ନୂଆଦିଲ୍ଲୀ : ସମସ୍ତ ଆଇପିଏଲ ଦଳ ଏବେ ନିଜର ଅଭ୍ୟାସରେ ବ୍ୟସ୍ତ ଅଛନ୍ତି । ଆସନ୍ତା ୨୯୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଶ୍ବର ସବୁଠାରୁ ଧନୀ କ୍ରିକେଟ ଲିଗ୍ । ତେବେ ଏହା ପୂର୍ବରୁ ସୋସିଆଲ ମିଡିଆରେ ଲକ୍ଷ୍ନୌ ସୁପରଜାଏଣ୍ଟ ପକ୍ଷରୁ ଏକ ଭିଡିଓ ପୋଷ୍ଟ କରାଯାଇଛି । ଯେଉଁଥିରେ ବ୍ୟାଟ ଏବଂ ବିବାହ କଥା ପନ୍ତ ଏବଂ ଅର୍ଜୁନ କଥା ହୋଇଛନ୍ତି । ଯାହାର ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ୟୁଜର୍ସମାନେ ଏହାକୁ ଲାଇକ୍ କମେଣ୍ଟ କରୁଥିବାବେଳେ ସେୟାର ମଧ୍ୟ କରୁଛନ୍ତି ।
Already loving this new Rishabh-Arjun bond 🥹❤️💙 pic.twitter.com/pa79YqebbU
— Lucknow Super Giants (@LucknowIPL) March 18, 2026
ଭିଡିଓରେ ପନ୍ତ ଅର୍ଜୁନଙ୍କୁ ତାଙ୍କ ବ୍ୟାଟର ଓଜନ କେତେ ପଚାରିଛନ୍ତି । ଯେଉଁଥିରେ ଅର୍ଜୁନ ଉତ୍ତର ଦେଇଛନ୍ତି କି, ୧୨୨୦ ଗ୍ରାମ୍ । ଏହାପରେ ପନ୍ତ ପଚାରିଛନ୍ତି କି, ଏତେ ଭାରୀ ବ୍ୟାଟରେ ଖେଳିଲେ ଲାଭ କଣ ? ଉତ୍ତରରେ ଅର୍ଜୁନ କରିଛନ୍ତି କି, ତୁମେ ଖାଲି ବଲରକୁ ଦିଶା ଦେଖାଇବ ତାହା ବାଉଣ୍ଡୁରୀରେ ପହଁଞ୍ଚିବ । ଏହାସହ ଏହି ଭିଡିଓରେ ପନ୍ତ ଅର୍ଜୁନଙ୍କ ପ୍ରଂଶସା କରିଛନ୍ତି । ସେ କହିଛନ୍ତି ତୁମର ବିବାହର ପରଦିନ ମଧ୍ୟ ତୁମେ ଯୁବରାଜଙ୍କ ସହ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଥିଲା । ନିଜର ଖେଳ ପାଇଁ ତୁମେ ବହୁତ ସମୟ ଦେଉଛ ।
କହି ରଖୁଛୁ କି, ଗତ ୫ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି କ୍ରିକେଟର ଭଗବନ ଭାବେ ଜଣାଶୁଣା ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ । ମୁମ୍ବାଇ ପରେ ଚଳିତ ସିଜିନରେ ସେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ କ୍ୟାମ୍ପରେ ସାମିଲ୍ ହୋଇଛନ୍ତି । ଦ୍ରୁତ ବୋଲିଂ ସାଙ୍ଗକୁ ବ୍ୟାଟିଂର ଦକ୍ଷତା ରଖିଥିବା ଅର୍ଜୁନ ଜଣେ ଦକ୍ଷ ଅଲରାଉଣ୍ଡର ହୋଇଥିବାବେଳେ ଚଳିତ ସିଜିନରେ ଲକ୍ଷ୍ନୌ ତାଙ୍କୁ କିଭଳି ଭାବେ ବ୍ୟବହାର କରୁଛି ଏହା ଉପରେ ସମସ୍ତଙ୍କ ନଜର ରହିଛି । ମୁମ୍ବାଇ ଇଣ୍ଡିଆନ୍ସରେ ରହିଥିବାବେଳେ ତାଙ୍କୁ ଅଧିକ ମ୍ୟାଚ ଖେଳିବାର ସୁଯୋଗ ମିଳିନାହିଁ ।
ଏହାସହ ପଢ଼ନ୍ତୁ : ପରକିୟା ପ୍ରୀତିରେ ସାଥ୍ ଦେଉଥିଲା ଭଉଣୀ, ପ୍ରେମିକ ସହ ମିଶି ସ୍ବାମୀକୁ ମାରିଦେଲେ...