ନୂଆଦିଲ୍ଲୀ – ଇରାନ ହୋର୍ମୁଜ ପ୍ରଣାଳୀରୁ ଭାରତୀୟ ପତାକା ଥିବା କିମ୍ୱା ଭାରତ ଯାଉଥିବା ଜାହାଜକୁ ସୁରକ୍ଷିତ ଯାତ୍ରା କରିବାର ଅନୁମତି ଦେବା ବଦଳରେ ଭାରତ ଦ୍ୱାରା ଜବତ କରାଯାଇ ଥିବା ତିନୋଟି ଟ୍ୟାଙ୍କରକୁ ମୁକ୍ତ କରିବାକୁ ଦାବି କରିଛି। ରୟଟର୍ସ ରିପୋର୍ଟ ଅନୁସାରେ , ତେହେରାନ ଏହି ପ୍ରସଙ୍ଗରେ ଭାରତ ସହ କଥାବାର୍ତ୍ତାରେ ଏହି ସର୍ତ୍ତ ରଖିଛି। ଏମିତି କହିବା ତ ଗୋଟିଏ ହାତରେ ନିଅ ଏବଂ ଦ୍ୱିତୀୟ ହାତରେ ଦେବାର ସର୍ତ୍ତ ରଖିଛି। ଅର୍ଥ ସ୍ପଷ୍ଟ ଯେ, ନେଣଦେଣରେ କୌଣସି ସାଲିସ୍ କରାଯିବା ଉଚିତ୍ ନୁହେଁ। ସାହାଯ୍ୟ ଚାହିଁଲେ ସାହାଯ୍ୟ କରିବାକୁ ମଧ୍ୟ ହେବ। ରିପୋର୍ଟରେ ଆଗକୁ କୁହାଯାଇଛି ଯେ, ଭାରତ ଫେବ୍ରୁଆରୀରେ ତିନୋଟି ଟ୍ୟାଙ୍କର ( ଏସ୍ଫାଲ୍ଟ ଷ୍ଟାର, ଅଲ୍ ଜାଫଜିଆ ଓ ଷ୍ଟେଲର ରୁବି) କୁ ଜବତ କରିଥିଲା। ଏହା ଉପରେ ଅଭିଯୋଗ ଥିଲା ଯେ, ସେ ନିଜର ପରିଚୟ ଲୁଚାଇ ଥିଲେ କିମ୍ୱା ବଦଳାଇ ଥିଲେ ତଥା ସମୁଦ୍ରରେ ଅବୈଧ ଭାବେ ଜାହାଜରୁ ଜାହାଜ ତୈଳ ହସ୍ତାନ୍ତରରେ ସାମିଲ ଥିଲେ। ଏଥିରେ ଷ୍ଟେଲର ରୁବି ଇରାନର ପତାକା ଯୁକ୍ତ , ଅନ୍ୟ ଦୁଇ ନିକାରାଗୁଆ ଓ ମାଳିର ପତାକା ଥିଲା କୁହାଯାଇଛି।

ଜଣେ ଇରାନୀ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ମୁତାବିକ , ଇରାନ କିଛି ଔଷଧ ଓ ଚିକିତ୍ସା ଉପକରଣର ସପ୍ଲାଇର ମଧ୍ୟ ଦାବି କରିଛନ୍ତି। ସୂତ୍ର ରୟଟର୍ସକୁ କହିଛି ଯେ, ଇରାନର ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରଦୂତ ସୋମବାର ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀଙ୍କୁ ସାକ୍ଷାତ୍ କରି ଏହି ମାମଲାରେ ଆଲୋଚନା କରିଥିଲେ। ହେଲେ ଏହାକୁ ନେଇ ଭାରତ ସରକାରଙ୍କ ପକ୍ଷରୁ କିଛି ବିବୃତ୍ତି ସାମ୍ନାକୁ ଆସି ନାହିଁ।

ଏହି ମଧ୍ୟରେ ପାଖାପାଖି ୪୦୦୦୦ ମେଟ୍ରିକ୍ ଟନ୍ ଏଲପିଜି ନେଇ ଭାରତୀୟ ଜାହାଜ ‘ଶିୱାଲିକ୍’ ସୋମବାର ସନ୍ଧ୍ୟାରେ ଗୁଜରାଟର ମୁନ୍ଦ୍ରା ବନ୍ଦରରେ ସୁରକ୍ଷିତ ପହଞ୍ଚି ଥିଲା। ଏହି ଜାହାଜ ହୋର୍ମୁଜରେ ସୁରକ୍ଷିତ ଯାତ୍ର କରି ବନ୍ଦରରେ ପହଞ୍ଚି ଥିଲା।

ଏହା ସହ ମଧ୍ୟ ପଢନ୍ତୁ : ତେହେରାନରେ ଇସ୍ରାଏଲୀୟ ସେନାର ବଡ଼ ଆକ୍ରମଣ, ଏୟାରଷ୍ଟ୍ରାଇକ୍‌ରେ ସାମରିକ ମହାକାଶ ଗବେଷଣା କେନ୍ଦ୍ର ଧ୍ୱଂସ