ନୂଆଦିଲ୍ଲୀ : ଇରାନ – ଆମେରିକା ଯୁଦ୍ଧରେ ଯେଉଁଠି ତୁର୍କୀ , ମିଶର ଓ ପାକିସ୍ତାନ ମିଶି ଦୁଇ ଦେଶର ଆଲୋଚନାକୁ ଟେବଲ ଉପର ଯାଏ ଆଣିବାକୁ ଚାହାନ୍ତି , ସେଠାରେ ତେହେରାନର ଆଭିମୁଖ୍ୟ ଏହି ମାମଲାରେ ଖୁବ୍ ସ୍ପଷ୍ଟ , ସେ ୪୫ ଦିନର ଅସ୍ତ୍ରବିରତିକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହେଁ କି ହର୍ମୁଜ ଖୋଲିବା ଉପରେ କୌଣସି କଥାବାର୍ତ୍ତା କରୁ ନାହିଁ। ଏହା କହିବା ଯେ, ଏବେ ଇରାନର ଦାବି ଯେ, ସେ ଆମେରିକାର ପ୍ରତି ଚତୁରତାକୁ ବୁଝି ପାରିଛି। ସେ ଅଭିଯୋଗ କରିଛି ଯେ, ପାଇଲଟକୁ ବଞ୍ଚାଇବାର ଇଶଫହାନ ମିଶନ ତ ବାହାନା ଥିଲା, ଆମେରିକାର ଅସଲ ଉଦ୍ଦେଶ୍ୟ ତ ଇରାନ ସମ୍ୱର୍ଦ୍ଧିତ ୟୁରେନିୟମ ଯାଏ ପହଞ୍ଚିବାର ଥିଲା,ଯାହାକୁ ଅଣଦେଖା କରାଯାଇ ପାରିବ ନାହିଁ।
ସିଏନବିସି-ଟିଭି ୧୮ ଇରାନର ବୈଦେଶିକ ମନ୍ତ୍ରଣାଳୟ ସହ କଥା ହୋଇଛି, ଯେଉଁଥିରେ ଏହି ସୂଚନା ଦିଆଯାଇ ଥିଲା ଯେ,ଇରାନ ପଶ୍ଚିମ ଏସିଆରେ ଚାଲୁ ଥିବା ଯୁଦ୍ଧକୁ ବନ୍ଦ କରିବା ପାଇଁ ଆମେରିକାକୁ ନିଜର ସବୁ ସର୍ତ୍ତ ପଠାଇ ଦେଇଛି। ଏହି ସବୁ ସର୍ତ୍ତ ପାକିସ୍ତାନ ଦ୍ୱାରା ପଠାଯାଇ ଥିଲା, ଯିଏକି ନିକଟରେ ଶାନ୍ତି ପ୍ରସ୍ତାବ ଦେଇଥିଲା। ଇରାନର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ସେ ନିଜର ଦାବି ଗୁଡ଼ିକୁ ପ୍ରସ୍ତୁତ କରି ଔପଚାରିକ ଭାବେ ରୂପ ଦେଇ ସାରିଛି। ଇରାନ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ, କେବଳ ଅସ୍ତ୍ରବିରତିରେ ସମସ୍ୟାର ସମାଧନ ହେବ ନାହିଁ। ତାଙ୍କର କହିବା ହେଲା ଯେ, ଅସ୍ତ୍ରବିରତିରେ ବିରୋଧୀ ପକ୍ଷକୁ ଆଉଥରେ ଶକ୍ତି ସଂଗ୍ରହ କରିବାର ସୁଯୋଗ ମିଳିପାରେ,ଯେଉଁଥିରେ ସଂଘର୍ଷ ପୁଣି ଥରେ ଆରମ୍ଭ ହୋଇ ପାରେ।
ଏହି ସମୟରେ ଦୁନିଆର ନଜର ଆମେରିକା ଓ ଇରାନ ଉପରେ ତିଷ୍ଠି ରହିଛି, କାରଣ ଉଭୟଙ୍କୁ ଏକ ଏମିତି ପ୍ରସ୍ତାବ ଉପରେ ନିଷ୍ପତ୍ତି ନେବାର ଅଛି ଯେଉଁଥିର ୪୫ ଦିନର ଅସ୍ତ୍ରବିରତି ପରେ ସ୍ଥାୟୀ ରୂପେ ଯୁଦ୍ଧ ବନ୍ଦ କରିବା କଥା କୁହାଯାଇଛି। ଏହି ପୂରା ମାମଲାରେ ପାକିସ୍ତାନ ଏକ ପ୍ରମୁଖ ମଧ୍ୟସ୍ଥ ଭବେ ସାମ୍ନାକୁ ଆସିଛି। ପାକିସ୍ତାନୀ ପିଏମ୍ ଶହବାଜ ସରିଫ ପ୍ରଥମେ ଇସଲାମବାଦରେ କଥାବାର୍ତ୍ତାର ପ୍ରସ୍ତାବ ଦେଇଥିଲେ ଏବଂ ଏବେ ଯୁଦ୍ଧ ବନ୍ଦ କରିବା ଏବଂ ହର୍ମୁଜକୁ ପୁଣି ଥରେ ଖୋଲିବାର ଯୋଜନା ମଧ୍ୟ ଅଛି। ହେଲେ ଇରାନକୁ ଏବେ ବି ଆମେରିକାର ଦାବି ଉପରେ ସନ୍ଦେହ ଅଛି ଏବଂ ସିଧାସଳଖ ଆଲୋଚନାକୁ ଆସିବାରୁ ନିବୃତ୍ତ ରହିଛି।