ନୂଆଦିଲ୍ଲୀ, ୨୮/୦୭ : ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ ଏବଂ ତାଙ୍କ ପୁଅ ବ୍ୟାରନ ଟ୍ରମ୍ପଙ୍କୁ ହତ୍ୟା ଧମକ। ଭିଡିଓ ଜାରି କରି ଇସଲାମିକ୍ ଶାସନର ସମର୍ଥକଙ୍କୁ ମେଲାନିଆ ଏବଂ ତାଙ୍କ ପୁଅଙ୍କୁ ହତ୍ୟା କରିବାକୁ ଉସକାଉଛି ଇରାନ। ଏଭଳି ଏକ ଆମେରିକା ବିରୋଧୀ ଭିଡିଓ ଏବେ ଭାଇରାଲ୍ ହେଉଛି। ହାଓ ଟୁ କିଲ୍ ମେଲାନିଆ ନାମରେ ଏହି ଭିଡିଓ ଜାରି କରାଯାଇଛି। ଏଥିରେ ମେଲାନିଆଙ୍କ ଫଟୋ ରହିଛି। ଏଥିରେ ତାଙ୍କ କାରକେଡ୍ ଏବଂ ନ୍ୟୁୟର୍କ ସହରର କିଛି ସ୍ଥାନକୁ ଦର୍ଶାଯାଇଛି। ଏପରିକି ମେଲାନିଆ କିଣାକିଣି କରିବାକୁ ଯାଉଥିବା କିଛି ଡିଜାଇନର ଦୋକାନର ନାମ ମଧ୍ୟ କୁହାଯାଇଛି। 

ମେଲାନିଆଙ୍କୁ ହତ୍ୟା କରିବାକୁ ଭିଡିଓରେ ସାଙ୍ଘାତିକ ଉପାୟ ବିଷୟରେ କୁହାଯାଇଛି। ଯେମିତିକି ତାଙ୍କ କପଡ଼ାରେ ରାସାୟନିକ ପଦାର୍ଥ ପକାଇବାକୁ କୁହାଯାଇଛି। ଭିଡିଓରେ ୨୦ ବର୍ଷୀୟ ବ୍ୟାରେନ୍ ଟ୍ରମ୍ପଙ୍କୁ ମଧ୍ୟ ଧମକ ଦିଆଯାଇଛି। "ଏହା ତ କେବଳ ଆରମ୍ଭ। ବ୍ୟାରନ୍ ଟ୍ରମ୍ପ, ଆମ ପାଇଁ ଅପେକ୍ଷା କର," ବୋଲି ମଧ୍ୟ ଭିଡିଓରେ କୁହାଯାଇଛି। ତେବେ ଇଷ୍ଟ ୱିଙ୍ଗ ଏବଂ ସିକ୍ରେଟ୍ ସର୍ଭିସ୍ ଏହା ଉପରେ କୌଣସି ମନ୍ତବ୍ୟ ଦେଇ ନାହାଁନ୍ତି।

ଇରାନ ସହ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରିବାରକୁ ଟାର୍ଗେଟ୍ କରାଯାଉଛି। ଗତ ସପ୍ତାହରେ ତେହରାନରେ ଆମେରିକା ବିରୋଧୀ ଏଭଳି ବହୁ ହୋର୍ଡିଂ ଲଗାଯାଇଥିଲା। ଏହି ହୋର୍ଡିଂରେ ଲେଖାଥିଲା ରକ୍ତ ବଦଳରେ ରକ୍ତ। ତେବେ ମେଲାନିଆ ଏବଂ ବ୍ୟାରେନଙ୍କ ସୁରକ୍ଷା ପାଇଁ ସବୁବେଳେ ସିକ୍ରେଟ୍ ଯବାନମାନେ ମୁତୟନ ଥାଆନ୍ତି। ହ୍ଵାଇଟ୍ ହାଉସ୍, ଟ୍ୟୁୟର୍କ ସ୍ଥିତ ଟ୍ରମ୍ପ ଟାୱାର, ବେଡମିନିଷ୍ଟର ଗଲ୍ଫ କ୍ଲବ ଏବଂ ଫ୍ଲୋରିଡାର ମାର୍-ଏ-ଲାଗୋ ଇଷ୍ଟେଟ୍ କଡ଼ା ସୁରକ୍ଷା ବଳୟରେ ରଖାଯାଇଛି।

ଆହୁରି ପଢନ୍ତୁ- Donald Trump : ଇରାନ୍ କୁ ଆମେରିକା ସେନା ଠିକଣାର ସୂଚନା ଦେଉଛି କି ରୁଷ ? ଟ୍ରମ୍ପ କହିଲେ ପୁଟିନଙ୍କୁ ପଚାରିବି

ଚଳିତ ମାସରେ ମେଲାନିଆ ଟ୍ରମ୍ପ ସାର୍ବଜନୀନ କାର୍ଯ୍ୟକ୍ରମକୁ ଯାଇ ନାହାଁନ୍ତି। ସେ ଶୁକ୍ରବାର ରାତିରେ ଆୟୋଜିତ ହ୍ଵାଇଟ୍ ହାଉସ୍ ପ୍ରେସ୍ କନଫରେନ୍ସ ଡିନର ପାର୍ଟିରେ ମଧ୍ୟ ସାମିଲ ହୋଇନାହାଁନ୍ତି। ସେହିପରି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମଧ୍ୟ ଲଗାତର ଇରାନରୁ ଧମକ ଆସୁଛି। ସେ ତେହରାନର ଟାର୍ଗେଟ୍ ରେ ଅଛନ୍ତି।

ଅତିବଡ଼ି ଜଗନ୍ନାଥ କାହିଁକି ଧାରଣ କରିଥିଲେ ନାରୀ ରୂପ ?