ନୂଆଦିଲ୍ଲୀ, ୨୮/୦୨; ମହାଯୁଦ୍ଧ ଆରମ୍ଭ । ବାଜିଲା ଯୁଦ୍ଧ ସାଇରନ ହେଲା ରେକେଟ୍ ମାଡ । ଇରାନ ଉପରେ ଇସ୍ରାଏଲ ଭୟଙ୍କର ହମଲା କରିଛି । ତେହେରାନ ସମେତ ବିଭିନ୍ନ ସ୍ଥାନରେ ଆକ୍ରମଣ କରିଛି ଇସ୍ରାଏ । ବିସ୍ଫୋରଣରେ ଥରିଉଠିଛି ତେହରାନ । ଧୁଆଁମୟ ହୋଇଛି ଆକାଶ । ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଇରାନ ବିରୁଦ୍ଧରେ "ପ୍ରତିରୋଧକ ଆକ୍ରମଣ" ନିଶ୍ଚିତ କରିଛନ୍ତି । ତେହେରାନରେ ଅନେକ ବିସ୍ଫୋରଣ ହୋଇଥିବା ରିପୋର୍ଟ ହୋଇଛି । ଏହି କାର୍ଯ୍ୟାନୁଷ୍ଠାନ ଆମେରିକା ଏବଂ ଇରାନ୍ ଆଲୋଚନା ମଧ୍ୟରେ ହୋଇଛି । ଯାହାକୁ ନେଇ କ୍ଷେତ୍ରୀୟ ଉତ୍ତେଜନା ଆହୁରି ବଢିଛି । ଇରାନ ଉପରେ ଆକ୍ରମଣ ପରେ ଇସ୍ରାଇଲରେ ହାଇଆଲର୍ଟ ଜାରି ହୋଇଛି । ଇସ୍ରାଏଲରେ ଏମରେଜେନ୍ସିଂ ଘୋଷଣା ହୋଇଛି । ସମସ୍ତ ସ୍କୁଲ ଓ କଲେଜ ବନ୍ଦ କରିବାକୁ ନିର୍ଦ୍ଦେଶ ହୋଇଛି । ଘରେ ରହି କାମ କରିବାକୁ ପରାମର୍ଶ ଦିଆଯାଇଛି । ସମସ୍ତ ବିମାନବନ୍ଦରରେ ଉଡାଣ ବନ୍ଦ ରହିଛି । ଇରାନର ସର୍ବୋଚ୍ଚ ନେତା ଖାମନେଇ ଦେଶ ଛାଡ଼ି ସାରିଥିବା ସୂଚନା ମିଳିଛି । ଆକ୍ରମଣ ଆଶଙ୍କା କରି ନିରାପଦ ସ୍ଥାନକୁ ଚାଲିଯାଇଥିବା ଖବର ଆସୁଛି । ୬ ସହରରେ ମିସାଇଲ ବର୍ଷା ହୋଇଛି । ଖାମେନେଇଙ୍କ ଆବାସରେ ମଧ୍ୟ ବ୍ଲାଷ୍ଟ ହୋଇଛି । ଇସ୍ରାଏଲ ଏହି ଅପରେସନ୍ର ନାମ ଦେଇଛି 'ସିଲ୍ଟ ଅଫ୍ ଜୁଦାହ' ।
ମଧ୍ୟ ଏସିଆରେ ଉତ୍ତେଜନା ଭିତରେ ଇସ୍ରାଏଲ ପୁଣି ଇରାନ ଉପରେ ଆକ୍ରମଣ କରିଛି । ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା ହୋଇଛି । ଇରାନ ରାଜଧାନୀ ତେହରାନରେ ଧୁଆଁ ଉଠିଥିବା ଦେଖିବାକୁ ମିଳିଛି । ଆଫଗାନିସ୍ତାନ ଏବଂ ପାକିସ୍ତାନ ପୂର୍ବରୁ ଯୁଦ୍ଧ ପରିସ୍ଥିତିରେ ଅଛନ୍ତି । ଏବେ ଇସ୍ରଏଲ ଏବଂ ଇରାନ ମଧ୍ୟରେ ସଂଘର୍ଷ ମଧ୍ୟ ଏସିଆ ପାଇଁ ଚିନ୍ତାଜନକ ହୋଇଛି । ଦିନକ ପୂର୍ବରୁ ଆମେରିକା ତାର ନାଗରିକଙ୍କୁ ଇସ୍ରାଏଲ ଛାଡିବାକୁ କହିଥିଲା ।
ଏହା ବି ପଢନ୍ତୁ...ଆଫଗାନିସ୍ତାନ-ପାକିସ୍ତାନ ଯୁଦ୍ଧରେ ମଧ୍ୟସ୍ଥତା କରିବେ କି ଟ୍ରମ୍ପ ? ଜାଣନ୍ତୁ ଶେହୱାଜଙ୍କୁ ତାରିଫ୍ କରି କଣ କହିଲେ
ଇସ୍ରାଏଲରେ ସାଇରନ ବାଜିଲା- ଇରାନ ଉପରେ ଆକ୍ରମଣ ପରେ ସମଗ୍ର ଇସ୍ରାଏଲରେ ଯୁଦ୍ଧ ସାଇରନ୍ ବାଜିଥିଲା । ଇସାଏଲ ସେନା କହିଛି ଯେ ଇରାନ ମଧ୍ୟ ମିସାଇଲ ଆକ୍ରମଣ କରିପାରେ । ଜନସାଧାରଣଙ୍କୁ ସତର୍କ କରିବାକୁ ଯୁଦ୍ଧ ସାଇରନ ବାଜିଛି । ସାରା ଦେଶରେ ଯୁଦ୍ଧ ଜୁରୀରକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ଏପି ରିପୋର୍ଟ ଅନୁସାରେ ତେହେରାନରେ କିଛି ସ୍ଥାନରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଆମେରିକା ଇରାନ୍ ମଧ୍ୟରେ ପରମାଣୁ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ଚାଲିଛି । କିନ୍ତୁ କୌଣସି ସମାଧାନ ବାହାରିବା ପରି ମନେ ହେଉନାହିଁ । ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ କହିଛନ୍ତି ଯଦି ଇରାନ ସହିତ ଆଲୋଚନା ଅର୍ଥପୂର୍ଣ୍ଣ ଫଳାଫଳ ପ୍ରଦାନ କରିବାରେ ବିଫଳ ହୁଏ ତେବେ ସେ ଆକ୍ରମଣ କରିବାକୁ ପଛାଇବ ନାହିଁ । ଯଦି ଇରାନ ଇସ୍ରାଏଲ ଉପରେ ଆକ୍ରମଣ କଲେ ଆମେରିକା ଏଥିରେ ସାମିଲ ହୋଇପାରେ । ଯୁଦ୍ଧ ଆହୁରି ବିନାଶକାରୀ ହେବ ବୋଲି ଆଶଙ୍କା କରାଯାଉଛି । ଏହି ସଦ୍ୟତମ ଆକ୍ରମଣ ପୁଣି ଥରେ କୂଟନୈତିକ ସମାଧାନର ଆଶାକୁ ଧୂଳିସାତ୍ କରିଦେଇଛି । ବିଶ୍ୱ ଏବେ ଇରାନର ପ୍ରତିକ୍ରିୟା ଉପରେ ନଜର ରଖିଛି ଏବଂ ଏହି ସଂଘର୍ଷ ଏକ ବ୍ୟାପକ ଆଞ୍ଚଳିକ ଯୁଦ୍ଧରେ ପରିଣତ ହୋଇପାରେ