ମୁମ୍ବାଇ,୧୫/୩ : ଆଇପିଏଲ୍ ୨୦୨୬ ପ୍ରଥମ ଫେଜର ସିଡ୍ୟୁଲ ଆସିସାରିଛି । ଯାହାର ଆରମ୍ଭ ୨୦ମାର୍ଚ୍ଚର କାର୍ଯ୍ୟକ୍ରମ ଜାରି କରାଯାଇଥିଲା । ଏବେ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ପର୍ଯ୍ୟାୟର ସିଡ୍ୟୁଲକୁ ନେଇ ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ବଡ଼ ଅପଡେଟ୍ ଦେଇଛନ୍ତି । ଆସନ୍ତୁ ଜାଣିବା ଦ୍ବିତୀୟ ଫେଜର ସିଡ୍ୟୁଲ କେବେ ଜାରି ହେବ ।
ପ୍ରକାଶ ଯେ, ନିର୍ବାଚନ ଆୟୋଗ ରବିବାର ୫ରାଜ୍ୟରେ ହେବାକୁ ଥିଲା ନିର୍ବାଚନ ତାରିଖର ଘୋଷଣା କରିଦେଇଛନ୍ତି । ନିର୍ବାଚନର ତାରିଖକୁ ଦେଖି ଆଇପିଏଲ ସିଡ୍ୟୁଲ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ଜାରି କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଥିଲା । ଗତ ବୁଧବାର ସିଡ୍ୟୁଲର ପ୍ରଥମ ପର୍ଯ୍ୟାୟର ଘୋଷଣା ହୋଇଥିଲା । ରାଜୀବ ଶୁକ୍ଲା କହିଛନ୍ତି, ନିର୍ବାଚନ ତାରିଖର ଘୋଷଣା ହୋଇସାରିଛି । ଚାରି ସ୍ଥାନରେ ମତଦାନ ଗୋଟିଏ ପର୍ଯ୍ୟାୟରେ ହେବ ଏବଂ ପଶ୍ଚିମବଙ୍ଗରେ ଦୁଇଟି ପର୍ଯ୍ୟାୟରେ ହେବ । ଏବେ ଆଇପିଏଲର ସିଡ୍ୟୁଲ ଖୁବଶୀଘ୍ର ଜାରି ହେବ ।
ଚଳିତ ବର୍ଷର ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ସହ ପ୍ରାୟ ୫ରାଜ୍ୟରେ ନିର୍ବାଚନ ହେବ । ଯେଉଁଥି ପାଇଁ ନିର୍ବାଚନ ଆୟୋଗର ତାରିଖ ଘୋଷଣା କରିଛନ୍ତି । ଏହି ରାଜ୍ୟରେ ପଶ୍ଚିମବଙ୍ଗ, ଆସାମ, ତାମିଲନାଡ଼ୁ, କେରଳ ଏବଂ ପଣ୍ଡୁଚେରୀ ସାମିଲ ଅଛି । ପ୍ରକାଶ ଯେ, ପଶ୍ଚିମବଙ୍ଗ, ତାମିଲନାଡ଼ୁ ଏବଂ ଆସାମରେ ଆଇପିଏଲର ମ୍ୟାଚ୍ ଖେଳାଯାଇଥାଏ । ପଶ୍ଚିମବଙ୍ଗ ଏବଂ ତାମିଲନାଡ଼ୁରେ ଅଧିକ ମ୍ୟାଚ ହୋଇଥାଏ । ଯାହାକି ଆସାମରେ କମ୍ ମ୍ୟାଚ୍ ହୋଇଥାଏ । ପଶ୍ଚିମବଙ୍ଗର କୋଲକାତା, ତାମିଲନାଡ଼ୁର ଚେନ୍ନାଇ ଏବଂ ଆସାମର ଗୌହାଟୀରେ ଇଣ୍ଡିଆନ ପ୍ରିମିୟର ଲିଗ ମ୍ୟାଚ୍ ହେବ ।