ନୂଆଦିଲ୍ଲୀ : ଇରାନ ପୁଣି ଥରେ ନିଜକୁ ଦୃଢ ଭାବେ ପ୍ରସ୍ତୁତ କରିବାକୁ ଲାଗି ପଡ଼ିଛି। ଗତ ପାଖାପାଖି ଦେଢ ମାସରେ ଆମେରିକା ଓ ଇସ୍ରାଏଲର ଆକ୍ରମଣରେ ଇରାନର ବିଶେଷ କ୍ଷତି ହୋଇଛି। ଏବେ ଇରାନ ନିଜର ସାମରିକ ଶକ୍ତିକୁ ପୁଣି ଥରେ ଦୃଢ କରିବା ଉପରେ ଜୋର ଦେଉଛି। ସିଏନଏନର ରିପୋର୍ଟ ମୁତାବିକ , ଇରାନ ଆଶା ଠାରୁ ଅଧିକ ଜୋରରେ ଏହି କାମରେ ଲାଗି ପଡ଼ିଛି। ସେ ନିଜର ଡ୍ରୋନ୍ ପାୱାରକୁ ଆଗାମୀ ଛଅ ମାସରେ ପୁଣି ଥରେ ପ୍ରସ୍ତୁତ କରିପାର। ସୂତ୍ରାନୁସାରେ ରିପୋର୍ଟରେ କୁହାଯାଇଛି , ଯୁଦ୍ଧ ବିରତି ବେଳେ ଇରାନ ନିଜର ଡ୍ରୋନ୍ ପ୍ରଡକ୍ସନ ପୁଣି ଥରେ ଆରମ୍ଭ ମଧ୍ୟ କରି ସାରିଛି।

ଏହି ରିପୋର୍ଟରେ ଆମେରିକା ଗୁଇନ୍ଦା ଆକଳନରେ ପରିଚିତ ସୂତ୍ରର ଉଲ୍ଲେଖ କରାଯାଇଛି। ରିପୋର୍ଟରେ ଆହୁରି କୁହାଯାଇଛି ଯେ, ଆମେରିକୀୟ ଗୁଇନ୍ଦା ତଥ୍ୟରୁ ଜଣାପଡ଼ିଛି ଯେ, ଇରାନର ସେନା ପ୍ରାରମ୍ଭିକ ଅନୁମାନ ଠାରୁ ଆହୁରି ଅଧିକ ଦ୍ରୁତ ଗତିରେ ପୁନଃ ନିର୍ମାଣ କରୁଛି। ଜଣେ ଆମେରିକୀୟ ଅଧିକାରୀଙ୍କ ମୁତାବିକ , ଇରାନୀମାନେ ପୁଣି ଥରେ ଡ୍ରୋନ୍ ତିଆରି କରିବାର ସବୁ ସମୟ ସୀମାକୁ ଅତିକ୍ରମ କରି ନେଇଛି। ଏଥିରେ ମିସାଇଲ ସାଇଟ୍ସ , ଲଞ୍ଚର୍ସ ଓ ପ୍ରମୁଖ ଅସ୍ତ୍ରଶସ୍ତ୍ର ସିଷ୍ଟମକୁ ପରିବର୍ତ୍ତନ ଅନ୍ତର୍ଭୁକ୍ତ। ଏଥିରୁ କିଛି ଗୁଡ଼ିକୁ ୨୮ ଫେବ୍ରୁଆରୀକୁ ଆମେରିକା-ଇସ୍ରାଏଲ ଦ୍ୱାରା ଇରାନ ଉପରେ ଆକ୍ରମଣ ବେଳେ ନଷ୍ଟ କରିଦିଆ ଯାଇଥିଲା।

ଉକ୍ତ ରିପୋର୍ଟ ଏମିତି ସମୟରେ ଆସିଛି, ଯେବେ ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧକୁ ବନ୍ଦ କରିବା ଦିଗରେ ଜୋରସୋରରେ ଚେଷ୍ଟା ଚାଲିଛି। ଏହି ଚେଷ୍ଟା ଅନୁସାରେ ପାକିସ୍ତାନର ଗୃହମନ୍ତ୍ରୀ ମହସିନ ନକଭି ଗୁରୁବାର ଇରାନର ବୈଦେଶିକ ମନ୍ତ୍ରୀ ଅବାସ ଅରାଘଚୀଙ୍କୁ ସାକ୍ଷାତ କରିଥିଲେ ଏବଂ ଆମେରକା-ଇରାନ ଶାନ୍ତି ଆଲୋଚନା ସମ୍ୱନ୍ଧିତ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ନକଭି ସପ୍ତାହେରୁ କମ୍ ସମୟରେ ଦ୍ୱିତୀୟ ଯାତ୍ରାରେ ବୁଧବାର ତେହରାନରେ ପହଞ୍ଚି ଥିଲେ। ଯୁଦ୍ଧଗ୍ରସ୍ତ ଆମେରିକା-ଇରାନ ମଧ୍ୟରେ ଥିବା ଦୂରତାକୁ ଦୂର କରିବା ପାଇଁ ଉଦ୍ଦିଷ୍ଟ।

ଆହୁରି ମଧ୍ୟ ପଢନ୍ତୁ :  ଭାରତ ଗସ୍ତ ପୂର୍ବରୁ ଆମେରିକୀୟ ବୈଦେଶିକ ମନ୍ତ୍ରୀ କଲେ ଖୁବ୍ ପ୍ରଶଂସା , ଇନ୍ଧନ ଯୋଗାଣ ଉପରେ କହିଦେଲେ ଏମିତି କଥା