IRCTC ଓ IRFC କୁ ‘ନବରତ୍ନ’ର ମାନ୍ୟତା ପ୍ରଦାନ କଲେ ସରକାର
Published By :
pradesh
- Prameya Bureau |
October 11, 2025 05:22 PM
ନୂଆଦିଲ୍ଲୀ : ସରକାର ସୋମବାର ରେଲୱେର ଦୁଇଟି ପବ୍ଲିକ ସେକ୍ଟରର କମ୍ପାନୀ, ଇଣ୍ଡିଆନ ରେଲୱେ କ୍ୟାଟରିଂ ଓ ଟୁରିଜିମ୍ କର୍ପୋରେସନ(ଆଇଆରସିଟିସି) ଏବଂ ଇଣ୍ଡିଆନ ରେଲୱେ ଫାଇନାନ୍ସ କର୍ପୋରେସନ (ଆଇଆରଏଫସି) କୁ ନବରତ୍ନ ମାନ୍ୟତା ପ୍ରଦାନ କରିଛନ୍ତି।
ଏହାସହ ଆଇଆରସିଟିସି ସେଣ୍ଟ୍ରାଲ ପବ୍ଲିକ୍ ସେକ୍ଟର ଏଣ୍ଟରପ୍ରାଇଜେସ୍ ( ସିପିଏସଇଏସ)ରେ ୨୫ତମ ନବରତ୍ନ ହୋଇ ପାରିଛି। ଯାହାକି ଆଇଆରଏଫ୍ସି ଏବେ ୨୬ତମ ସ୍ଥାନରେ ଅଛି। ନୂଆ ମାନ୍ୟତା ଏହିସବୁ କମ୍ପାନୀଙ୍କୁ ଅଧିକ ଫାଇନାନ୍ସ ସ୍ୱାଧୀନତା ପ୍ରଦାନ କରିଥାଏ, ଯେଉଁଥିରେ ଏମାନେ ସରକାରଙ୍କ ଠାରୁ ବିନା ମଞ୍ଜୁରୀରେ ୧୦୦୦ କୋଟି ଟଙ୍କା ଯାଏ ନିବେଶ କରି ପାରିବେ। ଏହି ପଦକ୍ଷେପରେ ସେମାନଙ୍କ ଖୁବ୍ ଶୀଘ୍ର ବ୍ୟବସାୟିକ ନିଷ୍ପତ୍ତି ନେବା ଓ ଦକ୍ଷତାରେ ସୁଧାର ଆଣିବାରେ ସାହାଯ୍ୟର ଆଶା ରହିଛି।

ଭାରତ ସରକାର ସିପିଏସଇକୁ ତାଙ୍କର ଫାଇନାନ୍ସ କ୍ଷମତା ଓ ପରିଚାଳନାର ଦକ୍ଷତା ଆଧାରରେ ୩ଟି ଗ୍ରୁପରେ ବିଭାଜନ କରନ୍ତି –ମହାରତ୍ନ , ନବରତ୍ନ ଓ ମିନିରତ୍ନ। ନବରତ୍ନର ମାନ୍ୟତା ସେହି କମ୍ପାନୀଙ୍କୁ ଦିଆଯାଏ , ଯିଏ କିଛି ନିଶ୍ଚିତ ପ୍ରଦର୍ଶନ ଓ ଆର୍ଥିକ ମାନଦଣ୍ଡକୁ ପୂରା କରିଥାନ୍ତି , ଯେଉଁଥିରେ ତାଙ୍କୁ ନିବେଷ ଓ ବିସ୍ତାରର ନିଷ୍ପତ୍ତି ନେବାରେ ଅଧିକ ସ୍ୱାଧିନତା ମିଳିଥାଏ। ଏହି ମାନ୍ୟତାର ଉଦ୍ଦେଶ୍ୟ ପବ୍ଲିକ୍ ସେକ୍ଟରରେ କମ୍ପାନୀଙ୍କୁ ତାଙ୍କର ପରିଚାଳନାରେ ଅଧିକ ପ୍ରତିସ୍ପର୍ଦ୍ଧା ଓ ଆତ୍ମନିର୍ଭର କରିବା।
ଆଇଆରସିଟିସିର ସ୍ଥାପନା ୧୯୯୯ରେ ହୋଇଥିଲା। ଏହା ରେଳ ମନ୍ତ୍ରଣାଳୟର ଅଧିନରେ କାମ କରିଥାଏ। ଏହା ଭାରତୀୟ ରେଲୱେ ପାଇଁ ଅନଲାଇନ୍ ଟିକେଟ୍ ବୁକିଂ , ଖାଦ୍ୟପେୟ ଓ ପର୍ଯ୍ୟଟନ ସେବା ଗୁଡ଼ିକୁ ସମ୍ଭାଳି ଥାଏ।

ଆଇଆରଏଫସିର ସ୍ଥାପନା ୧୯୮୬ରେ ହୋଇଥିଲା ଏବଂ ଏହା ଭାରତୀୟ ରେଲୱେର ବିସ୍ତାର ଓ ଆଧୁନିକୀକରଣ ପ୍ରକଳ୍ପ ପାଇଁ ପାଣ୍ଠି ସଂଗ୍ରୟ ପାଇଁ ଦାୟୀ। ଏହା ଘରୋଇ ଓ ଅନ୍ତରାଷ୍ଟ୍ରୀୟ ବଜାର ଗୁଡ଼ିକରୁ ଉଧାର ନେଇ ରେଲୱେ କ୍ଷେତ୍ରର ବିକାଶକୁ ଆର୍ଥିକ ସହାୟତା କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଥାଏ।
କିଛି ପ୍ରସିଦ୍ଧ କମ୍ପାନୀ ଯେଉଁମାନେ ପୂର୍ବରୁ ହିଁ ନବରତ୍ନର ମାନ୍ୟତା ପ୍ରାପ୍ତ,, ସେଥିରେ ଅଛନ୍ତି ମହାନଗର ଟେଲିଫୋନ ନିଗମ ଲିମିଟେଡ (ଏମଟିଏନଏଲ) ଓ ଟେଲିକମ ସର୍ଭିସ ପ୍ରୋଭାଇଡର ଆଣ୍ଡ ରେଲ୍ ବିକାଶ ନିଗମ ଲିମିଟେଡ୍ (ଆରଭିଏନଏଲ) , ଗୋଟିଏ ରେଲୱେ ଇନଫ୍ରାଷ୍ଟ୍ରକଚର କମ୍ପାନୀ।