ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଟ୍ରମ୍ପଙ୍କ ଉପରେ ଯେ କୌଣସି ମୁହୂର୍ତ୍ତରେ ହୋଇପାରେ ଡ୍ରୋନ୍ ଆଟାକ୍, ଇରାନ ପକ୍ଷରୁ ଆମେରିକାକୁ ଧମକ

Published By : Harapriya Biswal | July 9, 2025 8:05 PM

ନୂଆଦିଲ୍ଲୀ,୯।୭:  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିଛି ହତ୍ୟା ଧମକ । ଏଭଳି ଧମକ ଦେଇଛନ୍ତି, ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନିଙ୍କ ବରିଷ୍ଠ ପରାମର୍ଶଦାତା ଜାଭାଦ ଲାରିଜାନି। ସେ କହିଛନ୍ତି, ଟ୍ରମ୍ପ ତାଙ୍କ ବିଳାସପୂର୍ଣ୍ଣ ଘର ମାର-ଏ-ଲାଗୋରେ  ସନ୍‌ ବାଥ୍ କରୁଥିବା ସମୟରେ ଗୁଳି ବାଜିପାରେ। 

ଇରାନ ଇଣ୍ଟରନ୍ୟାସନାଲ ୱେବସାଇଟ୍ ଅନୁଯାୟୀ, ସେ କହିଛନ୍ତି, 'ଯେତେବେଳେ ପେଟ ମାଡି ଶୋଇ ସନ୍‌ ବାଥ୍ କରୁଥିବେ ଏକ ଛୋଟ ଡ୍ରୋନ୍ ତାଙ୍କ ଉପରେ ଆକ୍ରମଣ କରିପାରେ। ଏହା ବହୁତ ସହଜ।' ଉଲ୍ଲେଖନୀ ଯେ, ଲାରିଜାନିଙ୍କୁ ଆୟାତୋଲ୍ଲା ଖାମେନିଙ୍କ ଖୁବ୍ ଘନିଷ୍ଠ ବୋଲି ବିବେଚନା କରାଯାଏ।

ଏହି ବୟାନ ଏଭଳି ସମୟରେ ଆସିଛି ଯେତେବେଳେ ‘ବ୍ଲଡ ପ୍ୟାକ୍ଟ’ ନାମକ ଅନଲାଇନ୍ ପ୍ଳାଟଫର୍ମ ସାମନାକୁ ଆସିଛି। ଯାହାକି ଖାମୋନିଙ୍କୁ ଅପମାନିତ କରିଥିବା ଓ ତାଙ୍କ ଜୀବନକୁ ବିପଦରେ ପକାଇଥିବା ଲୋକଙ୍କ ଉପରେ ପ୍ରତିଶୋଧ ନେବାକୁ ଫଣ୍ଡ ଏକାଠି କରୁଛି। ଓ୍ବେବସାଇଟ୍‌ର ଦାବି ଅନୁସାରେ, ସେ ୨୭ ମିଲିୟନ ଡଲାରରୁ ଅଧିକ ଜମା କରି ସାରିଛି ଓ ଏହାର ଲକ୍ଷ୍ୟ ୧୦୦ ମିଲିୟନ ଡଲାର ପର୍ଯ୍ୟନ୍ତ ପହଁଞ୍ଚିବା। ଏକ ରିପୋର୍ଟ ଅନୁସାରେ, ଏହି ସଂଗଠନ ଲୋକଙ୍କୁ ପାଶ୍ଚାତ୍ୟ ଦେଶର ଦୂତାବାସ ବାହାରେ ଓ ସହରର କେନ୍ଦ୍ରରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଅପଇଲ କରିଛି। ଏହା ସହ କହିଛି, ଟ୍ରମ୍ପ ଓ ନେତନ୍ୟାହୁଙ୍କ ଉପରେ ’ମୋହରବେ’ ଭଳି ଇସ୍ଲାମୀ ଆଇନକୁ ଲାଗୁ କରାଯିବା ସରକାର। ’ମୋହରବେ’ ଅର୍ଥାତ ‘ଆଲ୍ଲାଙ୍କ ବିରୋଧରେ ଯୁଦ୍ଧ’ ଏକ ଗମ୍ଭୀର ଅପରାଧ, ଯାହାର ଦଣ୍ଡ ହେଉଛି ମୃତ୍ୟୁ ଦଣ୍ଡ।’

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.