ନୂଆଦିଲ୍ଲୀ: ଇରାନରେ ପୁଣି ଥରେ କଠୋର ଧାର୍ମିକ ଆଇନ ଯୋଗୁଁ ମୃତ୍ୟୁଦଣ୍ଡର ମାମଲା ସାମନାକୁ ଆସିଛି। ଇରାନୀ ମିଡ଼ିଆ ମୁତାବିକ , ଇରାନର ଏକ କୋର୍ଟ ପ୍ରସିଦ୍ଧ ସିଙ୍ଗର ଅମିର ହୁସୈନ ମଘସୌଦଲୁ, ଯାହାଙ୍କୁ ଟାଟାଲୁଙ୍କ ନାଁରେ ଜଣାଯାଏ, ତାଙ୍କୁ ଈଶ୍ୱର ନିନ୍ଦା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇଛି ଏବଂ ମୃତ୍ୟୁଦଣ୍ଡ ଶୁଣା ଯାଇଛି। ଇରାନର ସୁଧାରବାଦୀ ଖବରକାଗଜ ଏଟେମାଡ ରବିବାର ପ୍ରକାଶ କରିଛି ଯେ, ସୁପ୍ରିମକୋର୍ଟ ଈଶ୍ୱରନିନ୍ଦା ସହ ଅପରାଧ ପାଇଁ ଦିଆ ଯାଇଥିବା ୫ ବର୍ଷର ଜେଲ୍ ଦଣ୍ଡ ଉପରେ ଅଭିଯୋଗକାରୀର ଅଭିଯୋଗକୁ ସ୍ୱୀକାର କରି ନେଇଛନ୍ତି। ଏହାପରେ କେସକୁ ପୁଣି ଓପେନ କରାଯାଇଛି ଏବଂ ପ୍ରତିବାଦୀକୁ ପ୍ରଫେଟଙ୍କର ଅପମାନ କରିବା ନେଇ ମୃତ୍ୟୁଦଣ୍ଡ ଶୁଣାଯାଇଛି। ହେଲେ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଏହି ନିଷ୍ପତ୍ତି ଶେଷ ନୁହେଁ ଏବଂ ଏହା ବିରୋଧରେ ଏବେ ବି ଅପିଲ କରାଯାଇ ପାରେ।
୩୭ ବର୍ଷିୟ ସିଙ୍ଗର ଟାଟାଲୁ ୨୦୧୮ରୁ ତୁର୍କୀର ସହର ଇସ୍ତାନବୁଲରେ ରହୁ ଥିଲେ। ୨୦୨୩ରେ ତୁର୍କୀ ପୁଲିସ ତାଙ୍କୁ ଇରାନକୁ ପ୍ରଦାନ କରିଥିଲା, ଏହାପର ଠାରୁ ତାଙ୍କ ଉପରେ ଈଶ୍ୱର ନିନ୍ଦା ସହ ଅନେକ ଧାରା ଉପରେ କେସ୍ ଚାଲିଥିଲା। ଟାଟାଲୁଙ୍କୁ ପ୍ରଷ୍ଟିଟ୍ୟୁସନର ବୃଦ୍ଧି କରାଇବା ପାଇଁ ମଧ୍ୟ ୧୦ବର୍ଷର ସଜା ଶୁଣାଯାଇଛି ଏବଂ ଅନ୍ୟ ମାମଲାରେ ଇସଲାମିକ ଗଣରାଜ୍ୟ ବିରୋଧରେ ଦୁଷ୍ପ୍ରଚାର ପ୍ରସାର ଓ ଅଶ୍ଳୀଳ ସାମଗ୍ରୀ ପ୍ରକାଶିତ କରିବା ଅଭିଯୋଗ ଲଗାଯାଇଛି।
ହେଲେ, ଇରାନ ଇଣ୍ଟରନ୍ୟାସନାଲ ରବିବାର କହିଛି କି, ଦେଶର ନ୍ୟାୟପାଳିକା ସେହି ରିପୋର୍ଟ ଗୁଡ଼ିକର ଖଣ୍ଡନ କରିଛି , ଯେଉଁଥିରେ ଦାବି କରାଯାଇ ଥିଲା କି, ଟାଟାଲୁଙ୍କୁ ଈଶ୍ୱର ନିନ୍ଦା ପାଇଁ ମୃତ୍ୟୁଦଣ୍ଡ ଶୁଣାଯାଇଛି। ସେ କହିଛି କି, ଜମ୍ ଜମ୍ ଖବରକାଗଜ ପକ୍ଷରୁ ଆସିଥିବା ପ୍ରାରମ୍ଭିକ ରିପୋର୍ଟକୁ ନ୍ୟାୟପାଳିକାର ମିଡ଼ିଆ କାର୍ଯ୍ୟାଳୟ ଖଣ୍ଡନ କରିଛି, ଯେଉଁଥିରେ କୁହାଯାଇଛି କି ଅନ୍ତିମ ନିଷ୍ପତ୍ତି ଏବେସୁଦ୍ଧା ଜାରି କରା ଯାଇ ନାହିଁ।
ଟାଟାଲୁ କିଏ ?
ରାପ୍ , ପପ୍ ଓ R & Bର କମ୍ୱିନେସନ ପାଇଁ ପ୍ରସିଦ୍ଧ ଟାଟାଲୁ ନିଜ ଶରୀରରେ ଟାଟୁ ପାଇଁ ମଧ୍ୟ ଖୁବ୍ ଜଣାଶୁଣା। ଟାଟାଲୁଙ୍କୁ ପୂର୍ବରୁ ରୁଢିବାଦୀ ରାଜନେତାମାନେ ଯୁବବର୍ଗ , ଉଦାରବାଦୀ ଇରାନୀଙ୍କ ପାଖରେ ପହଞ୍ଚିବାର ତରିକା ଭାବେ ବାଛିଥିଲେ।
ଟାଟାଲୁ ୨୦୧୭ରେ ଅତି-ରୁଢିବାଦୀ ଇରାନୀ ରାଷ୍ଟ୍ରପତି ଇବ୍ରାହିମ୍ ରଇସୀଙ୍କ ସହ ଏକ ଟେଲିଭିଜନ ମିଟିଂ ମଧ୍ୟ କରିଥିଲେ , ୨୦୧୫ରେ ଟାଟାଲୁ ଇରାନର ପରମାଣୁ କାର୍ଯ୍ୟକ୍ରମର ସମର୍ଥନରେ ଏକ ସଙ୍ଗ୍ ରିଲିଜ୍ କରିଥିଲେ।