ନୂଆଦିଲ୍ଲୀ,୨୨/୦୩: ଗତ ସପ୍ତାହରେ ହୋର୍ମୁଜ ପ୍ରଣାଳୀ ଦେଇ ଭାରତ ଆସୁଥିବା ଏକ ଏଲ୍ପିଜି ଭର୍ତ୍ତି ଟ୍ୟାଙ୍କରକୁ ଇରାନର ନୌସେନା ସୁରକ୍ଷା ଦେଇଥିଲା । ଯାହାଫଳରେ ଏହି ଟ୍ୟାଙ୍କରଟି ସୁରକ୍ଷିତ ଭାବେ ସେଠାରୁ ଭାରତ ଅଭିମୁଖେ ଆସିଥିଲା । ଭାରତଓ ଇରାନ ମଧ୍ୟରେ କୂଟନୈତିକ ସ୍ତରରେ ଆଲୋଚନା ପରେ ଏହା ସମ୍ଭବ ହୋଇଥିଲା । ପ୍ରକାଶିତ ଏକରିପୋର୍ଟରେ ଏଭଳି ଦାବି କରାଯାଇଛି ।
ଗତ ଫେବ୍ରୁଆରୀ ୨୮ ତାରିଖରେ ଇରାନ ଉପରେଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରଠାରୁମଧ୍ୟପ୍ରାଚ୍ୟର ପ୍ରମୁଖ ଜଳମାର୍ଗ ହୋର୍ମୁଜ ପ୍ରଣାଳୀକୁ ଇରାନବନ୍ଦ କରିଦେଇଛି । ଫଳରେ ସେହି ଜଳମାର୍ଗରେ ଜାହାଜକିମ୍ବା ତୈଳ ବା ଗ୍ୟାସ୍ ଟ୍ୟାଙ୍କର ଚଳାଚଳ ବନ୍ଦ ରହିଛି ।ଏପରିକି କେତେକ ଟ୍ୟାଙ୍କର ଉପରେ ଇରାନ ମଧ୍ୟଆକ୍ରମଣ କରିଛି । ଏହି ଜଳମାର୍ଗ ବନ୍ଦ ହେବା ଫଳରେବିଶ୍ୱରେ ୨୦ ପ୍ରତିଶତ ତୈଳ ପରିବହନ ପ୍ରଭାବିତହୋଇଛି । ତେଣୁ ଭାରତ ସମେତ ବିଶ୍ୱର ଅନେକଦେଶରେ ତୈଳ ଓ ଗ୍ୟାସ୍ ସଙ୍କଟ ସୃଷ୍ଟି ହୋଇଛି ।ସେପଟେ ଇରାନ କହିଛି କି ହୋର୍ମୁଜ ପ୍ରଣାଳୀକୁ ସମ୍ପୂର୍ଣ୍ଣଭାବେ ବନ୍ଦ କରାଯାଇନାହିଁ । କେବଳ ଅନୁମତି ମିଳୁଥିବାଜାହାଜ କିମ୍ବା ଟ୍ୟାଙ୍କର ସେହି ଜଳମାର୍ଗରେ ଯାଇପାରିବ ।
ଅଧିକ ପଢ଼ନ୍ତୁ :- ଯୁଦ୍ଧରେ ଆମେରିକା ସୈନ୍ୟର ବଡ଼ କ୍ଷତି: ହରାଇଲାଣି ୧୬ ବିମାନ, ୪୦୦୦ କୋଟି
ହୋର୍ମୁଜ ପ୍ରଣାଳୀ ଖୋଲିବା ଲାଗି ଆମେରିକାରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନାଟୋ ସଦସ୍ୟ ରାଷ୍ଟ୍ରମାନଙ୍କୁଅନୁରୋଧ କରିଥିଲେ ମଧ୍ୟ ସେମାନେ ତାକୁ ଗ୍ରହଣକରିନାହାନ୍ତି । ସେପଟେ ଭାରତ କୂଟନୈତିକ ଚ୍ୟାନେଲମାଧ୍ୟମରେ ଉପସାଗରୀୟ ଅଞ୍ଚଳରେ ଫସି ରହିଥିବା ନିଜଦେଶର କିଛି ଜାହାଜକୁ ସୁରକ୍ଷିତ ଫେରାଇ ଆଣିବାରେସକ୍ଷମ ହୋଇଛି । ଏବେ ବି ଆହୁରି ୨୨ ଜାହାଜ ଓଟ୍ୟାଙ୍କର ଉପସାଗରୀୟ ଅଞ୍ଚଳର ବିଭିନ୍ନ ବନ୍ଦରରେ ଅଟକିରହିଛନ୍ତି । ସେଗୁଡିକୁ ନିରାପଦରେ ଆଣିବା ଲାଗି ଭାରତଉଦ୍ୟମ ଜାରି ରଖିଛି । କିଛି ରିପୋର୍ଟରେ କୁହାଯାଇଛି କିଇରାନ ହୋର୍ମୁଜ ଜଳମାର୍ଗରେ ଜାହାଜ ଛାଡିବା ଲାଗି ପ୍ରତିଜାହାଜ ପିଛା ୧୬ରୁ ୧୮ କୋଟି ଟଙ୍କା ନେଉଛି ।