ନୂଆଦିଲ୍ଲୀ,୦୩/୦୪; ଥମୁନି ମଧ୍ୟପ୍ରାଚ୍ୟ ଯୁଦ୍ଧ ନିଆଁ । ଆକ୍ରଣ-ପ୍ରତିଆକ୍ରମଣ ଜାରି ରହିଛି । ଯୁଦ୍ଧର ୩୫ତମ ଦିନରେ ଇରାନ ଦ୍ୱିତୀୟ ଆମେରିକୀୟ F-35 ଲଢ଼ୁଆ ବିମାନକୁ ଗୁଳି କରି ଖସାଇ ଦେଇଥିବା ଦାବି କରିଛି । ଇରାନର ଖାତମ ଅଲ-ଆନବିୟା ମୁଖ୍ୟାଳୟର ଜଣେ ମୁଖପାତ୍ର ଘୋଷଣା କରିଛନ୍ତି । ଇରାନର ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଏରୋସ୍ପେସ୍ ଫୋର୍ସର ନୂଆ ବାୟୁ-ପ୍ରତିରକ୍ଷା ପ୍ରଣାଳୀ କେନ୍ଦ୍ରୀୟ ଇରାନ ଉପରେ ଆଉ ଏକ ୫ମ ପିଢ଼ିର ଗୁପ୍ତ ଯୁଦ୍ଧ ବିମାନ F-35କୁ ଗୁଳି କରି ଖସାଇ ଦେଇଛି ।
ମଧ୍ୟ ଇରାନରେ ଆଇଆରଜିସିର ନୂଆ ବାୟୁ-ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା ଦ୍ୱିତୀୟ ଆମେରିକୀୟ ଏଫ-୩୫ ଜେଟ୍କୁ ଟାର୍ଗେଟ କରି ଖସାଇ ଦିଆଯାଇଥିବା ଜଣେ ଇରାନୀ ସାମରିକ ମୁଖପାତ୍ର କହିଛନ୍ତି । ଏହି ଘଟଣାକୁ ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଏକ ବଡ଼ ବିପର୍ଯ୍ୟୟ ବୋଲି ବିବେଚନା କରାଯାଉଛି । F-35କୁ ବିଶ୍ୱର ସବୁଠାରୁ ଉନ୍ନତ ଗୁପ୍ତ ଯୁଦ୍ଧ ବିମାନ ଭାବରେ ବିବେଚନା କରାଯାଏ, ଯାହାର ମୂଲ୍ୟ ପ୍ରାୟ ୮୫୦ କୋଟି ଟଙ୍କା । ଇରାନ ଦାବି କରିଛି ଯେ ଏହାର ନୂତନ ସ୍ୱଦେଶୀ ବାୟୁ-ପ୍ରତିରକ୍ଷା ପ୍ରଣାଳୀ 'ଅଦୃଶ୍ୟ' ଜେଟ୍କୁ ସଫଳତାର ସହ ଟ୍ରାକ୍ କରି ନଷ୍ଟ କରିଛି ।
More photos from the downed US F-35 fighter jet in central Iran
— Press TV 🔻 (@PressTV) April 3, 2026
Follow: https://t.co/mLGcUTS2ei pic.twitter.com/Y7LKBoCnsR
ଏହା ବି ପଢନ୍ତୁ...ପାକିସ୍ତାନରେ ପେଟ୍ରୋଲ ଓ ଡିଜେଲ ଦର ଆକାଶ ଛୁଆଁ, ଭାରତଠୁ ତିନି ଗୁଣ ଅଧିକ
ସାମ୍ନାକୁ ଆସିଲା ଆକ୍ରମଣର ଭିଡ଼ିଓ- ଇରାନୀ ଗଣମାଧ୍ୟମ ଆକ୍ରମଣର ଏକ ଭିଡିଓ ଜାରି କରିଛି, ଯେଉଁଥିରେ କ୍ଷେପଣାସ୍ତ୍ରଟି ଆକାଶକୁ ଚିରି F-35 ଆଡକୁ ଯାଉଥିବାର ଦେଖାଯାଉଛି । IRGC କହିଛି ଯେ,ଏହାର ନୂଆ ବାୟୁ-ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟାରେ ଏକ ସଫଳତା, ଯାହା ଆମେରିକୀୟ ଗୁପ୍ତ ପ୍ରଯୁକ୍ତିବିଦ୍ୟାକୁ ମଧ୍ୟ ଚ୍ୟାଲେଞ୍ଜ କରିବାକୁ ସକ୍ଷମ । ଆମେରିକୀୟ ସେନା ଏପର୍ଯ୍ୟନ୍ତ ଏହି ଦାବିକୁ ଆନୁଷ୍ଠାନିକ ଭାବରେ ନିଶ୍ଚିତ କରିନାହିଁ, କିନ୍ତୁ ଗତ କିଛି ସପ୍ତାହ ମଧ୍ୟରେ F-35 ଉପରେ ଆକ୍ରମଣର ରିପୋର୍ଟ ବୃଦ୍ଧି ପାଇଛି । ପୂର୍ବରୁ, ଇରାନ ଅନ୍ୟ ଏକ ଆମେରିକୀୟ F-35 ବିମାନ ଉପରେ ଆକ୍ରମଣ କରିଥିଲା, ଯାହା ଏହାକୁ ଜରୁରୀକାଳୀନ ଅବତରଣ କରିବାକୁ ବାଧ୍ୟ କରିଥିଲା ।
ଆମେରିକାର F-35କୁ 'ଅଜେୟ' ବୋଲି ବିବେଚନା କରାଯାଉଥିଲା । କିନ୍ତୁ ଇରାନର ଉନ୍ନତ ମିସାଇଲ ଏବଂ ରାଡାର ପ୍ରଣାଳୀ ଏବେ ଏହାକୁ ମଧ୍ୟ ଚ୍ୟାଲେଞ୍ଜ କରୁଛି । ଏପରି ପରିସ୍ଥିତିରେ, ଆମେରିକୀୟ ସେନାର ଉତ୍ତେଜନା ବୃଦ୍ଧି ପାଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ଇରାନ ଉପରେ ଆହୁରି ଭାରି ଆକ୍ରମଣ ପାଇଁ ଚେତାବନୀ ଦେଇ ସାରିଛନ୍ତି । ବିଶ୍ଳେଷକଙ୍କ ଅନୁସାରେ, ଯଦି ଇରାନ F-35 ଭଳି ଉନ୍ନତ ଜେଟ୍ ଖସାଇବାରେ ସଫଳ ହୁଏ, ତେବେ ଏହା ଆଞ୍ଚଳିକ ଯୁଦ୍ଧର ଗତି ବଦଳାଇବ । ଇରାନ ଦାବି କରୁଛି ଯେ, ଏହାର ବାୟୁ-ପ୍ରତିରକ୍ଷା ପ୍ରଣାଳୀ ଏବେ ଆମେରିକୀୟ ଏବଂ ଇସ୍ରାଏଲୀ ବିମାନ ଆକ୍ରମଣର ଉପଯୁକ୍ତ ଜବାବ ଦେବାକୁ ସକ୍ଷମ ।