମହେନ୍ଦ୍ର ସିଂହ ଧୋନୀ, ରୋହିତ ଶର୍ମା ଓ ବିରାଟ କୋହଲି । ଆଇପିଏଲ ଇତିହାସରେ ଏହି ୩ ଖେଳାଳିଙ୍କର ଅବିଶ୍ବସନୀୟ ଯାତ୍ରା ରହିଛି । ତେବେ ଏ ତିନି ଜଣଙ୍କ ମଧ୍ୟରେ ସବୁଠୁ ଅଧିକ ମ୍ୟାଚ କିଏ ଖେଳିଛି ଆସନ୍ତୁ ଜାଣିବା ।

ଏମଏସ୍ ଧୋନୀ-କ୍ୟାପ୍ଟେନ କୁଲ

ଆଇପିଏଲ ପ୍ଲେୟାରଙ୍କ ମଧ୍ୟରେ କ୍ୟାପ୍ଟେନ କୁଲ ଏମଏସ ଧୋନୀ ଟିକେ ସ୍ବତନ୍ତ୍ର । ଚେନ୍ନାଇ ସୁପରକିଙ୍ଗସର ଅଧିନାୟକ ଧୋନୀ ଆଇପିଏଲ ଇତିହାସରେ ସର୍ବାଧିକ ମ୍ୟାଚ ଖେଳିଛନ୍ତି । ସେ ମୋଟ୍ ୨୬୪ଟି ମ୍ୟାଚ ଖେଳିଛନ୍ତି । ୫୨୪୨ ରନ କରିଛନ୍ତି । ଧୋନୀଙ୍କ ଅଧିନାୟକତ୍ବ ସିଏସକେ ୫ ଥର ଆଇପିଏଲ ଟ୍ରଫି ନିଜ ନାମରେ କରିଛି । ଏମଏସଡିଙ୍କ ସିଏସକେ ବର୍ତ୍ତମାନ ଆଇପିଏଲର ସଫଳ ଦଳ ଭାବେ ପରିଗଣିତ ହୋଇଛି ।

ରୋହିତ ଶର୍ମା- ହିଟମ୍ୟାନ୍

ଚେନ୍ନାଇ ପରେ ଯଦି ସଫଳ ଦଳ ଭାବେ କେଉଁ ଦଳକୁ କହିବା ତେବେ ମୁମ୍ବାଇ ଇଣ୍ଡିଆନ୍ସ ନାମ ଆସିବ । ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ବରେ ମୁମ୍ବାଇ ୫ ଥର ଟ୍ରଫି ଜିତିଛି । ହିଟମ୍ୟାନ୍ ରୋହିତ ଶର୍ମା ଆଇପିଏଲ ଇତିହାସରେ ମୋଟ ୨୫୭ଟି ମ୍ୟାଚ ଖେଳିଛନ୍ତି । ଯେଉଁଥିରେ ମୋଟ୍ ୫୪୮୦ ରନ କରିଛନ୍ତି । ୨୦୨୫ରେ ମଧ୍ୟ ରୋହିତ ଖେଳିବେ ମାତ୍ର ସେ ମୁମ୍ବାଇର ଅଧିନାୟକ ନାହାନ୍ତି ।

ଅଧିକ ପଢନ୍ତୁ...IPL 2025: ସ୍ଲୋ ଓଭର ରେଟ୍‌ ଲାଗି ଅଧିନାୟକଙ୍କ ଉପରେ ଲାଗିବନି ବ୍ୟାନ୍‌, ନୂଆ ବ୍ୟବସ୍ଥା କଲା ବିସିସିଆଇ

ବିରାଟ କୋହଲି- ରନ ମେସିନ୍

କିଙ୍ଗ ବିରାଟ କୋହଲି । ଯିଏକି କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ରନ୍ ମେସିନ ଭାବେ ଜଣାଶୁଣା । ଆଇପିଏଲରେ ରୟାଲଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଖେଳୁଥିବା ବିରାଟ କୋହଲି ୨୫୨ଟି ମ୍ୟାଚ ଖେଳିଛନ୍ତି । ଯେଉଁଥିରେ ୮୦୦୪ ରନ କରିଛନ୍ତି । ସେଥିରେ ୫୫ଟି ଅର୍ଦ୍ଧଶତକ ରହିଛି । ୨୦୧୬ ସିଜନରେ ସେ ୯୭୩ ରନ କରି ଟପ୍ ସ୍କୋରର ହୋଇଥିଲେ । ତାଙ୍କର ସ୍ପେଶାଲ ବ୍ୟାଟିଂ ଟେକ୍ନିକ ଟି-୨୦ ଫର୍ମାଟରେ ବେଞ୍ଚମାର୍କ ତିଆରି କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.