ନୂଆଦିଲ୍ଲୀ,୮।୪: ଆମେରିକା ସର୍ତ୍ତମୂଳକ ଅସ୍ତ୍ରବିରତି ଘୋଷଣା କରିବାର କିଛି ଘଣ୍ଟା ପରେ, ଇରାନର ଲାଭାନ ଦ୍ୱୀପରେ ହୋଇଛି ପ୍ରଥମ ଓ ବଡ଼ ଆକ୍ରମଣ। ବୁଧବାର ସକାଳେ ଲାଭାନ ଦ୍ୱୀପରେ ଥିବା ଏକ ତୈଳ ବିଶୋଧନାଗାରରେ ଏହି ଆକ୍ରମଣ ହୋଇଥିଲା। ନ୍ୟୁଜ ଏଜେନ୍ସି ଏପି ଏନେଇ ଇରାନୀ ଗଣମାଧ୍ୟମଠାରୁ ପାଇଥିବା ଖବର ଅନୁସାରେ, ରିପୋର୍ଟ ଦେଇଛି। ଅସ୍ତ୍ରବିରତି ଘୋଷଣାର କିଛି ଘଣ୍ଟା ପରେ ଏହି ଆକ୍ରମଣ ହୋଇଥିଲା। ଏହି ଆକ୍ରମଣ ପରେ, ତେହେରାନ କୁଏତ ଏବଂ ୟୁଏଇ ଉପରେ ମଧ୍ୟ ଆକ୍ରମଣ କରିଥିଲା। ଏହି ସମୟରେ, ତୈଳ ବିଶୋଧନାଗାର ଉପରେ ଆକ୍ରମଣ ପରେ, ଇରାନୀ ଅଧିକାରୀମାନେ ଏହାକୁ ଶତ୍ରୁ ଆକ୍ରମଣ ବୋଲି କହିଥିଲେ। ଅଧିକାରୀଙ୍କ ଅନୁସାରେ, ଏହି ଆକ୍ରମଣ ଅସ୍ତ୍ରବିରତି ଚୁକ୍ତି ପରେ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ଏହି ଆକ୍ରମଣ ସ୍ଥାନୀୟ ସମୟ ସକାଳ ୧୦ଟା ବେଳେ ହୋଇଛି। ସରକାରୀ ଟେଲିଭିଜନ୍ କହିଛି, ଫାୟର ଫାଇଟର ଘଟଣାସ୍ଥଳରୁ ନିଆଁ ଲିଭାଇବା ପାଇଁ ମୁତୟନ ଅଛନ୍ତି। ଏହି ଘଟଣାରେ କୌଣସି ପ୍ରକାର ଧନ-ଜୀବନ କ୍ଷୟକ୍ଷତି ହୋଇନଥିବା ଜଣାପଡିଛି। ଇରାନର ଅଧିକାରୀଙ୍କ ମତରେ ଏପର୍ଯ୍ୟନ୍ତ କିଛି ସୂଚନା ମିଳିନାହିଁ ଯେ, ରିଫାଇନାରୀ ଉପରେ ଆକ୍ରମଣ ପାଇଁ କିଏ ଦାୟୀ ? ଅସ୍ତ୍ରବିରତିର ତୁରନ୍ତ ପରେ ଏହି ଆକ୍ରମଣ ହୋଇଥିଲା। ଏ ବିଷୟରେ ଅନ୍ୟ କୌଣସି ସୂଚନା ନାହିଁ।

ଏହି ସମୟରେ, ଉପସାଗରୀୟ ଦେଶଗୁଡ଼ିକ ମଧ୍ୟ ନିଜ ନିଜ ଅଞ୍ଚଳରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ ରିପୋର୍ଟ କରିଛନ୍ତି। ୟୁଏଇ କହିଛି ଯେ ଦେଶର ବିଭିନ୍ନ ସ୍ଥାନରେ ବିସ୍ଫୋରଣ ଶୁଣିବାକୁ ମିଳିଛି। ଏଗୁଡ଼ିକ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା ବାଲିଷ୍ଟିକ୍ କ୍ଷେପଣାସ୍ତ୍ର, କ୍ରୁଜ୍ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌କୁ ଅଟକାଇବା ଯୋଗୁଁ ଘଟିଛି। ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଛି ଯେ ବାୟୁ ପ୍ରତିରକ୍ଷା ପ୍ରଣାଳୀ ବର୍ତ୍ତମାନ ଇରାନରୁ ଆସୁଥିବା କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ସହିତ ମୁକାବିଲା କରୁଛି।

ଆହୁରି ପଢନ୍ତୁ : ଗୋଟିଏ ଘରୁ ଯିହୂଦୀ ଏବଂ ମୁସଲମାନ୍ ଧର୍ମର ଉତ୍ପତ୍ତି, ରୋଜା-ନମାଜ ସବୁ ସମାନ, ତଥାପି କାହିଁକି ହେଲେ ଶତ୍ରୁ ?