ନୂଆଦିଲ୍ଲୀ,୦୯/୦୪; ୫ଥର ଆଇପିଏଲ ଚାମ୍ପିଅନ ଚେନ୍ନାଇକୁ ଆଶ୍ୱସ୍ତି ମିଳିଛି । ଦଳର ପ୍ରମୁଖ ମଧ୍ୟ କ୍ରମ ବ୍ୟାଟର ଡିୱାଲ୍ଡ ବ୍ରେଭିସ୍ ଫିଟ୍ ହୋଇ ଅଭ୍ୟାସ ଆରମ୍ଭ କରିଛନ୍ତି । ପ୍ରଥମ ୩ଟି ଯାକ ମ୍ୟାଚ ହାରି ସାରିଥିବା ଚେନ୍ନାଇ ଆସନ୍ତା ୧୧ ତାରିଖରେ ଦିଲ୍ଲୀକୁ ଭେଟିବ । ଏହି ମ୍ୟାଚରେ ବ୍ରେଭିସ ଖେଳିବେ ବୋଲି ଜଣା ପଡ଼ିଛି ।

ବ୍ରେଭିସ ଗତ ସିଜନ ଅଧାରୁ ଆହତ ଗୁରଜନପ୍ରୀତ ସିଂହଙ୍କ ସ୍ଥାନରେ ବଦଳ ଭାବେ ଚେନ୍ନାଇ ଦଳରେ ଯୋଗ ଦେଇଥିଲେ । ସୀମିତ ସୁଯୋଗ ମଧ୍ୟରେ ବ୍ରେଭିସ ଚମତ୍କାର ବ୍ୟାଟିଂ କରିଥିଲେ । ସେ ୬ଟି ମ୍ୟାଚ ଖେଳି ୨୨୫ ରନ ସଂଗ୍ରହ କରିଥିଲେ । ଏଥର ସିଜନ ଆରମ୍ଭ ହେବା ପୂର୍ବରୁ ସେ ଆହତ ହୋଇଥିଲେ । ତାଙ୍କ ଅନୁପସ୍ଥିତିରେ ସର୍ଫରାଜ ଖାନ ମଧ୍ୟ କ୍ରମ ସମ୍ଭାଳୁଛନ୍ତି ଓ ଉନ୍ନତ ପ୍ରଦର୍ଶନ ଜାରି ରଖିଛନ୍ତି । ବ୍ରେଭିସ୍ ଚୂଡ଼ାନ୍ତ ଏକାଦଶକୁ ଫେରିଲେ ନବାଗତ କାର୍ତ୍ତିକ ଶର୍ମା ବାଦ ପଡ଼ିବେ । ଦଳ ଖାତା ଖୋଲିବାକୁ ଅପେକ୍ଷା କରିଛି । ଏହି ସମୟରେ, ଆରସିବିଠୁ ହାରିବା ପରେ ଦଳ  ପ୍ରାୟ ୬ ଦିନ ଯାଏ କୌଣସି ମ୍ୟାଚ୍ ଖେଳିବ ନାହିଁ, ଅର୍ଥାତ୍ ଏହାର ଅର୍ଥ ଖେଳାଳିମାନେ ବିଶ୍ରାମ ନେବେ ଏବଂ ପ୍ରସ୍ତୁତି ପାଇଁ ପ୍ରଚୁର ସମୟ ପାଇବେ । ଏହି ସମୟରେ, ଭଲ ଖବର ହେଉଛି ଯେ, ଦଳର ଜଣେ ପ୍ରମୁଖ ଖେଳାଳି ଡେୱାଲ୍ଡ ବ୍ରେଭିସ୍ ପରବର୍ତ୍ତୀ ମ୍ୟାଚ୍ ପାଇଁ ଫେରିପାରନ୍ତି । ବ୍ରେଭିସ୍ ଦଳ ସହିତ ଅଛନ୍ତି, କିନ୍ତୁ ପାର୍ଶ୍ୱ ଷ୍ଟ୍ରେନ୍ ଯୋଗୁଁ ସେ ଗୋଟିଏ ବି ମ୍ୟାଚ୍ ଖେଳି ନାହାଁନ୍ତି । ୨୦୨୫ରେ ବଦଳକାରୀ ଭାବରେ ଆସିଥିଲେ, ଦଳ ତାଙ୍କୁ ବଜାୟ ରଖିଥିଲା । ବ୍ରେଭିସ୍ ପଡ଼ିଆରେ ଥ୍ରୋଡାଉନ୍ ଅଭ୍ୟାସ କରୁଛନ୍ତି । ଏଥିରେ ତାଙ୍କୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିନାହିଁ  । ଗତବର୍ଷ ଆଇପିଏଲ ମଧ୍ୟଭାଗରେ ସିଏସକେରେ ଯୋଗ ଦେଇଥିଲେ ।

ଏହା ବି ପଢନ୍ତୁ...IPL 2026 : ସନ୍ଧ୍ୟାରେ ମୁହାଁମୁହିଁ ହେବେ କୋଲକାତା-ଲକ୍ଷ୍ନୌ, ବର୍ଷା ସାଜିପାରେ ଖଳନାୟକ

ଇଣ୍ଡିଆନ ପ୍ରିମିୟର ଲିଗରେ ଚେନ୍ନାଇ ସୁପରକିଙ୍ଗସର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ଏହି ପରିଚୟ ହେଉଛନ୍ତି ନିୟମିତ ସଫଳତା । ୫ ଥର ଆଇପିଏଲ ଟ୍ରଫି ଜିତିଛି । ଧୋନିଙ୍କ କ୍ୟାପ୍ଟେନ୍ସିଂରେ ୫ ଥର ଟ୍ରଫି ହାତେଇଛି । ହେଲେ ଗତ କିଛି ସିଜିନ ହେବ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ରହିଛି । ଚଳିତ ସିଜିନରେ ଦଳ ବିଜୟ ଖାତା ଖୋଲି ନାହିଁ । ଆହତ ପାଇଁ ଏମଏସ ଧୋନି ଖେଳୁନାହାନ୍ତି । ୩ଟି ମ୍ୟାଚ ଖେଳି ସାରିବା ପରେ ବି ଖାତା ଖୋଲିନି ଚେନ୍ନାଇ ସୁପରକିଙ୍ଗସ ।  ଦିଲ୍ଲୀ ବିପକ୍ଷରେ ଜିତି ପଏଣ୍ଟ ଖୋଲିବାକୁ ଲକ୍ଷ୍ୟ ରଖିଛି  ଋତୁରାଜଙ୍କ ନେତୃତ୍ୱାଧୀନ ସିଏସକେ ।