ମୁମ୍ବାଇ,୩୦/୫ : ଆଇପିଏଲ୍ ୨୦୨୬ର ଫାଇନାଲ ମ୍ୟାଚ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜୁରାଟ ଟାଇଟନ୍ସ ମଧ୍ୟରେ ଖେଳାଯିବ । କୌଣସି ଗୋଟିଏ ଟିମ୍ ନିଜର ଦ୍ବିତୀୟ ଆଇପିଏଲ୍ ଟ୍ରଫି ଜିତିବ । କୌଣସି ଗୋଟିଏକୁ ନିରାଶ ହେବାକୁ ପଡ଼ିବ । ଗତ ୨ମାସରୁ ଖେଳାଳୀଙ୍କ ମଧ୍ୟରେ ବି ଅରେଞ୍ଜ ଏବଂ ପର୍ପଲ କ୍ୟାପକୁ ନେଇ କଡ଼ା ଟକ୍କର ଦେଖିବାକୁ ମିଳିଛି । ଏହି କ୍ୟାପ୍ କେତେକ ଥର ଗୋଟିଏ ଖେଳାଳୀଠାରୁ ଅନ୍ୟ ଖେଳାଳୀ ପାଖରେ ପହଞ୍ଚିଛି । ରବିବାର ଏହା ବି ନିଷ୍ପତ୍ତି ହୋଇଯିବ ଏହାର ବିଜେତା କିଏ ହେବେ ।

ଆଇପିଏଲ୍ ଫାଇନାଲ୍ ପରେ ଅରେଞ୍ଜ କ୍ୟାପର ଆଓ୍ବାର୍ଡ଼ ସେହି ଖେଳାଳୀକୁ ମିଳିଥାଏ ଯିଏ ସିଜନରେ ସବୁଠାରୁ ଅଧିକ ରନ୍ କରିଥାଏ । ପ୍ରତି ମ୍ୟାଚ୍ ପରେ ଏହାର ଦାବିଦାର୍ ବଦଳିଥାନ୍ତି । ଏବେ ଏହି କ୍ୟାପ୍ ବୈଭବ ସୂର୍ଯ୍ୟବଂଶୀଙ୍କ ପାଖରେ ଅଛି କିନ୍ତୁ ତାଙ୍କ ଟିମ୍ ବାହାରି ଯାଇଛି । ଏହି ଆଓ୍ବାର୍ଡ଼ ତାଙ୍କୁ ମିଳିବ କି ନାହିଁ ଏହାର ନିଷ୍ପତ୍ତି ଫାଇନାଲ ଶୁଭମନ ଗିଲ୍ ଏବଂ ସାଇ ସୁଦର୍ଶନଙ୍କ ପାଳିରୁ ହେବ । ଏହିଭଳି ଭାବେ ପର୍ପଲ କ୍ୟାପର ଆଓ୍ବାର୍ଡ଼ ସେହି ବୋଲରଙ୍କୁ ମିଳିଥାଏ ଯିଏ ସବୁଠାରୁ ଅଧିକ ଓ୍ବିକେଟ୍ ନେଇଥାନ୍ତି । କେତେକ ସମୟ ପର୍ଯ୍ୟନ୍ତ ପର୍ପଲ କ୍ୟାପ୍ ଆରସିବିର ବୋଲର ଭୁବନେଶ୍ବର କୁମାରଙ୍କ ପାଖରେ ଥିଲା । କିନ୍ତୁ ଫାଇନାଲର ଠିକ୍ ଗୋଟିଏ ମ୍ୟାଚ୍ ପୂର୍ବରୁ ତାଙ୍କଠାରୁ ଏହି କ୍ୟାପ୍ ଛଡ଼ାଇ ନିଆଯାଇଛି । ମାତ୍ର ତାଙ୍କ ପାଖରେ ଫାଇନାଲରେ ଏହାକୁ ଜିତିବାକୁ ଏକ ଶେଷ ସୁଯୋଗ ରହିବ ।

ବୈଭବ ସୂର୍ଯ୍ୟବଂଶୀ- ୭୭୬

ଶୁଭମନ ଗିଲ୍ – ୭୨୨

ସାଇ ସୁଦର୍ଶନ- ୭୧୦

ହେନରିକ କ୍ଲାସେନ- ୬୨୪

ଇଶାନ କିଶନ- ୩୦୨

ଅରେଞ୍ଜ କ୍ୟାପ ଆଓ୍ବାର୍ଡ଼ ଜିତିବା ଲାଗି ଶୁଭମନ ଗିଲଙ୍କୁ ୫୫ରନ୍ କରିବାକୁ ହେବ ଏବଂ ସାଇ ସୁଦର୍ଶନ କିଭଳି ଆଗକୁ ଯାଇପାରିବେନି ଦେଖିବାକୁ ପଡ଼ିବ । ମାତ୍ର ସେ ତାଙ୍କରି ଟିମରେ ଅଛନ୍ତି, ଏଥିଲାଗି ଗିଲ୍ ଚାହିଁବେ କି ସାଇଙ୍କ ବ୍ୟାଟ୍ ଚାଲୁ ଏବଂ ଅରେଞ୍ଜ କ୍ୟାପ୍ କାହା ପାଖରେ ବି ରହୁ ।

ଫାଇନାଲର ଦୁଇ ଦିନ ପୂର୍ବ ପର୍ଯ୍ୟନ୍ତ ଭୁବନେଶ୍ବର କୁମାରଙ୍କ ନିକଟରେ ପର୍ପଲ କ୍ୟାପ୍ ଥିଲା । କିନ୍ତୁ କ୍ବାଲିଫାୟରରେ ୨ଓ୍ବିକେଟ ନେଇ କଗିସୋ ରଓ୍ବାଡ଼ା ଏହି କ୍ୟାପ ହାସଲ କରି ନେଇଛନ୍ତି । ଏବେ ଭୁବନେଶ୍ବରଙ୍କୁ ଏହି ଆଓ୍ବାର୍ଡ଼ ଜିତିବାକୁRCB vs GTଫାଇନାଲରେ ଅତି କମରେ ୨ ଓ୍ବିକେଟ ନେବାକୁ ହେବ ଏବଂ ଏହାସହ ରଓ୍ବାଡ଼ା କୌଣସି ଓ୍ବିକେଟ ଯେପରି ନ ନେବେ ଦେଖିବାକୁ ହେବ । ଯଦି ଉଭୟଙ୍କ ସମାନ ଓ୍ବିକେଟ ରୁହେ ତେବେ ଭୁବନେଶ୍ବର କୁମାର ଏହି ଆଓ୍ବାର୍ଡ଼ ଜିତିଯିବେ । କାରଣ ତାଙ୍କର ଇକନୋମୀ ରେଟ୍ ଅଧିକ ଭଲ ରହିଛି । ଆସନ୍ତୁ ଜାଣିବା ସବୁଠାରୁ ଅଧିକ ଓ୍ବିକେଟ ନେଇଥିବା ୫ବୋଲର କେଉଁମାନେ ଅଟନ୍ତି ।

କଗିସୋ ରଓ୍ବାଡ଼ା-୨୮

ଭୁବନେଶ୍ବର କୁମାର- ୨୬

ଜୋଫ୍ରା ଆର୍ଚର- ୨୫

ଅଂଶୁଲ କବୋଜ- ୨୧

ଇଶାନ ମାଲିଙ୍ଗା-୨୦