ନୂଆଦିଲ୍ଲୀ : ଚଳିତ ଆଇପିଏଲରେ ପ୍ରଥମ ମ୍ୟାଚ୍ ଜିତିବା ପରେ ମଧ୍ୟ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରଖଛି ମୁମ୍ବାଇ ଇଣ୍ଡିଆନ୍ସ । ୭ ମ୍ୟାଚରୁ ଦଳ ୫ ପରାଜୟ ବରଣ କରିଛି । ଯାହାକୁ ନେଇ ଏବେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକ ପଦ ଉପରେ ଉଠିଛି ପ୍ରଶ୍ନବାଚୀ । ପ୍ରଦର୍ଶନ ଏବଂ ଅଧିନାୟକତ୍ବକୁ ନେଇ ସମାଲୋଚନା କରିଛନ୍ତି ପୂର୍ବତନ ଭାରତୀୟ ଅଲରାଉଣ୍ଡର ଇରଫାନ୍ ପଠାନ୍ ।

ଗୁରୁବାର ଖେଳାଯାଇଥିବା ଚେନ୍ନାଇ ବିପକ୍ଷ ମ୍ୟାଚରେ ପାଣ୍ଡ୍ୟା ଭୁଲ୍ ନିଷ୍ପତ୍ତି ନେଇଥିବା କହିଛନ୍ତି । ସଞ୍ଜୁ ଦମଦାର ବ୍ୟାଟିଂ କରିଥିବାବେଳେ ୧୬ତମ ଏବଂ ଅନ୍ତିମ ଓଭରରେ କୃଶଙ୍କୁ ବୋଲିଂ ଦେବା ନିଷ୍ପତ୍ତି ଭୁଲ୍ ରହିଥିବା କହିଛନ୍ତି । ସେ ୨ ଓଭରରେ ୩୧ ରନ୍ ବ୍ୟୟ କରିଥିଲେ । ଯାହା ଦଳ ପାଇଁ ବେଶ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ତୁମ ପାଖରେ ବିକଳ୍ପ ଥିବାବେଳେ ଏହାକୁ ବ୍ୟବହାର କରିପାରୁନାହଁ ବୋଲି କହିଛନ୍ତି ଇରଫାନ୍ ।

ଏହାସହ ହାର୍ଦ୍ଦିକଙ୍କ ବ୍ୟାଟିଂ ଉପରେ ପ୍ରଶ୍ନବାଚୀ ଉଠାଇଛନ୍ତି ଇରଫାନ୍ । ସେ କହିଛନ୍ତି କି, ୨୦୨୩ ମସିହା ପରଠାରୁ ପାଣ୍ଡ୍ୟା ଆଇପିଏଲରେ ଗୋଟିଏ ମଧ୍ୟ ଅର୍ଦ୍ଧଶତକ ହାସଲ କରିପାରିନାହାନ୍ତି । ସେ କରାପ ବ୍ୟାଟିଂ ଜାରି ରଖିଛନ୍ତି । ଫର୍ମରେ ନଥିବାବେଳେ ନିଜକୁ ସୁଧାରିବା ପାଇଁ ଚେଷ୍ଟା କରୁନାହାନ୍ତି । ଯଦିଓ ତାଙ୍କ ଉପରେ ଚାପ ରହିଛି ତଥାପି ସେ ସୁଧୁରୁନାହାନ୍ତି । ଦ୍ରୁତ ବୋଲରଙ୍କ ବିପକ୍ଷରେ ଭଲ ପ୍ରଦର୍ଶନ କରୁଥିବାବେଳେ ସ୍ପିନରଙ୍କ ବିପକ୍ଷରେ ଦୁର୍ବଳ ହେଉଛନ୍ତି ।

ଏହାସହ ପଢ଼ନ୍ତୁ : ପୁଣି ସରକାରଙ୍କୁ ଏମିତି କହି ସମାଲୋଚନା କଲେ ତେଜସ୍ବୀ ଯାଦବ