ନୂଆଦିଲ୍ଲୀ,୨୨/୦୩ :୨୩ ଦିନରେ ପହଞ୍ଚିଛି ମଧ୍ୟପ୍ରାଚ୍ୟ ମହାଯୁଦ୍ଧ । ଥମିବା ବଦଳରେ ଦିନକୁ ଦିନ ଉଗ୍ର ହେଉଛି ଇରାନ-ଇସ୍ରାଏଲ ଲଢେଇ । ପରସ୍ପର ଉପରେ ଆକ୍ରମଣ-ପ୍ରତିଆକ୍ରଣ ଜାରି ରହିଛି । ଶନିବା ଇସ୍ରାଏଲ-ଇରାନ ମଧ୍ୟରେ ଲଢେଇ ଏକ ଭୟଙ୍କର ମୋଡ଼ ନେଇଛି । ଇରାନ ମିସାଇଲ ମାଡରେ ଥରି ଉଠିଛି ଇସ୍ରାଏଲର 'ଲିଟିଲ ଇଣ୍ଡିଆ' । ଦକ୍ଷିଣ ଇସ୍ରାଏଲର ଆରାଦ ଏବଂ ଡିମୋନା ସହର ଉପରେ ମିସାଇଲ ମାଡ କରିଛି ଇରାନ । ଯାହା ଲିଟିଲ ଇଣ୍ଡିଆ ଭାବେ ଜଣାଶୁଣା । ଏହି ସହର ଇସ୍ରାଏଲର ପରମାଣୁ ରିଆକ୍ଟରର ଘର ଏବଂ ଏଠାରେ ବହୁ ଭାରତୀୟ ଜନସଂଖ୍ୟା ହେକୁ ଏହା 'ଲିଟିଲ ଇଣ୍ଡିଆ' ଭାବରେ ଜଣାଶୁଣା । ଇରାନର ଏହି ଆକ୍ରମଣରେ ଇସ୍ରାଏଲରେ ୧୦୦ରୁ ଅଧିକ ଆହତ ହୋଇଛନ୍ତି । ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏୟାର ଡିଫେନ୍ସ ବ୍ୟବସ୍ଥାର ବିଫଳତା ଯୋଗୁଁ ମିସାଇଲକୁ ଅଟକା ଯାଇ ପାରିନଥିଲା । ଏହି ଆକ୍ରମଣକୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଭବିଷ୍ୟତ ପାଇଁ ଲଢାଯାଉଥିବା ଯୁଦ୍ଧରେ ଏହା ଏକ କଷ୍ଟକର ସମୟ ।

ଥରିଲା 'ଲିଟିଲ ଇଣ୍ଡିଆ'- ଇସ୍ରାଏଲର ଡିମୋନା ସହର 'ଲିଟିଲ ଇଣ୍ଡିଆ' ନାମରେ ଜଣାଶୁଣା । ମେଗନ ଡେଭିଡ୍‌ ଆଡୋମରେ ଉଦ୍ଧାର ସେବା ଏବଂ ସ୍ଥାନୀୟ ବାସିନ୍ଦା କହିଛନ୍ତି ଆହତମାନଙ୍କ ମଧ୍ୟରେ ଜଣେ ୧୨ ବର୍ଷୀୟ ବାଳକ ମଧ୍ୟ ସାମିଲ । ଏହାଛଡ଼ା ୩୧ ଜଣ ସାମାନ୍ୟ ଆହତ ହୋଇଛନ୍ତି । ୧୪ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏକ କୋଠାକୁ ମିସାଇଲ ମାଡ ହୋଇଛି । ଯାହା ଦ୍ୱାରା ନିକଟସ୍ଥ ପୁରୁଣା ଘରଗୁଡିକ କ୍ଷତିଗ୍ରସ୍ତ ହୋଇଛି । ଅଧିକାଂଶ ବାସିନ୍ଦା ସମୟ ମଧ୍ୟରେ ଆଶ୍ରୟସ୍ଥଳରେ ପହଞ୍ଚିପାରିଥିଲେ । ଯାହା ଫଳରେ ବଡ଼ କ୍ଷତିକୁ ରୋକିଯାଇପାରିଥିଲା । ସେହିପରି ଆରାଦ ମେୟର ୟାଇର ମାୟାନ କହିଛନ୍ତି ଯେ, ଆକ୍ରମଣ ସ୍ଥାନରୁ ପ୍ରାୟ ୧୫୦ ପରିବାରକୁ ସ୍ଥାନାନ୍ତର କରାଯାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ନାଫତାଲି ବେନେଟ୍ ଏବଂ ଲାପିଡ୍‌ ମଧ୍ୟ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି । ପୂର୍ବରୁ ଇସ୍ରାଏଲ ନତାଞ୍ଜରେ ଇରାନ ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ କରିଥିଲା ।

ଡିମୋନାର ଜନସଂଖ୍ୟାର ପ୍ରାୟ ୩୦ ପ୍ରତିଶତ (ପ୍ରାୟ ୭,୫୦୦ ଲୋକ) ଭାରତୀୟ ବଂଶୋଦ୍ଭବ ଯିହୁଦୀ, ଯାହାଙ୍କ ମଧ୍ୟରୁ ଅଧିକାଂଶ ମହାରାଷ୍ଟ୍ରର । ଏଠାରେ କ୍ରିକେଟ୍ ମଧ୍ୟ ବହୁତ ଲୋକପ୍ରିୟ  ଏବଂ ସ୍ଥାନୀୟ ବଜାରରେ ଭାରତୀୟ ମିଠା ଏବଂ ଖାଦ୍ୟ ସହଜରେ ଉପଲବ୍ଧ । ମରାଠୀ ଭାଷା ଏବଂ ଭାରତୀୟ ସ୍ୱାଦ (ଯେପରିକି ସୁନପାମ୍ପୁଡ଼ି, ଗୁଲାବ ଜାମୁନ, ପାପଡି ଚାଟ୍, ଏବଂ ଭେଲପୁରୀ) ବିକ୍ରି ହୁଏ । ଇରାନର ଏହି ଆକ୍ରମଣ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି ।
​​​​​​​
ଏହା ବି ପଢନ୍ତୁ...ଯୁଦ୍ଧରେ ଆମେରିକା ସୈନ୍ୟର ବଡ଼ କ୍ଷତି: ହରାଇଲାଣି ୧୬ ବିମାନ, ୪୦୦୦ କୋଟି  

ନାତାଞ୍ଜ ଆକ୍ରମଣ ପ୍ରତିଶୋଧ- ତେହେରାନ ଟାଇମ୍ସ ଅନୁଯାୟୀ, ଇରାନର IRGC ଡିମୋନା ଉପରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଆକ୍ରମଣକୁ ଏହାର ନାତାଞ୍ଜ ପରମାଣୁ ପ୍ଲାଣ୍ଟ ଉପରେ ଆକ୍ରମଣର ପ୍ରତିଶୋଧ ବୋଲି । ଡିମୋନାକୁ ମଧ୍ୟପ୍ରାଚ୍ୟର ଏକମାତ୍ର ଅଘୋଷିତ, ପରମାଣୁ ଅସ୍ତ୍ରାଗାର ରଖିଥିବା ବିଶ୍ୱାସ କରାଯାଏ। ଇସ୍ରାଏଲ ଏହାର ପରମାଣୁ କାର୍ଯ୍ୟକ୍ରମ ସମ୍ପର୍କରେ ଅସ୍ପଷ୍ଟ ନୀତି ଗ୍ରହଣ କରିଛି, କହିଛି ଯେ ଡିମୋନା ପ୍ଲାଣ୍ଟ କେବଳ ଗବେଷଣା ଉଦ୍ଦେଶ୍ୟରେ ।