ନୂଆଦିଲ୍ଲୀ : ଆଇପିଏଲର ଷ୍ଟାର ଖେଳାଳିଙ୍କ ମଧ୍ୟରେ ସବୁବେଳେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ରସିଂହ ଧୋନୀଙ୍କ ନାମ ଆସେ । ସିଏସକେ କହିଲେ ମାହିଙ୍କୁ ମଧ୍ୟ ବୁଝାଏ ବୋଲି କୁହାଯାଏ । ଧୋନୀଙ୍କ ପାଇଁ ଅଧିକ ଫ୍ୟାନ ଫଲୋର୍ସ ଏହି ଫ୍ରାଞ୍ଚାଇଜର ରହିଛନ୍ତି । ତେବେ ଚଳିତ ସିଜିନରେ ଏଯାବତ ଧୋନୀ ମଇଦାନକୁ ଓହ୍ଲାଇନାହାନ୍ତି । ଚେନ୍ନାଇ ଲଗାତାର ପରାଜୟ ବରଣ କରୁଥିବାବେଳେ ଫ୍ୟାନ୍ସମାନେ ତାଙ୍କର ପ୍ରିୟ ଖେଳାଳିଙ୍କ ଅନୁପସ୍ଥିତିକୁ ଅନୁଭବ କରୁଛନ୍ତି ।

ପୂର୍ବରୁ ସିଏସକେର ସିଇଓ କହିଥିଲେ କି, ଆହତ କାରଣରୁ ପାଖାପାଖି ତିନି ସପ୍ତାହ ପର୍ଯ୍ୟନ୍ତ ଧୋନୀ ଖେଳିବେ ନାହିଁ । ମାତ୍ର ମଝିରେ ଧୋନୀଙ୍କ ଏକ ଭିଡିଓ ସିଏସକେ ପକ୍ଷରୁ ପୋଷ୍ଟ କରାଯାଇଥିଲା । ଯେଉଁଥିରେ ସେ ନିଜର ବ୍ୟାଗ ବୋହି ନେଉଥିବାବେଳେ ଅଭ୍ୟାସ ମଧ୍ୟ କରୁଥିବା ନଜର ଆସିଥିଲେ । ଯାହାକି ତାଙ୍କ ଫ୍ୟାନ୍ସଙ୍କ ପାଇ ବେଶ ଖୁସିର ଖବର ଥିଲା । ମାତ୍ର ଏଯାବତ ଚେନ୍ନାଇ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ଧୋନୀ କେବେ ମ୍ୟାଚ୍ ଖେଳିବେ ଏନେଇ ସୂଚନା ଦିଆଯାଇନାହିଁ । ମାତ୍ର ଚେନ୍ନାଇ ନିଜର ପରବର୍ତ୍ତୀ ମ୍ୟାଚ ଆସନ୍ତା ୧୧ ତାରିଖରେ ଦିଲ୍ଲୀ ବିପକ୍ଷରେ ଖେଳିବ । ଯେଉଁ ମ୍ୟାଚରେ ଧୋନୀ ନଜର ଆସିବେନି ବୋଲି ଜରା ପଡ଼ିଛି ।

ସେପଟେ ସିଏସକେ ପାଇଁ ପାଇଁ ଏକ ଖୁସି ଖବର କି, ଆହତରୁ ସୁସ୍ଥ ହୋଇ ଫେରିଛନ୍ତି ଦକ୍ଷିଣଆଫ୍ରିକୀୟ ଉଦୀୟମାନ ତାରକା ବ୍ରେସିଭ୍। ସେ ଗତ ସିଜିନରେ ସିଏସକେର ଏକ ମୁଖ୍ୟ ଅସ୍ତ୍ର ଭାବେ ଉଭା ହୋଇଥିଲେ । ଦଳ ଲଗାତାର ପରାଜୟ ବରଣ କରୁଥିବାବେଳେ ତାଙ୍କ ଉପସ୍ଥିତି ଦଳ ପାଇଁ ଲାଭଦାୟକ ହୋଇପାରେ ବୋଲି କୁହାଯାଉଛି । କିନ୍ତୁ ଧୋନୀଙ୍କ ଗୋଟିଏ ଝଲକ ପାଇବା ପାଇଁ ଷ୍ଟାଡିୟମ ହଳଦିଆମୟ ହେଉଛି । ଏଣୁ ଧୋନୀ ଖୁବଶୀଘ୍ର ସୁସ୍ଥ ହୋଇ ଦଳକୁ ଫେରନ୍ତୁ ଏବଂ ମ୍ୟାଚ୍ ଖେଳନ୍ତୁ ବୋଲି ଫ୍ୟାନ୍ସମାନେ ଆଶା ରଖିଛନ୍ତି ।

ଏହାସହ ପଢ଼ନ୍ତୁ : ମ୍ୟାଚ୍ ହାରିବା ପରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କହିଲେ ହାର୍ଦ୍ଦିକ ପାଣ୍ଡ୍ୟା