ବେଙ୍ଗାଲୁରୁ,୨୭/୦୩: ଶନିବାରଠାରୁ ଆରମ୍ଭ ହେବାକୁ ଯାଉଥିବା ଆଇପିଏଲ୍‌ର ୧୯ତମ ସଂସ୍କରଣ । ସମସ୍ତ ଦଳକୁ ୨ଟି ଗ୍ରୁପ୍ରେ ଭାଗ କରାଯାଇଛି । ଗ୍ରୁପ୍-୧ରେ ଚେନ୍ନାଇ ସୁପରକିଙ୍ଗ୍ସ, କୋଲକାତା ନାଇଟ ରାଇଡର୍ସ, ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗ୍ସ ରହିଛନ୍ତି । ଗ୍ରୁପ୍୨ରେ ମୁମ୍ବାଇ ଇଣ୍ଡିଆନ୍ସ, ସନରାଇଜର୍ସ ହାଇଦ୍ରାବାଦ, ଗୁଜରାଟ ଟାଇଟନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ ଓ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ସ୍ଥାନ ପାଇଛନ୍ତି । ​‌ତେବେ ଡିଫେଣ୍ଡିଂ ଚାମ୍ପିଅନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ-୨୦୨୬ର ପ୍ରଥମ ମ୍ୟାଚରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ଭେଟିବ । କିନ୍ତୁ ଏଥର ପ୍ରଥମ ମ୍ୟାଚ ପୂର୍ବରୁ ଉଦ୍‌ଘାଟନୀ ଉତ୍ସବ ଆୟୋଜିତ ହେବ ନାହିଁ ।

ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ଚଳିତ ବର୍ଷ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଉଦ୍‌ଘାଟନୀ ଉତ୍ସବ ଆୟୋଜନ କରାଯିବ ନାହିଁ । ବେଙ୍ଗାଲୁରୁ ଚାମ୍ପିଅନ ହେବା ପରେ ଦଳର ଟ୍ରଫି ଯାତ୍ରାରେ ଦଳଚକଟା ହୋଇ ଗତ ବର୍ଷ ୧୧ ଜଣ ପ୍ରଶଂସକଙ୍କର ମୃତ୍ୟୁ ହୋଇଥିଲା । ହୁଏତ ଏହି କାରଣରୁ ବେଙ୍ଗାଲୁରୁରେ ପ୍ରଥମ ମ୍ୟାଚ ଖେଳାଯାଉଥିବାରୁ ଉଦ୍ଘାଟନୀ ଉତ୍ସବ ଆୟୋଜିତ ହେଉ ନାହିଁ ।

ଅଧିକ ପଢ଼ନ୍ତୁ :-  ବାରବାଟୀରେ ଖେଳାଯିବ ଟି-ଟ୍ୱେଣ୍ଟି ମୁକାବିଲା, ଡିସେମ୍ବର ୨୪ରେ ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା