ନୂଆଦିଲ୍ଲୀ,୯।୪: ଇରାନ ଓ ଆମେରିକା ଭିତରେ ନିକଟରେ ହୋଇଥିବା ଯୁଦ୍ଧକୁ ବନ୍ଦ କରିବା ନେଇ ନିଜକୁ ପାକିସ୍ତାନ ଏବେ କ୍ରେଡିଟ୍ ଦେଉଛି। ତା ସହ ଏଭଳି କିଛି ଦାବି କରିଛି, ଯାହା ଖୁବ୍ ହାସ୍ୟସ୍ପଦ। ଅସ୍ତ୍ରବିରତି ହେବାର ଆଗାମୀ ଦିନ ଯଦିଓ ଏହା ଭାଙ୍ଗିବାର ବିପଦ ରହିଛି, କିନ୍ତୁ ପାକିସ୍ତାନରେ ଏହି ଅସ୍ତ୍ରବିରତି ପାଇଁ ନୋବେଲ୍ ଶାନ୍ତି ପୁରସ୍କାର ଦାବି କରାଯାଉଚି। ଏହି ଦାବି ପାକିସ୍ତାନ ଗଣମାଧ୍ୟମ ଓ କିଛି ସଂସ୍ଥା ଉଠାଇଛି, ଯାହାକୁ ନେଇ ଏବେ ଖୁବ୍ ଟ୍ରୋଲ କରାଯାଉଛି। କାରଣ ଆତଙ୍କବାଦର ଜନ୍ମମାଟି କୁହାଯାଉଥିବା ପାକିସ୍ତାନ ଏବେ ଶାନ୍ତି ପ୍ରତିଷ୍ଠା ପାଇଁ ନୋବେଲ ପାଇବାକୁ ଦାବି କରୁଛି। ସବୁବେଳେ ଆତଙ୍କ ଓ ବନ୍ଧୁକର ଭାଷା ବୁଝୁଥିବା ପାକିସ୍ତାନ ଏହି ଦାବି ନିହାତି ପକ୍ଷେ ଖୁବ୍ ଆଶ୍ଚର୍ଯ୍ୟ କଲା ଭଳି ରହିଛି।

ଉଲ୍ଲେଖନୀୟ ଯେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ବୁଧବାର ଆମେରିକା ଓ ଇରାନ ଭିତରେ ଅସ୍ତ୍ରବିରତିର ଘୋଷଣା କରିଥିଲେ। ଟ୍ରମ୍ପ ଏହା ମଧ୍ୟ କହିଥିଲେ ଯେ, ଇରାନ ୧୦ଟି ବିନ୍ଦୁରେ ପ୍ରସ୍ତାବ ଦେଇଛି, ଯାହାକି ଆଲୋଚନାକୁ ମଜବୁତ ଆଧାର କରିପାରେ ଓ ଆଶା କରାଯାଉଛି ଦୁଇ ସପ୍ତାହ ଭିତରେ କୌଣସି ଅନ୍ତିମ ଚୁକ୍ତି ହୋଇପାରେ। ଏବେ କରାଚୀ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ ଓ ପାକିସ୍ତାନ ଗଣମାଧ୍ୟମ ଅଲଗା ଅଲଗା ଭର୍ଟିକାଲ ଭାବରେ ବୁଧବାର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍ ଓ ଫିଲ୍ଡ ମାର୍ସଲ ଅସୀମା ମୁନୀରଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦେବା କଥା କହିଛନ୍ତି।

ଏହାର କାରଣ ହେଉଛି ଅସ୍ତ୍ରବିରତି ଘୋଷଣା ବେଳେ ଟ୍ରମ୍ପ ନିଜେ ଶେହବାଜ ଶରିଫ୍ ଓ ମୁନୀରଙ୍କ ନାଁ ନେଇଥିଲେ। ତା ପରେ ଆଉ କ’ଣ, ପାକିସ୍ତାନୀ ମିଡିଆ ଏହାକୁ ନେଇ ବିଭିନ୍ନ ପ୍ରକାର ଚର୍ଚ୍ଚା ଆରମ୍ଭ କରିଦେଇଛି। ପାକିସ୍ତାନ ଗଣମାଧ୍ୟମ ଲଗାତାର ଭାବରେ ଅସ୍ତ୍ରବିରତିରେ ନିଜର କ୍ରେଡିଟ୍ ନେଉଛି।

​​​​​​​

‘ଦ ନେସନ୍’ ରେ ପ୍ରକାଶିକ ଏକ ଆର୍ଟିକିଲ୍ରେ ରିଟାୟର୍ଡ ଲେଫ୍ଟନାଣ୍ଟ କର୍ନେଲ ସୟେଦ ଅହମ୍ମଦ ନଦିମ କାଦରୀ ଲେଖିଛନ୍ତି,ପାକିସ୍ତାନ ସମ୍ଭାବିତ ବଡ଼ ଯୁଦ୍ଧକୁ ରୋକି ଦେଇଛି। ଆମେରିକା ଓ ଇରାନ ଭିତରେ ଭରସା ଯୋଗ୍ୟ ମଧ୍ୟସ୍ଥିଙ୍କ ଭୂମିକା ଗ୍ରହଣ କରିଛି। ବିଶ୍ବ ଶକ୍ତି ଯୋଗାଣ ଓ ବଜାରକୁ ସ୍ଥିର କରିବା ଦିଗରେ ସାହାଯ୍ୟ କରିଛି। ସାମରିକ କାର୍ଯ୍ୟାନୁଷ୍ଠାନ ବଦଳରେ କୁଟନୀତିକୁ ପ୍ରୋତ୍ସାହନ ଦେଇଛି। ଏହି ସବୁ ନୋବେଲ ଶାନ୍ତି ପୁରସ୍କାରର ମୂଳ ଭାବନା। ସେଭଳି କରାଚୀ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ, କେସିସିଆଇ ମଧ୍ୟ ବୟାନ ଜାରି କରି କହିଛି, ଏହି ଅସ୍ତ୍ରବିରତି ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍ ଓ ଅସୀମ ମୁନୀରଙ୍କ ଚେଷ୍ଟା ଦ୍ବାରା ସମ୍ଭବ ହୋଇପାରିଛି।

ଆହୁରି ପଢନ୍ତୁ :‘ପାକିସ୍ତାନ ବିଶ୍ୱାସଯୋଗ୍ୟ ନୁହେଁ, ଭାରତୀୟମାନେ ବହୁତ ଭଲ' : ଯୁଦ୍ଧ ଭିତରେ ଇସ୍ରାଏଲ ଓ ଇରାନ ମୁହଁରେ ଭାରତର ପ୍ରଶଂସା !