ପ୍ରମୂଖ ଖବର
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଇଣ୍ଡୋନେସିଆରେ ମଝି ସମୁଦ୍ରରେ ହୁତୁ ହତୁ ହୋଇ ଜଳିଗଲା ଜାହାଜ, ଜୀବନ ବିକଳରେ ପାଣିକୁ ଡେଇଁପଡ଼ିଲେ ଯାତ୍ରୀ
  • ||
  • ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ଶେଷରେ ଇସ୍ରାଏଲ ଉପରେ ଏହି ଘାତକ ମିସାଇଲ୍‌ ମାଡ଼ କରିବ ଇରାନ୍‌, ଆମେରିକାରେ ହେବ ହଇଚଇ !

Published By : Tapas Panda | June 21, 2025 7:21 PM

Image Courtesy: lorientlejour

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଶୀର୍ଷରେ ପହଞ୍ଚିଛି । ଇସ୍ରାଏଲର ପ୍ରମୁଖ ସହରଗୁଡ଼ିକ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି ଇରାନ । ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) ତୁରନ୍ତ ସାରା ଦେଶରେ ସତର୍କ ସୂଚନା ଜାରି କରିବା ସହ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ଅପିଲ୍ କରିଛି । ଗତ ସପ୍ତାହରେ ଇରାନ ସାମରିକ ଘାଟି ଉପରେ ଇସ୍ରାଏଲର ବିମାନ ଆକ୍ରମଣ ପରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ନିର୍ଣ୍ଣାୟକ ମୋଡ ନେଇପାରେ ବୋଲି କୁହାଯାଉଛି । ଏବେ ସୁଦ୍ଧା ଇରାନ ୪୦୦ ରୁ ଅଧିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଛି । ଇତିହାସରେ ପୂର୍ବରୁ ଏଭଳି କେବେ ହୋଇନାହିଁ। କିନ୍ତୁ ପ୍ରଶ୍ନ ହେଉଛି, ଇରାନ ଏପର୍ଯ୍ୟନ୍ତ କେଉଁ ଅସ୍ତ୍ର ବ୍ୟବହାର କରିଛି ଏବଂ ଆଉ କଣ ବ୍ୟବହାର କରିବାକୁ ଯୋଜନା କରୁଛି ?

ଏହି ଯୁଦ୍ଧରେ ଇରାନ ଖୋଲାଖୋଲି ଭାବରେ ନିଜର ଶକ୍ତି ପ୍ରଦର୍ଶନ କରିଛି । ଏଥିରେ ଗଦର ଏବଂ ଇମାଦ ପରି ପୁରୁଣା କ୍ଷେପଣାସ୍ତ୍ର  ବ୍ୟବହାର କରାଯାଇଥିଲା। ଇରାନର ଖେବାର ଶେକେନ୍ ଏକ ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର । ଦ୍ରୁତ ଗତି ପାଇଁ ଏହି କ୍ଷେପଣାସ୍ତ୍ର ଜଣାଶୁଣା । କିନ୍ତୁ ସବୁଠାରୁ ଅଧିକ ଚର୍ଚ୍ଚିତ ହେଉଛି ଫତାହ-୧ ହାଇପରସୋନିକ୍ କ୍ଷେପଣାସ୍ତ୍ର । ଏହାକୁ ରୋକିବା ଇସ୍ରାଏଲ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ । ଏହି କ୍ଷେପଣାସ୍ତ୍ର ତେଲ ଅଭିଭ, ଜେରୁସାଲେମ ଏବଂ ବିୟର ଶେଭା ଭଳି ଇସ୍ରାଏଲ ସହରରେ ଆତଙ୍କ ସୃଷ୍ଟି କରିଛି।

କ୍ଷେପଣାସ୍ତ୍ର ଯୁଦ୍ଧ ପରଠାରୁ ଇରାନର ଖୋରମସହର ଆଲୋଚନାର କେନ୍ଦ୍ର ହୋଇ ରହିଛି। ଏହି ତରଳ ଇନ୍ଧନ ଚାଳିତ କ୍ଷେପଣାସ୍ତ୍ର ୧୫୦୦ କିଲୋଗ୍ରାମ ଓଜନର ଯୁଦ୍ଧାସ୍ତ୍ର ବହନ କରି ୨ ହଜାର କିଲୋମିଟର ଦୂରତା ପର୍ଯ୍ୟନ୍ତ ଉଡ଼ି ପାରିବ। ଇରାନୀ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ସହିତ ଜଡିତ ଗଣମାଧ୍ୟମ ପୂର୍ବରୁ ଏହାର ଲଞ୍ଚର ଭିଡିଓ ସେୟାର କରିଥିଲା । ଏହି ଯୁଦ୍ଧରେ ଖୋରମସହର କ୍ଷେପଣାସ୍ତ୍ର ବ୍ୟବହାର କରିଛି କି ନାହିଁ, ସେନେଇ ଇରାନ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ । 

ଇରାନର କ୍ଷେପଣାସ୍ତ୍ର ଡିପୋ ବିଶ୍ୱର ସବୁଠାରୁ ବଡ଼ କ୍ଷେପଣାସ୍ତ୍ର ଡିପୋ ମଧ୍ୟରୁ ଗୋଟିଏ । ଇରାନ ପାଖରେ ୨୦୦୦ ରୁ ଅଧିକ ବାଲିଷ୍ଟିକ୍ ମିସାଇଲ ଅଛି । ଯେଉଁଥିରୁ ଅନେକ ୯୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ବହନ କରିପାରିବ । ସେଜିଲ୍ କ୍ଷେପଣାସ୍ତ୍ର ଇସ୍ରାଏଲ ଉପରେ ନିକ୍ଷେପ କରିଥିବା ଦାବି କରିଥିଲା । ଏହାର ସଠିକତା ଏବଂ ୨୦୦୦ କିଲୋମିଟର ଲକ୍ଷ୍ୟଭେଦ ଧମତା ପାଇଁ ଜଣାଶୁଣା । ଏହା ବ୍ୟତୀତ ଫତେହ-୨ ହାଇପରସୋନିକ୍ ମିସାଇଲ୍ ଏବଂ ଆରଶ ଆତ୍ମଘାତୀ ଡ୍ରୋନ୍ ଭଳି ଅସ୍ତ୍ରଶସ୍ତ୍ର ଏପର୍ଯ୍ୟନ୍ତ ଇରାନ ଦ୍ୱାରା ବଡ଼ ପରିମାଣରେ ବ୍ୟବହାର କରାଯାଇନାହିଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.