ନୂଆଦିଲ୍ଲୀ, ୧୩/୩ : ଆଉ ଦେଶରେ ମିଳିବନି ଗ୍ୟାସ୍ । ଆମେ ପ୍ରଥମେ ନେଇଯିବା । ଯିଏ ନପାଇଲେ ନାହିଁ ଆମେ ଘରେ ଚାରିଟା ସିଳିଣ୍ଡର ରଖିଦେବା । ଏମିତି ମନୋଭାବ ରଖୁଥିବା ଅନେକ ଲୋକଙ୍କୁ ଆପଣଙ୍କ ଆଖପାଖରେ ଦେଖୁଥିବେ ନିଶ୍ଚୟ । ତେବେ ଯୁଦ୍ଧ ପାଇଁ ଗ୍ୟାସ ସଙ୍କଟ ଦେଖା ଦେଇଛି । ଯଦିଓ ସରକାରଙ୍କ ପକ୍ଷରୁ ବାରମ୍ବାର କୁହାଯାଉଛି କି, ଏବେ କୌଣସି ସଙ୍କଟ ନାହିଁ ସିଲିଣ୍ଡର ମହଜୁଦ ଅଛି ତଥାପି ଲୋକେ ଶୁଣିବାକୁ ନାରାଜ । ଯାହାର ଅନେକ ଗୁଡ଼ିଏ ଉଦାହରଣ ମଧ୍ୟ ଦେଖିବାକୁ ମିଳିଛି । ଏମିତିକି ଗ୍ୟାସ ପାଇଁ ଯାଇଥିବା ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବାର ଖବର ମଧ୍ୟ ସାମ୍ନାକୁ ଆସିଛି ।

ଉତ୍ତରପ୍ରଦେଶର ବାରବାଙ୍କି ଜିଲ୍ଲାରୁ ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ଏକ ଗ୍ୟାସ୍ ଏଜେନ୍ସି ବାହାରେ ପ୍ରବଳ ଝଗଡ଼ା ଦେଖାଯାଇଥିଲା। ଦୁଇ ଗୋଷ୍ଠୀର ଲୋକ ପରସ୍ପରକୁ ଲାତ ମାରିଥିଲେ ମାରିବା ସହ ହାତାହାତି ପରିସ୍ଥିତି ହୋଇଥିଲା । ଅମିତ ଗ୍ୟାସ୍ ଏଜେନ୍ସିକୁ ସିଲିଣ୍ଡର କିଣିବା ପାଇଁ ଆସିଥିବା ଅବଦୁଲ ଏବଂ ମନୀଷ କୁମାରଙ୍କ ମଧ୍ୟରେ ଲାଇନ ଲଗାଇବା ପାଇଁ ଯୁକ୍ତିତର୍କ ଏବଂ ପରେ ହାତାହାତି ପର୍ଯ୍ୟନ୍ତ ପହଞ୍ଚିଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ମଧ୍ୟ ହୋଇଛି ।

ଉତ୍ତରପ୍ରଦେଶରୁ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଠି ଲୋକମାନେ ସିଲିଣ୍ଡର ମୁଣ୍ଡାଇ ଦୌଡ଼ୁଛନ୍ତି । ଏମିତି ଲାଗୁଛି ଯେମିତି ମାରାଥନ ଚାଲିଛି । ବସ୍ତିରେ ଯେତେବେଳେ ଖବର ମିଳିଥିଲା କି, ଗ୍ୟାସ ଗାଡ଼ି ଆସିଛି ସେତେବେଳେ ଲୋକମାନେ ଗ୍ୟାସ୍ ଟାଙ୍କିକୁ ମୁଣ୍ଡାଇ ଆଣିବା ପାଇଁ ଦୌଡ଼ିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିବାବେଳେ ୟୁଜର୍ସମାନେ ଏହାକୁ ବହୁ ମାତ୍ରାରେ ସେୟାର ମଧ୍ୟ କରୁଛନ୍ତି ।

କାନପୁରରୁ ଆଉ ଏକ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ମହିଳା ସିଲିଣ୍ଡର ପାଇଁ କେମିତି ଡହଳ ବିକଳ ହୋଇଛନ୍ତି । ସେ କହିଛନ୍ତି କି, ତାଙ୍କ ଘରେ ଗୋଟିଏ ମଧ୍ୟ ଗ୍ୟାସ ଭର୍ତ୍ତି ସିଲିଣ୍ଡ ନାହିଁ । ସବୁ ସରି ଯାଇଛି । ୮ ଦିନ ହେବ ଏଭଳି ଗୋଟିଏ ପରେ ଗୋଟିଏ ଏଜେନ୍ସିକୁ ଯାଇ ନିରାଶ ହୋଇ ଫେରିଛନ୍ତି । ୮ ଦିନରେ ୧୬୦୦ ଟଭ୍କା ଖର୍ଚ୍ଚ କରିଥିଲେ ସୁଦ୍ଧା ଗୋଟିଏ ସିଲିଣ୍ଡ ପାଇ ନାହାନ୍ତି । ଖାଲି ବୁଲି ବୁଲି ଟଙ୍କା ସରିଥିବାବେଳେ ସେ ନିରାଶ ହୋଇ କହିଥିଲେ କି, ମୁଁ ମରି ଯିବାକୁ ଚାହେଁ ।

ପଞ୍ଜାବର ଜଣେ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ସେ ସକାଳୁ ଏଜେନ୍ସିକୁ ଯାଇଥିଲେ । ୨୫ ନମ୍ବର ଲାଇନରେ ରହିଥିଲେ । ଦୁଇ ଘଣ୍ଟାରୁ ଅଧିକ ସମୟ ସେ ଲାଇନରେ ରହିଥିବାବେଳେ ତାଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା । ତାଙ୍କୁ ମେଡିକାଲକୁ ନିଆଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବିହାରରେ ତ ସବୁ ସୀମା ପାର୍ ହୋଇଛି । ସିଲିଣ୍ଡର ପାଇବା ପାର୍ଇ ମିଛରେ ଉପମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ଆସିଥିବା କହି ୪ ସିଲିଣ୍ଡର ନେଇ ପଳାଇଥିଲେ । ଏବେ ଏହି ଘଟଣା ତଦନ୍ତ ପରିସରରେ ରହିଛି ।

ଏହାସହ ପଢ଼ନ୍ତୁ : ବିହାର ଉପମୁଖ୍ୟମନ୍ତ୍ରୀଙ୍କ ନାଁ କହି ନେଇଗଲେ ଗ୍ୟାସ୍ ସିଲିଣ୍ଡର