ନୂଆଦିଲ୍ଲୀ,୦୪/୦୪; ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଯୁଦ୍ଧ ୩୬ତମ ଦିନରେ ପହଞ୍ଚିଛି । ମଧ୍ୟପ୍ରାଚ୍ୟରେ ଜାରି ଯୁଦ୍ଧ ବିପଜ୍ଜନକ ମୋଡ଼ରେ ପହଞ୍ଚିଛି । ଇରାନ ଉପସାଗରୀୟ ଦେଶଗୁଡିକ ଉପରେ ଆକ୍ରମଣକୁ ଜୋର୍ଦାର କରିଛି । ସେପଟେ F-15E ପରେ ହୋର୍ମୁଜ ନିକଟରେ ଇରାନ ଆମେରିକାର ଆଉ ଏକ ଯୁଦ୍ଧ ବିମାନ A-୧୦ ଥଣ୍ଡରବୋଲ୍ଟକୁ ସୁଟ୍ କରି ଖସାଇଛି । ଯାହା ଆମେରିକାକୁ ଏକ ବଡ଼ ଝଟକ ଦେଇଛି ଜେଟ୍ରେ ଦୁଇଜଣ କ୍ରୁ ସଦସ୍ୟ ଥିଲେ, ଯେଉଁମାନଙ୍କ ମଧ୍ୟରୁ ଜଣଙ୍କୁ ଆମେରିକୀୟ ସ୍ୱତନ୍ତ୍ର ବାହିନୀ ଉଦ୍ଧାର କରିଛି । ଗତ ୨୪ ଘଣ୍ଟାରେ ଇରାନ ସେନା ଆମେରିକା ୨ଟି ଲଢୁଆ ଜେଟକୁ ଖସାଇ ସାରିଛି । ଶୁକ୍ରବାର ଆମେରିକାର ଏକ ଅତ୍ୟାଧୁନିକ ଯୁଦ୍ଧବିମାନକୁ ଖସାଇ ଦେଇଥିବା ଦାବି କରିଥିଲା ଇରାନ । ଇରାନ ପକ୍ଷରୁ ଏକ ବିମାନର କିଛି ଖଣ୍ଡବିଖଣ୍ଡିତ ଅଂଶର ଫଟୋ ଜାରି କରାଯାଇଥିଲା । ଖସା ଯାଇଥିବା ଆମେରିକୀୟ ଯୁଦ୍ଧ ବିମାନଟି ଥିଲା ଏଫ-୩୫ । ଇରାନର ଏହି ଆକ୍ରମଣ ପରେ ଟ୍ରମ୍ପ ଟେନସନ ହୋଇଛନ୍ତି । ସେ କହିଛନ୍ତି ଆମେ ଯୁଦ୍ଧରେ ଅଛୁ ।
ଇରାନ-ଆମେରିକା ଯୁଦ୍ଧ ଘାତକ ମୋଡ଼ ନେଇଛି । ଇରାନ ହୋର୍ମୁଜ ପ୍ରଣାଳୀ ନିକଟରେ ଆଉ ଏକ ଆମେରିକୀୟ ବିମାନ ଏ-୧୦ ଥଣ୍ଡରବୋଲ୍ଟକୁ ଗୁଳି କରି ସାଇଛି । ସପ୍ତାହରେ ଦ୍ୱିତୀୟ ଥର ଇରାନ ଆମେରିକୀୟ ବାୟୁସେନାର ଏକ ଅତ୍ୟାଧୁନିକ ଫାଇଟର ଜେଟକୁ ଟାର୍ଗେଟ କରିଛି । ଏହା ପୂର୍ବରୁ ଏଫ-୧୫ ଲଢୁଆ ବିମାନକୁ ଗୁଳି କରି ଖସାଇଥିଲା । ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଥିଲେ ଆମେରିକା ଆକ୍ରମଣରେ ଇରାନ ସମ୍ପୂର୍ଣ୍ଣ ଧ୍ୱଂସ ହୋଇସାରିଛି । କିନ୍ତୁ ଇରାନ ଏବେ ବି ଆକ୍ରମଣ ଜାରି ରଖିଛି । ଆମେରିକା ନିଶ୍ଚିନ୍ତ କରିଛି କି ଇରାନ ସେନା ଏହି ଆକ୍ରମଣ ପାଇଁ ଦାୟୀ । ରିପୋର୍ଟ ଅନୁଯାୟୀ ବିମାନ ଆକ୍ରମଣ ପରେ ପାଇଲଟ କୁଏତ ଆକାଶ ସୀମାରେ ପ୍ରବେଶ କରିବାରେ ବିଫଳ ହୋଇଥିଲେ । ସୁରକ୍ଷିତ ବାହାରକୁ ବାହାରି ଆସିଥିଲେ । ବିମାନଟି କୁଏତ ସୀମାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ପାଇଲଟ ସୁରକ୍ଷିତ ଅଛନ୍ତି । ଇରାନ ରଣନୈତିକ ଭାବେ ହୋର୍ମୁଜ ପ୍ରଣାଳୀ ନିକଟରେ ଆମେରିକୀୟ ବିମାନକୁ ଟାର୍ଗେଟ କରୁଛି ।
'ଆମେ ଯୁଦ୍ଧରେ ଅଛୁ'- ବିମାନ ଖସାଇ ଦେବା ପରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି । ସେ ଏହାକୁ ଯୁଦ୍ଧ ପରିସ୍ଥିତି ବୋଲି କହିଛନ୍ତି । ଇରାନ ସହିତ ଚାଲିଥିବା କୂଟନୈତିକ ଆଲୋଚନାକୁ ପ୍ରଭାବିତ କରିବ କି ପ୍ରଶ୍ନରେ ସେ କହିଛନ୍ତି ନା ସମ୍ପୂର୍ଣ୍ଣ ନୁହେଁ । ଏହା ଏକ ଯୁଦ୍ଧ । ଆମେ ଏକ ଯୁଦ୍ଧରେ ଅଛୁ । ବିମାନ ସହ ଜଡ଼ିତ ସନ୍ଧାନ ଏବଂ ଉଦ୍ଧାରକାର୍ଯ୍ୟ ବାବଦରେ ଟ୍ରମ୍ପ କହିଛନ୍ତି, ବର୍ତ୍ତମାନ ପରିସ୍ଥିତି ଜଟିଳ ଏବଂ ସମ୍ବେଦନଶୀଳ ବିସୃତ ଭାବେ କିଛି କହିହେବ ନାହିଁ ।
ଏହା ବି ପଢନ୍ତୁ...ଆମେରିକୀୟ ପାଇଲଟ ଆମ କବଜାରେ , ରେସ୍କ୍ୟୁ କରିବାକୁ ଆସିଥିବା ହେଲିକପ୍ଟରକୁ ମଧ୍ୟ ଖସାଇ ଦେଇଛୁ : ଇରାନ
ଟାର୍ଗେଟରେ ଥିଲା ବ୍ଲାକହକ୍ ହେଲିକପ୍ଟର- ଇରାନ ଆକ୍ରମଣ କେବଳ ଲଢୁଆ ବିମାନରେ ସୀମିତ ନାହିଁ । ଉଦ୍ଧାରକାର୍ଯ୍ୟରେ ସାମିଲ ଦୁଇଟି ୟୁଏଚ-୬୦ ବ୍ଲାକହକ୍ ହେଲିକପ୍ଟର ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା । କିଛି କ୍ରରୁ ସଦସ୍ୟ ସାମାନ୍ୟ ଆହତ ହୋଇଥିଲେ । ସମସ୍ତେ ସୁରକ୍ଷିତ ଅଛନ୍ତି । ପୂର୍ବରୁ ଖସିଥିବା ଏଫ୧୫ ଜେଟରେ୨ ଜଣ କ୍ରୁ ସଦସ୍ୟଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ଜଣଙ୍କୁ ଉଦ୍ଧାର କରାଯାଇଛି ।
କହି ରଖୁଛି କି, ଇରାନ୍ ସହ ଯୁଦ୍ଧରେ ଏଯାବତ୍ ୧୩ ଆମେରିକୀୟ ସୈନ୍ୟ ନିହତ ହୋଇଛନ୍ତି । ଫେବ୍ରୁଆରୀ ଶେଷ ଭାଗରେ ସଂଘର୍ଷ ଆରମ୍ଭ ହେବା ପରଠୁ ୧୩ ନିହତ । କୁଏତ, ବାହାରିନ୍, ସିରିଆରେ ଆମେରିକା ସୈନ୍ୟ ଠିକଣା ଉପରେ ହମ୍ଲାରେ ମୃତ୍ୟୁ ହୋଇଛି । ୧୩ ଆମେରିକୀୟ ସୈନ୍ୟ ନିହତ, ୨୪୭ ଜଣ ଆହତ ସୂଚନା ରହିଛି । ଏନେଇ ପେଣ୍ଟାଗନ ପକ୍ଷରୁ ତଥ୍ୟ ଜାରି କରାଯାଇଛି । ଆହତଙ୍କ ମଧ୍ୟରୁ ୨ ଶହ ଆର୍ମି ସୈନ୍ୟ, ୬୩ ନାବିକ ଓ ୩୬ ବାୟୁସେନା ସୈନ୍ୟ ରହିଛନ୍ତି ।