ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଆକ୍ରମଣ ହେଲେ ଛାଡିବୁନି,ଇସ୍ରାଏଲକୁ ଇରାନର ଧମକ: କହିଲା ଦେବୁ କଡ଼ା ଜବାବ୍

Published By : Harapriya Biswal | October 20, 2024 4:54 PM

ନୂଆଦିଲ୍ଲୀ,୨୦।୧୦:  ଇସ୍ରାଏଲକୁ କଡା ଚେତାବନୀ ଦେଇଛି ଇରାନ। କହିଛି ଯଦି ଆକ୍ରମଣ ହୁଏତ ତେବେ ଆମେ ଛାଡିବୁନି। ଇରାନର ବୈଦେଶିକ ମନ୍ତ୍ରୀ ଅବାସ ଅରାଗଚି କହିଛନ୍ତି, ଇରାନ ବିରୋଧରେ କୌଣସି ପ୍ରକାର ଇସ୍ରାଏଲୀ ଆକ୍ରମଣର ଅର୍ଥ ହେଉଛି ବିପଦର ସୀମା ପାର କରିବା ଓ ଏହାର କଡା ଜବାବ ଦିଆଯିବ। ଅରାଗଚି ତୁର୍କୀ ପ୍ରସାରକ ‘ଏନ୍‌ଟିଭି’କୁ କହିଛି ଇରାନ ଉପରେ କୌଣସି ଆକ୍ରମଣର ଅର୍ଥ ହେଉଛି ଆମର ଲାଲ ରେଖାକୁ ପାର କରିବ। ଆମେ ଏଭଳି ଆକ୍ରମଣର ନିଶ୍ଚିତ ଭାବରେ ଜବାବ୍ ଦେବୁ। ଇରାନର ପରମାଣୁ ସୁବିଧା କିମ୍ବା କୌଣସି ପ୍ରକାର ଆକ୍ରମଣ ଉପରେ ପ୍ରତିକ୍ରିୟା ଦିଆଯିବ। ଉଲ୍ଲେଖନୀୟ ଯେ, ଆମେରିକାରୁ ଲିକ୍ ହୋଇଥିବା କିଛି ଡକ୍ୟୁମେଣ୍ଟସ୍ ଅନୁସାରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରୁଛି।

ଇରାନ ବୈଦେଶିକ ମନ୍ତ୍ରୀ ଅରାଗଚି ଏହି ସମୟରେ ଇସ୍ରାଏଲ ଉପରେ କରିଥିବା ଆକ୍ରମଣ ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି। ସେ କହିଛନ୍ତି, ଆମେ ସେତେବେଳେ କୌଣସି ଆର୍ଥିକ କିମ୍ବା ନାଗରିକ ସୁବିଧା ଉପରେ ଆକ୍ରମଣ କରିନଥିଲା। ଆମେ କେବଳ ସାମରିକ ସୁବିଧାକୁ ଟାର୍ଗେଟ କରିଥିଲୁ। ଏବେ ଆମେ ଇସ୍ରାଏଲରେ ନିଜର ସବୁ ଲକ୍ଷ୍ୟ ଚିହ୍ନଟ କରିନେଇଛୁ। ଯଦି ଇସ୍ରାଏଲ ଆକ୍ରମଣ କରେ, ତେବେ ଆମେ ତାଙ୍କ ଆଡ୍ଡା ଉପରେ ଏଭଳି ଆକ୍ରମଣ କରିବୁ।  

ଅରାଗଚି କହିଛନ୍ତି, ଏହି କ୍ଷେତ୍ରରେ ପୂର୍ଣ୍ଣ ପରିମାଣରେ ଯୁଦ୍ଧ ହେବାର ଅତ୍ୟାଧିକ ସମ୍ବାବନା ରହିଛି। ଦେଶର ଆଞ୍ଚଳିକ ଓ ଅନ୍ତର୍ଜାତୀୟ ସ୍ତରରେ ଗୁରୁତ୍ବପୂର୍ଣ୍ଣ ଚେଷ୍ଟା କରୁଛି। ମୋ ମତରେ ଇସ୍ରାଏଲର ଆକ୍ରମଣ ଓ ସେଠାରେ ବହୁ ପରିମାଣରେ ବିପତ୍ତି ରୋକିବା ପାଇଁ କୁଟନୈତିକ ଚେଷ୍ଟା କରୁଛୁ। ମୋ ମତରେ ଇସ୍ରାଏଲ ଆକ୍ରମଣ ଓ ଏହି କ୍ଷେତ୍ରରେ ବହୁ ପରିମାଣରେ ବିପତ୍ତିକୁ ରୋକିବା ପାଇଁ କୁଟନୀତିର ବ୍ୟବହାର ଓ ଯୁଦ୍ଧବିରତୀର ଘୋଷଣା କରାଯିବା ଦରକାର। ଏହାପରେ ଆମେ ଗାଜା ଓ ଲେବାନନ୍‌ ନିବାସୀଙ୍କ  ଭଲ କିଭଳି ହେବ ସେ ବିଷୟରେ କଥା ହୋଇପାରିବା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.