ନୂଆଦିଲ୍ଲୀ,୦୨/୦୫; ଚଳିତ ଆଇପିଏଲରେ ଆଜି ୪୪ ତମ୍ ଲିଗ୍ ମ୍ୟାଚ୍ । ସିଜିନରେ ଦ୍ୱିତୀୟ ଥର ପାଇଁ ମୁହାଁମୁହିଁ ହେବେ ୫ ଥରର ଆଇପିଏଲ୍ ଚାମ୍ପିଅନ । ଚେନ୍ନାଇ ସୁପର କିଙ୍ଗସ୍ ତାର ହୋମଗ୍ରାଉଣ୍ଡରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ । ଚେପକ ଷ୍ଟାଡିୟମରେ ଖେଳାଯିବ ହାଇଭୋଲ୍ଟେଜ ମ୍ୟାଚ । ପ୍ରଥମ ମ୍ୟାଚରେ ମୁମ୍ବାଇକୁ ମାତ୍ ଦେଇଥିଲା ଚେନ୍ନାଇ । ଆଜି ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ମୈଦାନକୁ ଓହ୍ଲାଇବ ମୁମ୍ବାଇ ଇଣ୍ଡିଆନ୍ସ । ଦୁଇ ଦଳ ସେମାନଙ୍କର ପୂର୍ବ ମ୍ୟାଚ ହାରି ସାରିଛନ୍ତି । ଆଜି ପୁଣି ଟ୍ରାକକୁ ଫେରିବାକୁ ଚାହିଁବେ ଉଭୟ ଦଳ । ଚେନ୍ନାଇ ମୁମ୍ବାଇ ବିପକ୍ଷରେ ବିଜୟ ଧାରା ଜାରି ରଖିବାକୁ ପ୍ରୟାସ କରିବ । ଆଜି ସଞ୍ଜୁ ସାମସନଙ୍କ ବ୍ୟାଟରୁ ବଡ଼ ସ୍କୋର ଆଶା କରାଯାଉଛି ।
ଏହା ଆଇପିଏଲରେ ଦୁଇ ଦଳ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ । ପୂର୍ବ ମ୍ୟାଚ୍ ଏପ୍ରିଲ ୨୩ରେ ମୁମ୍ବାଇର ହୋମ୍ ଗ୍ରାଉଣ୍ଡ ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିଲା । ସେହି ମ୍ୟାଚ୍ ରେ ଚେନ୍ନାଇ ମୁମ୍ବାଇକୁ ବଡ଼ ରନ୍ ବ୍ୟବଧାନରେ ପରାସ୍ତ କରିଥିଲା । ସଞ୍ଜୁ ସାମସନ ଶତକ ହାସଲ କରିଥିଲେ । ୫ ଥରର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗସ ଏବଂ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ଆଶାନୁରୂପ ହୋଇନାହିଁ । ଋତୁରାଜ ଗାୟକୱାଡଙ୍କ ଅଧିନାୟକତ୍ୱରେ ଦଳ ପ୍ରଥମ ୮ଟି ମ୍ୟାଚ୍ ମଧ୍ୟରୁ କେବଳ୩ରେ ବିଜୟୀ ହୋଇଛି । ତେଣୁ, ପ୍ଲେଅଫ୍ ଆଶାକୁ ଉଜ୍ଜୀବିତ ରଖିବା ପାଇଁ, ଚେନ୍ନାଇକୁ ବାକି ଲିଗ୍ ମ୍ୟାଚ୍ ଗୁଡ଼ିକରେ ନିରନ୍ତର ଭଲ ପ୍ରଦର୍ଶନ କରିବାକୁ ପଡିବ। ଏହି ସମୟରେ, ମୁମ୍ବାଇ ଏପର୍ଯ୍ୟନ୍ତ ଖେଳାଯାଇଥିବା ୮ଟି ମ୍ୟାଚ୍ ମଧ୍ୟରୁ ଦୁଇଟି ଜିତିଛି ଏବଂ ୬ଟି ହାରିଛି। ପଏଣ୍ଟ ଟେବୁଲରେ ମୁମ୍ବାଇ ୯ମ ସ୍ଥାନରେ ଥିବା ବେଳେ ଚେନ୍ନାଇ ୬ଷ୍ଠ ସ୍ଥାନରେ ଅଛି । ଆଜି ଦୁଇ ଦଳ ଜିତିବାକୁ ସବୁ କଳ ବଳ କୌଶଳ ଲଗାଇବେ ।
ହେଡ୍ ଟୁ ହେଡ୍ ରେକର୍ଡ- ଚେନ୍ନାଇ ସୁପର କିଙ୍ଗ୍ସ (CSK) ଏବଂ ମୁମ୍ବାଇ ଇଣ୍ଡିଆନ୍ସ (MI) ଏପର୍ଯ୍ୟନ୍ତ ୪୨ ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ୨୨ଟି ଜିତିଛି । ଚେନ୍ନାଇ ସୁପର କିଙ୍ଗ୍ସ ୨୦ ଟି ଜିତିଛି । ଦୁଇ ଦଳ ମଧ୍ୟରେ କୌଣସି ମ୍ୟାଚ୍ ଟାଇ କିମ୍ବା ଡ୍ର ହୋଇନାହିଁ ।
ଚେପକ ପିଚ୍ କାହାକୁ ଦେବ ଫାଇଦା ? ଚେନ୍ନାଇର ଏମ.ଏ. ଚିଦାମ୍ବରମ ଷ୍ଟାଡିୟମର ପିଚ୍ ଭଲ ବାଉନ୍ସ ଦେଖିବାକୁ ମିଳିଛି । ଏଠାରେ ରନ ସ୍କୋର କରିବା ସହଜ ନୁହେଁ, କିନ୍ତୁ ଚଳିତ ଆଇପିଏଲ ସିଜିନରେ ବ୍ୟାଟରଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଛି, ତେଣୁ ଆଜି ଏକ ବଡ଼ ସ୍କୋର ହେବାର ସମ୍ଭାବନା ଅଛି । ଏହି ସିଜିନରେ ଏଠାରେ ଖେଳାଯାଇଥିବା ପାଞ୍ଚଟି ମ୍ୟାଚରେ ପିଛା କରୁଥିବା ଦଳଗୁଡ଼ିକ ଅଧିକ ବିଜୟୀ ହୋଇଛନ୍ତି । ଚେନ୍ନାଇର ହୋମ୍ ଗ୍ରାଉଣ୍ଡ ହୋଇଥିବାରୁ ଏହା ଦଳକୁ ଫାଇଦା ଦେବ ବୋଲି ଆଶା କରାଯାଉଛି ।
ଏହା ବି ପଢନ୍ତୁ...୨୨୫ ରନ୍ ଡିଫେଣ୍ଡ କରିପାରିଲେନି ବିଷ୍ଣୋଇ-ବର୍ଗର-ଆର୍ଚର; ଐତିହାସିକ ରନ୍ ଚେଜ୍ କଲା ଦିଲ୍ଲୀ, ରାଜସ୍ଥାନର ନୈରାଶ୍ୟଜନକ ପରାଜୟ
ଚେପକ ପିଚ୍ କାହାକୁ ଦେବ ଫାଇଦା- ଚେନ୍ନାଇର ଏମ.ଏ. ଚିଦାମ୍ବରମ ଷ୍ଟାଡିୟମର ପିଚ୍ ଭଲ ବାଉନ୍ସ । ଏଠାରେ ରନ ସ୍କୋର କରିବା ସହଜ ନୁହେଁ, କିନ୍ତୁ ଚଳିତ ଆଇପିଏଲ ସିଜିନରେ ବ୍ୟାଟସମ୍ୟାନଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଛି, ତେଣୁ ପରବର୍ତ୍ତୀ ମ୍ୟାଚରେ ଏକ ବଡ଼ ସ୍କୋର ହେବାର ସମ୍ଭାବନା ଅଛି। ଏହି ସିଜିନରେ ଏଠାରେ ଖେଳାଯାଇଥିବା ପାଞ୍ଚଟି ମ୍ୟାଚରେ ପିଛା କରୁଥିବା ଦଳଗୁଡ଼ିକ ଅଧିକ ବିଜୟୀ ହୋଇଛନ୍ତି।
ଚେନ୍ନାଇର ପାଗ କିପରି ରହିବ ? ମ୍ୟାଚ୍ ସମୟରେ ଚେନ୍ନାଇର ପାଗ ଗରମ ଏବଂ ଆର୍ଦ୍ର ରହିବ ବୋଲି ଆଶା କରାଯାଉଛି । ଦ୍ୱିତୀୟ ଇନିଂସରେ କାକର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ, ଯାହା ପିଛା କରୁଥିବା ଦଳ ପାଇଁ ବ୍ୟାଟିଂ ସହଜ କରିବ। ବର୍ଷା ହେବାର ସମ୍ଭାବନା ନାହିଁ, ତେଣୁ ସମ୍ପୂର୍ଣ୍ଣ ମ୍ୟାଚ୍ କୌଣସି ଅସୁବିଧା ହେବ ନାହିଁ ବୋଲି ଆଶା କରାଯାଉଛି ।
ସମ୍ଭାବ୍ୟ ଦଳ
ଚେନ୍ନାଇ ସୁପର କିଙ୍ଗସ୍- ସଞ୍ଜୁ ସାମସନ (wk),ଋତୁରାଜ ଗାଇକୱାଡ (କ୍ୟାପ୍ଟେନ୍), ଡିୱାଲ୍ଡ ବ୍ରୁଇସ୍, ଶିବମ୍ ଦୁବେ, କାର୍ତ୍ତିକ ଶର୍ମା, ଜାମି ଓଭରଟନ୍, ଆକିଲ ହୁସେନ୍, ନୁର ଅହମ୍ମଦ, ଅନସୁଲ କାମ୍ବୋଜ, ଗୁରୁଜପୀତ ସିଂ, ମୁକେଶ ଚୌଧୁରୀ ।
ମୁମ୍ବାଇ ଇଣ୍ଡିଆନ୍ସ- ୱିଲ୍ ଜ୍ୟାକ୍, ରିଆନ୍ ରିକେଲଟନ୍ (wk), ନମନ୍ ଧୀର, ସୂର୍ଯ୍ୟକୁମାର ଯାଦବ, ତିଲକ ଭର୍ମା, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ସାର୍ଦ୍ଦୁଲ ଠାକୁର, ଟ୍ରେଣ୍ଟ ବୋଲ୍ଟ, ଅଶ୍ୱିନୀ କୁମାର, ଯଶପ୍ରୀତ ବୁମ୍ରା, ଏମ ଗଜାନଫର