ନୂଆଦିଲ୍ଲୀ,୧୧/୦୫; ଭାରତୀୟ କ୍ରିକେଟର ଷ୍ଟାର ଧୋନି, ରୋହିତ ଏବଂ ବିରାଟ କୋହଲି । ଯଦିଓ ଧୋନି ଚଳିତ ସିଜିନରେ ଗୋଟିଏ ବି ମ୍ୟାଚ ଖେଳି ନାହାନ୍ତି ତଥାପି ୧୯ ତମ ସଂସ୍କରଣର ୫୪ ତମ ମ୍ୟାଚ ପର୍ଯ୍ୟନ୍ତ ଲିଗ୍ ଇତିହାସରେ ସର୍ବାଧିକ ମ୍ୟାଚ ଖେଳିଥିବା ଖେଳାଳି ଥିଲେ । ଏବେ ଆଉ ତାହା ନାହିଁ । ରାୟଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚ ପରେ ଏମଏସ ଧୋନି ଆଉ ଆଇପିଏଲରେ ସର୍ବାଧିକ ମ୍ୟାଚ ଖେଳିଥିବା ଖେଳାଳି ନାହାନ୍ତି । କାରଣ ଆଉ ଦୁଇ ଜଣ ଭାରତୀୟ ଷ୍ଟାର ତାଙ୍କ ରେକର୍ଡ ସମକକ୍ଷ ହୋଇଛନ୍ତି । ସେମାନେ ହେଲେ ବିରାଟ କୋହଲି ଏବଂ ରୋହିତ ଶର୍ମା । ଭାରତୀୟ କ୍ରିକେଟର ଏହି ତ୍ରିମୂର୍ତ୍ତୀ ଏବେ ଆଇପିଏଲରେ ଏକ ମାଇଲଖୁଣ୍ଟରେ ପହଞ୍ଚିଛନ୍ତି ।
ଆଇପିଏଲ ଇତିହାସରେ ସର୍ବାଧିକ ମ୍ୟାଚ ଖେଳିଥିବା ଖେଳାଳିଙ୍କ ମଧ୍ୟରେ ଏମଏସ୍ ଧୋନି, ରୋହିତ ଶର୍ମା ଏବଂ ବିରାଟ କୋହଲି ସମାନ ସଂଖ୍ୟାକ ମ୍ୟାଚ୍ ମିଳିତ ଭାବରେ ନମ୍ବାର ୧ ସ୍ଥାନରେ ରହିଛନ୍ତି । ଧୋନି, ରୋହିତ ଏବଂ ବିରାଟ ପ୍ରତ୍ୟେକ ୨୭୮ ଆଇପିଏଲ ମ୍ୟାଚ ଖେଳିଛନ୍ତି । ବିରାଟ କୋହଲି ଏକମାତ୍ର ବ୍ୟାଟର ଯିଏକି ଗୋଟିଏ ଦଳ ପାଇଁ ସମସ୍ତ ଆଇପିଏଲ ମ୍ୟାଚ ଖେଳିଛନ୍ତି । ଏମଏସ ଧୋନି ଏବଂ ରୋହିତ ଦୁଇଟି ଦଳ ପାଇଁ ସେମାନଙ୍କ ଆଇପିଏଲ୍ ମ୍ୟାଚ ଖେଳିଛନ୍ତି । ରୋହିତ ମୁମ୍ବାଇ ଇଣ୍ଡିଆନ୍ସ ପୂର୍ବରୁ ଡେକାନ ଚାର୍ଜର୍ସ ହାଇଦ୍ରାବାଦ ପାଇଁ ଆଇପିଏଲ ଖେଳିଛନ୍ତି ।
ଏହା ବି ପଢନ୍ତୁ...IPL 2026; ୬,୬,୬,୬,୬,୪,୬...ଉର୍ବିଲ ଝଡ଼ରେ ଲକ୍ଷ୍ନୌ ହତାଶ, ୧୩ ବଲ୍ରେ ୫୦ କରି ସ୍ପେସାଲ ସେଲିବ୍ରେସନ କଲେ
The holy trinity of the #TATAIPL! 🌟#KhelBindaas | #RCBvMI | @mipaltan | @ChennaiIPL | @RCBTweets pic.twitter.com/xD3SI54FGb
— IndianPremierLeague (@IPL) May 10, 2026
ଭାରତୀୟ କ୍ରିକେଟର ସ୍ତମ୍ଭ ଭାବରେ ବିବେଚିତ ଏମଏସ ଧୋନି, ରୋହିତ ଶର୍ମା ଏବଂ ବିରାଟ କୋହଲି ୧୨ଟି ଆଇପିଏଲ ଟ୍ରଫି ଜିତିଛନ୍ତି । ରୋହିତ ଏବଂ ଧୋନିଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଓ ଚେନ୍ନାଇ ୫ଟି ଲେଖାଏ ଆଇପିଏଲ ଟାଇଟଲ୍ ହାତେଇଛନ୍ତି । ରୋହିତ ଡେକାନ ଚାର୍ଜର୍ସ ହାଇଦ୍ରାବାଦ ସହିତ ଆଉ ଏକ ଟ୍ରଫି ଜିତିଛନ୍ତି । ବିରାଟ କୋହଲିଙ୍କ ଆରସିବି ୧୮ ବର୍ଷ ପରେ ୨୦୨୫ରେ ପ୍ରଥମ ଥର ଆଇପିଏଲ ଟ୍ରଫି ଜିତିଥିଲା । ସେ ଅଧିନାୟକ ଭାବେ ଟ୍ରଫି ଜିତିନଥିଲେ । ରଜତ ପାଟିଦାରଙ୍କ ନେତୃତ୍ୱରେ ଆରସିବି ଟାଇଟଲ୍ ଜିତିଥିଲା । ଏହି ୩ ଖେଳାଳିଙ୍କ ଆଇପିଏଲ ରେକର୍ଡ ଉପରେ ନଜର ପକାଇଲେ ଜଣେ ବ୍ୟାଟର ଭାବେ ବିରାଟ କୋହିଲ ରୋହିତ ଏବଂ ଧୋନିଙ୍କଠୁ ବହୁତ ଆଗରେ ଅଛନ୍ତି । ବିରାଟ ୨୭୮ ମ୍ୟାଚରେ ୯୦୪୦ ରନ୍ କରିଛନ୍ତି । ରୋହିତ ଶର୍ମା ସମାନ ସଂଖ୍ୟାକ ମ୍ୟାଚ ଖେଳି ୭୨୮୯ରନ୍ କରିଛନ୍ତି । ଏମଏସ ଧୋନି ୫୪୩୯ ରନ୍ କରିଛନ୍ତି । ଗତ କିଛି ବର୍ଷ ହେବ ଧୋନି କେବଳ ଫିନିସର ଭାବରେ ଖେଳିଛନ୍ତି । ଯେଉଁଠି ରୋହିତ ଏବଂ କୋହଲି ଟପ୍ ଅର୍ଡରରେ ଖେଳିଛନ୍ତି ।