ନୂଆଦିଲ୍ଲୀ : ହାଇଭୋଲଟେଜ ମ୍ୟାଚ ପୂର୍ବରୁ ଲାଗିଛି ଝଟକା । ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ । ୧୯ତମ ସିଜିନ ଆରମ୍ଭ ହେବା ପୂର୍ବରୁ ୫ଥର ଚାମ୍ପିୟନ ହୋଇଥିବା CSKକୁ ଲାଗିଛି ବଡ଼ ଝଟକା । ଦଳର ଷ୍ଟାର ବୋଲର ନାଥନ ଏଲିସ ଆହତ ହୋଇଛନ୍ତି । ତେବେ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି । ଯାହାକି ଦଳର ବୋଲିଂ ବିଭାଗ ଉପରେ ବଡ଼ ପ୍ରଭାବ ପକାଇବ ବୋଲି କ୍ରୀଡ଼ାପ୍ରେମୀମାନେ ପ୍ରତିକ୍ରିୟା ରଖିଛନ୍ତି ।ନାଥନ ଏଲିସ ହ୍ୟାମଷ୍ଟ୍ରିଙ୍ଗ (Hamstring) ଆଘାତ ଯୋଗୁ ଚିନ୍ତିତ ଅଛନ୍ତି। ସେ ଟୁର୍ନାମେଣ୍ଟ ପୂର୍ବରୁ ସୁସ୍ଥ ହେବାର କୌଣସି ସମ୍ଭାବନା ନାହିଁ। CSKର ସିଇଓ କାଶୀ ବିଶ୍ୱନାଥନ ଏହି ଖବରକୁ ନିଶ୍ଚିତ କରି କହିଛନ୍ତି ଯେ, ଏହା ଦଳ ପାଇଁ ଏକ ବଡ଼ କ୍ଷତି ଏବଂ ଦଳ ଏବେ ତାଙ୍କର ବିକଳ୍ପ ଖେଳାଳି ଖୋଜିବା ଆରମ୍ଭ କରିଦେଇଛି।
𝐁𝐫𝐞𝐚𝐤𝐢𝐧𝐠 🚨
— Sportstar (@sportstarweb) March 19, 2026
Chennai Super Kings suffered a big blow ahead of the IPL 2026, with Nathan Ellis set to be ruled out of the competition.
The 31-year-old Australian fast bowler has suffered a hamstring injury and won’t recover in time.
“It is a big blow for us. Ellis is a… pic.twitter.com/QCKJDjwjhN
୩୧ ବର୍ଷୀୟ ଏଲିସଙ୍କୁ ଗତ ମେଗା ନିଲାମରେ ଚେନ୍ନାଇ ୨ କୋଟି ଟଙ୍କାର ବେସ ପ୍ରାଇସରେ କିଣିଥିଲା। ଯଦିଓ ଗତ ସିଜନରେ ସେ ମାତ୍ର ଗୋଟିଏ ମ୍ୟାଚ୍ ଖେଳିବାର ସୁଯୋଗ ପାଇଥିଲେ, ତଥାପି ଦଳ ତାଙ୍କ ଉପରେ ଭରସା ରଖି ରିଟେନ କରିଥିଲା। ୨୦୨୬ ସିଜନରେ ସେ ଦଳର ବୋଲିଂ ଆକ୍ରମଣର ଏକ ମୁଖ୍ୟ ଅଂଶ ହେବେ ବୋଲି ଆଶା କରାଯାଉଥିଲା।ଅଷ୍ଟ୍ରେଲିଆର ନାଥନ୍ ଏଲିସ୍ ତାଙ୍କ ୧୮୬ ମ୍ୟାଚ୍ ବିଶିଷ୍ଟ ଟି-୨୦ କ୍ୟାରିୟରରେ ୨୩୧ ୱିକେଟ୍ ନେଇଛନ୍ତି। ସେ ୩୬ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ରେ ୫୫ ୱିକେଟ୍ ମଧ୍ୟ ନେଇଛନ୍ତି। ପରିସଂଖ୍ୟାନ ସ୍ପଷ୍ଟ ଭାବରେ ଏଲିସ୍ ଙ୍କ ୱିକେଟ୍ ନେବାର କ୍ଷମତାକୁ ସୂଚାଇ ଦେଉଛି। ଆଇପିଏଲ୍ ୨୦୨୬ରୁ ତାଙ୍କର ବାଦ ପଡ଼ିବା ପାଞ୍ଚ ଥର ଚାମ୍ପିଅନ୍ ପାଇଁ ଏକ ବଡ଼ ଧକ୍କା।
ଏହାସହ ପଢ଼ନ୍ତୁ: ଭିଡିଓରେ ସଙ୍କେତ: ଗୋଟିଏ ସିଜନରେ ସର୍ବାଧିକ ଛକା ମାରିବାର ରେକର୍ଡ ଭାଙ୍ଗିବେ କି କୋହଲି ?