ନୂଆଦିଲ୍ଲୀ,୧୧/୦୪; ଆଇପିଏଲ ଚଳିତ ସିଜିନରେ କ୍ରିକେଟ ଫ୍ୟାନ୍ସଙ୍କ ମୁହଁରେ କେବଳ ଗୋଟିଏ ନାମ । ସେ ହେଉଛନ୍ତି ବୈଭବ ସୂର୍ଯ୍ୟବଂଶୀ । ବ୍ୟାକ୍‌ ଟୁ ବ୍ୟାକ୍ ବିସ୍ଫୋରଣ ଘଟାଉଛନ୍ତି ବୈଭବ ସୂର୍ଯ୍ୟବଂଶୀ । ରାଜସ୍ଥାନ ଏବଂ ବେଙ୍ଗାଲୁରୁ ମ୍ୟାଚ ପରେ ଏକ  ଭାବପ୍ରବଣ ଏବଂ ସ୍ମରଣୀୟ ମୁହୂର୍ତ୍ତ ଦେଖିବାକୁ ମିଳିଥିଲା, ଯାହା ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟ ଜିତିଛି । ଯେତେବେଳେ ବିରାଟ କୋହଲି ନିଜେ ଆରସିବି ବିପକ୍ଷ ମ୍ୟାଚରେ ଗୌହାଟୀ ଗ୍ରାଉଣ୍ଡରେ ନିଜ ବ୍ୟାଟ୍ ସହିତ ଝଡ଼ ସୃଷ୍ଟି କରିଥିବା ୧୫ ବର୍ଷୀୟ ଯୁବ ଖେଳାଳିଙ୍କ ପାଇଁ ଏକ ସ୍ୱତନ୍ତ୍ର ବାର୍ତ୍ତା ଲେଖିଥିଲେ ।  ଏହି ମୁହୂର୍ତ୍ତଟି ଆହୁରି ସ୍ୱତନ୍ତ୍ର ହୋଇଯାଇତିଲା ।

ରାଜସ୍ଥାନ ରୟାଲ୍ସର ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ୨୬ ବଲରେ ୭୮ ରନର ବିସ୍ଫୋରକ ଇନିଂସ ଖେଳି ତାଙ୍କ ଦଳକୁ ୬ୱିକେଟରେ ଚମତ୍କାର ବିଜୟ ଦେଇଥିଲେ । ୨୦୩ ରନର ଟାର୍ଗେଟକୁ ପିଛା କରି, ସୂର୍ଯ୍ୟବଂଶୀ ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । ଆରସିବି ବୋଲରମାନଙ୍କ ଉପରେ ଚାପ ପକାଇଥିଲେ । ମ୍ୟାଚ୍ ପରେ ଦୃଶ୍ୟ ଆହୁରି ସ୍ୱତନ୍ତ୍ର ହୋଇଯାଇଥିଲା ଯେତେବେଳେ ବିରାଟ କୋହଲି ସୂର୍ଯ୍ୟବଂଶୀଙ୍କ କ୍ୟାପ୍ ଉପରେ ଅଟୋଗ୍ରାଫ୍ ଦେଇଥିଲେ ଏବଂ ଲେଖିଥିଲେ, "ପ୍ରିୟ ବୈଭବ, ବହୁତ ଭଲ ।" ଏହି ଛୋଟ ବାର୍ତ୍ତାଟି ସୋସିଆଲ ମିଡିଆରେ ଦ୍ରୁତ ଭାଇରାଲ ହୋଇଗଲା ଏବଂ ପ୍ରଶଂସକଙ୍କ ମଧ୍ୟରେ ଆଲୋଚନାର ବିଷୟ ପାଲଟଛି । ରାଜସ୍ଥାନ ରୟାଲ୍ସ ଇନଷ୍ଟାଗ୍ରାମରେ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ କ୍ୟାପର ଏକ ଭିଡିଓ ସେୟାର କରିଛନ୍ତି ।

​​​​​​​

ଏହା ବି ପଢନ୍ତୁ...୭ ଛକା, ୮ ଚୌକା, ୩୦୦ର ଷ୍ଟ୍ରାଇକ୍ ରେଟ୍‌...ଧୂଆଁ ଧୂଆଁ କରିଦେଲେ ବୈଭବ, ଭୁବନେଶ୍ୱର-ହେଜଲହୁଡ କାବା  

୪ଟି ମ୍ୟାଚ୍‌ରେ ୨୦୦ ରନ୍- ସୂର୍ଯ୍ୟବଂଶୀ ଏହି ଇନିଂସରେ ୮ଟି ଚୌକା ଏବଂ ୭ଟି ଛକା ସାମିଲ ଥିଲା । ସେ ମାତ୍ର ୪ଟି ମ୍ୟାଚ୍‌ରେ ୨୦୦ ରନ୍ ପୂରଣ କରିଛନ୍ତି । ପ୍ରଭାବଶାଳୀ ପ୍ରଦର୍ଶନ ସହିତ ସେ ଚଳିତ ଆଇପିଏଲ ସିଜିନରେ ଅରେଞ୍ଜ କ୍ୟାପ୍ ମଧ୍ୟ ଜିତିଛନ୍ତି । ଏତେ କମ୍ ବୟସରେ ଏହି ପ୍ରକାରର ପ୍ରଦର୍ଶନ ତାଙ୍କୁ ଏକ ସ୍ୱତନ୍ତ୍ର ଖେଳାଳି କରିଛି । ତାଙ୍କୁ ଧ୍ରୁବ ଜୁରେଲଙ୍କ ଠାରୁ ଉତ୍କୃଷ୍ଟ ସମର୍ଥନ ମିଳିଥିଲା, ଯିଏ  ୪୩ଟି ବଲ୍‌ରେ ଅପରାଜିତ ୮୧ ରନ୍ କରି ଦଳକୁ ବିଜୟୀ କରାଇଥିଲେ । ସୂର୍ଯ୍ୟବଂଶୀ ଦଳକୁ ଏକ ଦ୍ରୁତ ଆରମ୍ଭ ଦେଇଥିଲେ, ଯାହା ଫଳରେ ରାଜସ୍ଥାନ ପାଇଁ ଲକ୍ଷ୍ୟ ହାସଲ କରିବା ସହଜ ହୋଇଥିଲା । ​​​​​​​​​​​​​​

Vaibhav Suryavanshi with the Virat Kohli signed cap, Orange Cap and the POTM award. ❤️ pic.twitter.com/38ZOWXpGLr