ନୂଆଦିଲ୍ଲୀ,୧୯/୦୫: ଆଫ୍ରିକୀୟ ଖେଳାଳି ହେନରିଚ୍ କ୍ଲାସେନ୍ ଏବଂ ସଞ୍ଜୁ ସାମସନ୍ ଉଭୟ ଶାନ୍ତ ଖେଳାଳି । କିନ୍ତୁ ଆଇପିଏଲ ୨୦୨୬ର ୬୩ତମ ମ୍ୟାଚରେ ଏହି ଦୁଇ ଷ୍ଟାର ଖେଳାଳି ମୁହାଁମୁହିଁ ହୋଇଥିଲେ। ହେନରିଚ୍ କ୍ଲାସେନ୍ ଚେନ୍ନାଇ ସୁପର କିଙ୍ଗସ୍ ବିପକ୍ଷରେ ଚମତ୍କାର ବ୍ୟାଟିଂ କରିଥିଲେ । ୧୫ତମ ଓଭରରେ ତାଙ୍କୁ ଆଉଟ୍ କରିବାରେ ୱିକେଟ କିପରି ବ୍ୟାଟର ସଞ୍ଜୁ ସାମସନ୍ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଯାହାକୁ କ୍ଲାସେନ ହଜମ କରିପାରିନଥିଲେ । ଏହାକୁ ଦୁଇ ଖେଳାଳି ମୁହାଁମୁହିଁ ହୋଇଥିଲେ । ଆଉଟ୍ ହେବା ପରେ କ୍ଲାସେନ୍ ଏତେ ରାଗିଗଲେ ଯେ ସେ ସାମସନ୍ ଉପରେ ଛେପ ପକାଇବା ପରି ଭିଡ଼ିଓରେ ଦେଖିବାକୁ ମିଳିଛି । କିନ୍ତୁ ସଞ୍ଜୁଙ୍କର କିଛି ଭୁଲ୍ ନଥିଲା । କ୍ଲାସେନ୍ ଆଉଟ୍ ହେବାକୁ ଗ୍ରହଣ କରିପାରିନଥିଲେ ଫଳରେ ଉତ୍ତେଜିତ ହୋଇଉଠିଥିଲେ ।

ସଞ୍ଜୁ ବନାମ କ୍ଲାସେନ୍- ୧୫ତମ ଓଭରର ତୃତୀୟ ବଲ୍ରେ ନୁର ଅହମ୍ମଦଙ୍କ ଗୁଗଲିରେ କ୍ଲାସେନ୍ ଏକ ବଡ଼ ସଟ୍ ନେବାକୁ ଚେଷ୍ଟା କରିଥିଲେ । କିନ୍ତୁ ଗୁଗଲି ମିସ୍ କରିଥିଲେ। କ୍ଲାସେନ୍ଙ୍କ ପାଦ ଉଠିଗଲା, ଏବଂ ସଞ୍ଜୁ ସାମସନ୍ ତାଙ୍କୁ ପଛରୁ ଷ୍ଟମ୍ପି କଲେ । କ୍ଲାସେନ୍ ଭାବିଲେ ଯେ, ସେ ଆଉଟ୍ ନୁହଁନ୍ତି, କିନ୍ତୁ ତୃତୀୟ ଅମ୍ପାୟାର ତାଙ୍କୁ ଆଉଟ୍ ଘୋଷଣା କଲେ । ତା’ପରେ ସଞ୍ଜୁ ସାମସନ୍ ତାଙ୍କୁ ଚାହିଁ ରହିଥିବା ଦେଖାଗଲା, ଏବଂ କ୍ଲାସେନ୍ ଏହାକୁ ପସନ୍ଦ କଲେ ନାହିଁ । ଯୁକ୍ତିତର୍କ ଆରମ୍ଭ ହେଲା। ଖେଳାଳି, ଅମ୍ପାୟାର ହସ୍ତକ୍ଷେପ କଲେ ଏବଂ କ୍ଲାସେନ୍ ପାଭିଲିଅନ୍ ଫେରିଲେ। ତା’ପରେ କ୍ଲାସେନ୍ ପଛକୁ ଫେରି ସାମସନ୍ଙ୍କ ଉପରେ ଛେପ ପକାଇଲେ ।

​​​​​​​

ଏହା ବି ପଢନ୍ତୁ...CSK vs SRH: ହଳଦିଆ ଜର୍ସିରେ ଏମ୍ଏସ୍ ଧୋନି କହିଲେ Thank You, ହାରିବା ପରେ ବି ହୃଦୟ ଜିତିଲା ଚେନ୍ନାଇ

ସ୍ପିନ୍-ଅନୁକୂଳ ଚେନ୍ନାଇ ପିଚ୍ରେ ହେନରିଚ୍ କ୍ଲାସେନ୍ ଚମତ୍କାର ବ୍ୟାଟିଂ କରିଥିଲେ। ସେ ୨୬ ବଲ୍ରେ ୪୭ ରନ୍ କରିଥିଲେ। ୧୮୦.୭୭ ଷ୍ଟ୍ରାଇକ୍ ରେଟ୍ରେ ବ୍ୟାଟିଂ କରୁଥିବା କ୍ଲାସେନ୍ ଇଶାନ୍ କିଶାନ୍ଙ୍କ ସହ ଏକ ଜବରଦସ୍ତ ପାର୍ଟନରସିପ୍ ଗଠନ କରିଥିଲେ । କ୍ଲାସେନ୍ ଏବଂ କିଶାନ୍ ତୃତୀୟ ୱିକେଟ୍ ପାଇଁ ୪୧ ବଲ୍ରେ ୭୫ ରନ୍ ଯୋଡ଼ିଥିଲେ । ଏହି ପାର୍ଟନରସିପ୍ ମ୍ୟାଚ୍କୁ ବଦଳାଇ ଦେଇଥିଲା । ମଧ୍ୟକ୍ରମ ବ୍ୟାଟର ହେନରିଚ୍ କ୍ଲାସେନ୍, ଆଇପିଏଲ ୨୦୨୬ରେ ସର୍ବାଧିକ ରନ ସ୍କୋରର । ଏହି ସିଜନରେ, କ୍ଲାସେନ୍ ୧୩ ମ୍ୟାଚରେ ୫୦.୪୫ ହାରରେ ୫୫୫ ରନ କରିଛନ୍ତି। ତାଙ୍କର ଷ୍ଟ୍ରାଇକ୍ ରେଟ୍ ୧୫୫ ରୁ ଅଧିକ । ୫ଟି ଅର୍ଦ୍ଧଶତକ ହାସଲ କରିଛନ୍ତି ।ଏହା ବି ପଢନ୍ତୁ...Rishabh Pant: ରିଷଭ ପନ୍ତଙ୍କ ପାଇଁ ସତର୍କ ଘଣ୍ଟି ! ଅଧିନାୟକତ୍ୱ ରେସ୍ରୁ ବାଦ, LSG ପରାଜୟ ବିଗାଡିଲାକି ଖେଳ ?  

ଇଶାନ କିଷନଙ୍କ ଦାୟିତ୍ୱପୂର୍ଣ୍ଣ ବ୍ୟାଟିଂ ବଳରେ ହାଇଦ୍ରାବାଦ ଚଳିତ ଆଇପିଏଲ୍ର ତୃତୀୟ ଦଳ ଭାବେ ପ୍ଲେ-ଅଫରେ ପ୍ରବେଶ କରିଛି । ସୋମବାର ଅନୁଷ୍ଠିତ ଚଳିତ ଆଇପିଏଲର ୬୩ତମ ମ୍ୟାଚରେ ହାଇଦ୍ରାବାଦ ୫ ୱିକେଟ୍ରେ ଚେନ୍ନାଇକୁ ହରାଇଥିଲା । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୭ ୱିକେଟ୍ ହରାଇ ୧୮୦ ରନ ସଂଗ୍ରହ କରିଥିଲା । ଜବାବରେ ହାଇଦ୍ରାବାଦ ୧୯ ଓଭରରେ ୫ ୱିକେଟ୍ ହରାଇ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା । ମ୍ୟାଚ୍ ବିଜୟୀ ଇନିଂସ୍ ପାଇଁ ଇଶାନ୍ କିଷନ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ । ଡିଫେଣ୍ଡିଂ ଚାମ୍ପିଅନ୍ ବେଙ୍ଗାଲୁରୁ ୧୮ ପଏଣ୍ଟ ସହ ପ୍ରଥମ ଦଳ ଭାବେ ପ୍ଲେ-ଅଫ୍ରେ ପ୍ରବେଶ କରିଥିଲା ।  ହାଇଦ୍ରାବାଦର ବିଜୟ ଫଳରେ ଗୁଜରାଟର ପ୍ଲେ-ଅଫ୍ ମଧ୍ୟ ନିଶ୍ଚିତ ହୋଇଥିଲା । ଉଭୟ ଦଳ ୧୬ ପଏଣ୍ଟ ଲେଖାଏଁ ଅର୍ଜନ କରିଛନ୍ତି ।