ପ୍ରମୂଖ ଖବର
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଇଣ୍ଡୋନେସିଆରେ ମଝି ସମୁଦ୍ରରେ ହୁତୁ ହତୁ ହୋଇ ଜଳିଗଲା ଜାହାଜ, ଜୀବନ ବିକଳରେ ପାଣିକୁ ଡେଇଁପଡ଼ିଲେ ଯାତ୍ରୀ
  • ||
  • ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ଦେଶର ମୁଖ୍ୟ ବିମାନବନ୍ଦର ଖୋଲିଲା ଇରାନ; ଯୁଦ୍ଧ ପରେ ପ୍ରଥମ ଥର ଦେଶୀୟ ଓ ଆନ୍ତର୍ଜାତୀୟ ଉଡ଼ାଣ ପାଇଁ ମିଳିଲା ଅନୁମତି

Published By : Bijay Swain | July 4, 2025 7:04 PM

Image courtesy: the tribun

ତେହେରାନ: ଇରାନ ସରକାର ନେଲେ ବଡ ନିଷ୍ପତ୍ତି। ଦେଶରେ ଥିବା ଅଧିକାଂଶ ବିମାନବନ୍ଦର ଏବଂ ଆକାଶମାର୍ଗକୁ ଦେଶୀୟ ଏବଂ ଆନ୍ତର୍ଜାତୀୟ ଉଡ଼ାଣ ପାଇଁ ପୁଣି ଥରେ ଖୋଲିଛନ୍ତି ଇରାନ ସରକାର। ଏହି ନିଷ୍ପତ୍ତି ଇସ୍ରାଏଲ ସହ ସମ୍ପ୍ରତି ସମାପ୍ତ ହୋଇଥିବା ସଂଘର୍ଷ ପରେ ନିଆଯାଇଛି। ଆପଣଙ୍କୁ ଜଣାଇରଖୁ ଯେ ଗତ ୧୩ ଜୁନରୁ ଯୁଦ୍ଧ ପାଇଁ ଇରାନ ନିଜ ଆକାଶମାର୍ଗକୁ ବନ୍ଦ କରିଦେଇଥିଲା। ଇରାନର ରାଜ୍ୟ ଗଣମାଧ୍ୟମ ଅନୁସାରେ, ତେହେରାନର ମେହରାବାଦ ଏବଂ ଇମାମ ଖୋମେନୀ ଆନ୍ତର୍ଜାତୀୟ ବିମାନବନ୍ଦର ସମେତ ଦେଶର ଉତ୍ତର, ପୂର୍ବ, ପଶ୍ଚିମ ଏବଂ ଦକ୍ଷିଣ ଅଞ୍ଚଳର ବିମାନବନ୍ଦରଗୁଡ଼ିକ ପୁଣିଥରେ ଚାଲୁ ହୋଇଛି। ତେବେ, ଇସ୍ଫାହାନ ଏବଂ ତାବ୍ରିଜ ବିମାନବନ୍ଦରକୁ ଆନୁଷ୍ଠାନିକ ଭାବେ ପୁଣି ଖୋଲାଯାଇ ନାହିଁ। କାରଣ ସେଠାରେ ଆବଶ୍ୟକୀୟ ଭିତ୍ତିଭୂମି ଏବଂ ସୁରକ୍ଷା ବ୍ୟବସ୍ଥା ଏପର୍ଯ୍ୟନ୍ତ ପୂରଣ ହୋଇପାରିନାହିଁ।

ଇରାନର ନାଗରିକ ବିମାନ ଚଳାଚଳ ସଂଗଠନ (ସିଏଓ) ଅନୁସାରେ, ଏହି ନିଷ୍ପତ୍ତି ବିଭିନ୍ନ ଏଜେନ୍ସି ମଧ୍ୟରେ ସମନ୍ବୟ ଏବଂ ବିସ୍ତୃତ ସୁରକ୍ଷା ଏବଂ ନିରାପତ୍ତା ସମୀକ୍ଷା ପରେ ନିଆଯାଇଛି। ଦେଶୀୟ ଏବଂ ଆନ୍ତର୍ଜାତୀୟ ଉଡ଼ାଣ ପାଇଁ ସକାଳ ୫ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅନୁମତି ଦିଆଯାଇଛି। ଏହା ସହିତ, ପୂର୍ବାଞ୍ଚଳର ଆକାଶମାର୍ଗ ୨୪ ଘଣ୍ଟା ଖୋଲା ରହିଛି। ଯେଉଁଠାରେ ମଶାଦ ଏବଂ ଚାବାହାର ବିମାନବନ୍ଦର ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ଅଛି।

ଫ୍ଲାଇଦୁବାଇ ପ୍ରଥମ ଆନ୍ତର୍ଜାତୀୟ ବିମାନ ସେବା ଭାବେ ଶୁକ୍ରବାର ଇମାମ ଖୋମେନୀ ବିମାନବନ୍ଦରରେ ଅବତରଣ କରିଛି। ଯାହା ୨୦ ଦିନର ବିମାନ ସେବା ବନ୍ଦ ପରେ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ଭାବେ ପରିଗଣିତ ହେଉଛି। ଇରାନର କେନ୍ଦ୍ରୀୟ ଏବଂ ପଶ୍ଚିମାଞ୍ଚଳର ଆକାଶମାର୍ଗ ମଧ୍ୟ ଆନ୍ତର୍ଜାତୀୟ ଟ୍ରାନ୍ସିଟ ଉଡ଼ାଣ ପାଇଁ ସକାଳ ୫ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ଖୋଲା ରହିବ।

ଇରାନର ରାଜପଥ ଓ ନଗର ବିକାଶ ମନ୍ତ୍ରଣାଳୟର ମୁଖପାତ୍ର ମଜିଦ ଆଖଭାନ ଯାତ୍ରୀମାନଙ୍କୁ ସରକାରୀ ଘୋଷଣା ଅନୁସରଣ କରିବାକୁ ଏବଂ ନିଶ୍ଚିତ ସୂଚନା ବିନା ବିମାନବନ୍ଦରକୁ ନଯିବାକୁ ପରାମର୍ଶ ଦେଇଛନ୍ତି। ତେବେ ସରକାରଙ୍କ ଏହି ନିଷ୍ପତ୍ତି ମଧ୍ୟପ୍ରାଚ୍ୟ ଅଞ୍ଚଳରେ ବିମାନ ଚଳାଚଳରେ ସ୍ଥିରତା ଫେରାଇ ଆଣିବାରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.